‘ଶ୍ରୀଜଗନ୍ନାଥ ଦର୍ଶନ’ ଉନ୍ମୋଚିତ

‘ଶ୍ରୀଜଗନ୍ନାଥ ଦର୍ଶନ’ ଉନ୍ମୋଚିତ

ଭୁବନେଶ୍ବର: ପବିତ୍ର ଚିତାଲାଗି ଅମାବାସ୍ୟ ଉପ‌ଲକ୍ଷେ ଆଜି ଖଣ୍ଡଗିରି ସ୍ଥିତ ‘ହିଲ୍‌ ସାଇଡ୍‌ ଇନ୍‌’ଠାରେ ଶ୍ରୀଜଗନ୍ନାଥ ସଂସ୍କୃତିବିତ୍‌ ତଥା ଗବେଷକ ଭାସ୍କର ମିଶ୍ରଙ୍କ ସ୍ବରଚିତ ୬୬ତମ ପୁସ୍ତକ ‘ଶ୍ରୀଜଗନ୍ନାଥ ଦର୍ଶନ’ ଉନ୍ମୋଚିତ ହୋଇଯାଇଛି। ଏହି ଉନ୍ମୋଚନୀ ସମାରୋହରେ ସାହିତ୍ୟିକ ଇନ୍ଦ୍ରମଣୀ ଜେନା, ଉଦ୍ଧବ ଚରଣ ନାୟକ ଯୋଗ ଦେଇଥିଲେ।

ପୁରୀ ଶ୍ରୀମନ୍ଦିରକୁ ପ୍ରତ୍ୟେକ ଦିନ ଆଗମନ କରୁଥିବା ଶ୍ରଦ୍ଧାଳୁଙ୍କ ଉଦ୍ଦେଶ୍ୟରେ ସଂକ୍ଷିପ୍ତ ଭ‌ାବେ ଶ୍ରୀକ୍ଷେତ୍ର ଧର୍ମର ମାହାତ୍ମ୍ୟ, ଶ୍ରୀଜଗନ୍ନାଥଙ୍କ ଆବିର୍ଭାବ ପ୍ରସଙ୍ଗ, ଶ୍ରୀମନ୍ଦିର ନିର୍ମାଣ ଇତିହାସ, ମନ୍ଦିର ବେଢାସ୍ଥ ମୁଖ୍ୟ ପାର୍ଶ୍ବ ଆଦି ମନ୍ଦିରକୁ ନେଇ ବିଭିନ୍ନ ବିଷୟ ଏହି ଗ୍ରନ୍ଥରେ ଉଲ୍ଲେଖ କରାଯାଇଛି। ଏହାକୁ ଶ୍ରୀକ୍ଷେତ୍ର ଧାମର ପୁରୁଷୋତ୍ତମ ସଦ୍‌ଗ୍ରନ୍ଥାଳୟ ପ୍ରକାଶନ ସଂସ୍ଥା ପକ୍ଷରୁ ପ୍ରକାଶ କରାଯାଇଛି। ଏହା ଖୁବ୍‌ଶୀଘ୍ର ପୁରୀ ସୂଚନା କେନ୍ଦ୍ର ପୁସ୍ତକ ବିକ୍ରୟ କେନ୍ଦ୍ର ସମେତ ଅନ୍ୟାନ୍ୟ ଦୋକାନରେ ବିକ୍ରି ପାଇଁ ଉପଲବ୍ଧ ହେବ ବୋଲି ଶ୍ରୀ ମିଶ୍ର ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe