ଜୀବନରେ ସୁଖ ଓ ଶାନ୍ତି ପାଇବାକୁ ହେଲେ ସଦଗୁରୁଙ୍କ ପ୍ରଦର୍ଶିତ ମାର୍ଗରେ ଚାଲିବାକୁ ହେବ

Advertisment

ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ରଙ୍କର ୧୩୦ତମ ଜନ୍ମ ମହୋତ୍ସବ

ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ରଙ୍କର ୧୩୦ତମ ଜନ୍ମ ମହୋତ୍ସବ

ଜୀବନରେ ସୁଖ ଓ ଶାନ୍ତି ପାଇବାକୁ ହେଲେ ସଦଗୁରୁଙ୍କ ପ୍ରଦର୍ଶିତ ମାର୍ଗରେ ଚାଲିବାକୁ ହେବ

ଭୁବନେଶ୍ୱର : ମଣିଷ ଉଭୟ ସୁଖ ଓ ଶାନ୍ତି ପାଇବାକୁ ଚାହେଁ। କିନ୍ତୁ ସେ ସୁଖ ପାଇଲେ ଶାନ୍ତି ପାଏ ନାହିଁ। ଜୀବନରେ ଏହି ଦୁଇଟି ଯାକ ଜିନିଷ ପାଇବାକୁ ହେଲେ ଜଣେ ସଦ୍‌ଗୁରୁଙ୍କ ପ୍ରଦର୍ଶିତ ମାର୍ଗରେ ଚାଲିବାକୁ ହୋଇଥାଏ। ଆଜିର ସମାଜରେ ଶ୍ରୀ ଶ୍ରୀ ଠାକୁର ଅନୁକୂଳଚନ୍ଦ୍ରଙ୍କ ପ୍ରଦର୍ଶିତ ମାର୍ଗର ଅନୁସରଣର ଆବଶ୍ୟକତା ରହିଛି ବୋଲି କହିଛନ୍ତି ଓଡ଼ିଶା ହାଇକୋର୍ଟର ବିଚାରପତି ଡ.ଦୁର୍ଗାପ୍ରସନ୍ନ ଚୌଧୁରୀ। ଭୁବନେଶ୍ୱର ସତ୍‌ସଙ୍ଗ ବିହାରରେ ଅନୁଷ୍ଠିତ ଶ୍ରୀ ଶ୍ରୀ ଠାକୁର ଅନୁକୁଳ ଚନ୍ଦ୍ରଙ୍କର ୧୩୦ତମ ଜନ୍ମ ମହୋତ୍ସବ ଓ ଶ୍ରୀବିଗ୍ରହ ପ୍ରତିଷ୍ଠା ଦିବସରେ ମୁଖ୍ୟଅତିଥି ଭାବେ ଯୋଗ ଦେଇ ସେ ସାଂପ୍ରତିକ ସମାଜରେ ଠାକୁରଙ୍କ ବାଣୀର ଅନୁସରଣର ପ୍ରାସଙ୍ଗିକତା ଉପରେ ଆଲୋକପାତ କରିଥିଲେ।

ଏହି ଉତ୍ସବରେ ସମ୍ମାନିତ ଅତଥି ଭାବେ ଯୋଗଦେଇ ବିଶିଷ୍ଟ ସାହିତ୍ୟିକ ତଥା ‘ପୌରୁଷ’ର ସମ୍ପାଦକ ଅସିତ ମହାନ୍ତି କହିଲେ ଯେ, ସତ୍‌ସଙ୍ଗୀମାନେ ଶ୍ରୀ ଶ୍ରୀ ଠାକୁରଙ୍କୁ ଆଶ୍ରୟ କରି ଚାଲିଥିବାରୁ ଅନୁକୂଳ ମାର୍ଗରେ ଜୀବନକୁ ପରିଚାଳନା କରିପାରନ୍ତି। ବର୍ତ୍ତମାନ ସମାଜରେ ବିବାହ ବିଭ୍ରାଟ ଦେଖା ଯାଇଥିବାରୁ ବହୁ ସମସ୍ୟା ଦେଖାଦେଇଛି। ଠାକୁର ଅନୁକୂଳଚନ୍ଦ୍ର ଏହାର ସମାଧାନ ଉପରେ ଗୁରୁତ୍ୱାରୋପ କରିଛନ୍ତି। ବର୍ତ୍ତମାନ ସତ୍‌ସଙ୍ଗର କେନ୍ଦ୍ର ମନ୍ଦିର ସମଗ୍ର ଓଡ଼ିଶାରେ ଗଢ଼ି ଉଠିଛି। ଡ. ହୃଷୀକେଶ ସେନାପତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ କେନ୍ଦ୍ର ସତ୍‌ସଙ୍ଗର ସହ ସମ୍ପାଦକ ଡ. ନୃସିଂହ ତ୍ରିପାଠୀ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ସତ୍‌ସଙ୍ଗ ଦେଓଘରରୁ ଆଗତ ବରିଷ୍ଠ ଋତ୍ୱିକ ରୁଚି ପ୍ରସାଦ ଚକ୍ରବର୍ତ୍ତୀ ମୁଖ୍ୟବକ୍ତା ଭାବେ ଯୋଗଦେଇ ଶ୍ରୀ ଶ୍ରୀ ଠାକୁରଙ୍କ ଜୀବନୀ ଓ ବାଣୀ ଉପରେ ଆଲୋକପାତ କରିଥିଲେ। ଏହି ଅବସରରେ ଧୃତିକାମ ମହାନ୍ତିଙ୍କ ସମ୍ପାଦନାରେ ପ୍ରକାଶିତ ସ୍ମରଣିକା ‘ତର୍ପଣ’କୁ ମୁଖ୍ୟ ଅତିଥି ଜଷ୍ଟିସ ଚୌଧୁରୀ ଉନ୍ମୋଚିତ କରିଥିଲେ। ଭୁବନେଶ୍ୱର ଓ ଭୁବନେଶ୍ୱର ବାହାରୁ ଆଗତ ୧୫ ହଜାରରୁ ଊର୍ଦ୍ଧ୍ୱ ଭକ୍ତ ଓ ଶ୍ରଦ୍ଧାଳୁ ଅଂଶଗ୍ରହଣ କରି ପ୍ରସାଦ ସେବନ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe