ଶ୍ରୀଲିଙ୍ଗରାଜଙ୍କ ଚନ୍ଦନଯାତ୍ରା ପରମ୍ପରା ବଜାୟ ପାଇଁ ପ୍ରୟାସ

Advertisment
ଲିଙ୍ଗରାଜଙ୍କ ୧୫୦୦ ଏକର ଜମି ହଡ଼ପ୍, ଜବରଦଖଲରେ ଶହ ଶହ କୋଟି ମୂଲ୍ୟର ଜମି

Photo: Bibhuti Sahoo, Bhubaneswar

ପୁରୁଣା ଭୁବନେଶ୍ୱର : ଲକ୍‌ଡାଉନ୍ ଯୋଗୁଁ ଚନ୍ଦନଯାତ୍ରା ବନ୍ଦ ହେବା ଆଶଙ୍କା ରହିଛି। ତେବେ ପ୍ରଶାସନ ପରମ୍ପରା ବଜାୟ ରଖିବାକୁ ଉଦ୍ୟମ ଆରମ୍ଭ କରିଛି। ସେବାୟତମାନେ ସାମାଜିକ ଦୂରତା ବଜାୟ ରଖି ଚନ୍ଦନଯାତ୍ରା କରିବାକୁ ୪ପ୍ରମୁଖ ନିଯୋଗର ସେବାୟତଙ୍କ ସହ ମନ୍ଦିର ପ୍ରଶାସନ ବୈଠକ କରିଛି। ଟ୍ରଷ୍ଟବୋର୍ଡ ବୈଠକରେ ନିଷ୍ପତ୍ତି ହେଲେ ଚନ୍ଦନଯାତ୍ରା ହୋଇପାରିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି। କରୋନା ଯୋଗୁଁ ଚଳିତ ବର୍ଷ ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା ବନ୍ଦ ପରେ ଏବେ ଚନ୍ଦନଯାତ୍ରାକୁ ନେଇ ସମସ୍ତେ ଚିନ୍ତାରେ। ଆସନ୍ତା ୨୬ତାରିଖରେ ଚନ୍ଦନଯାତ୍ରାର ପ୍ରଥମ ଦିନ। ଚନ୍ଦନଯାତ୍ରାର ପ୍ରଥମ ଦିନରୁ ୩୦ତାରିଖ ପର୍ଯ୍ୟନ୍ତ ସାମାଜିକ ଦୂରତା ରଖି ଚନ୍ଦନ ଯାତ୍ରା କରିବାକୁ ପ୍ରଶାସନ ଉଦ୍ୟମ କରୁଛି। ଏନେଇ ଆଜି ମନ୍ଦିର କାର୍ଯ୍ୟ ନିର୍ବାହୀ ଅଧିକାରୀ ପ୍ରସନ୍ନ କୁମାର ଦାଶ ବ୍ରାହ୍ମଣ ନିଯୋଗ, ପୂଜାପଣ୍ଡା ନିଯୋଗ, ବଡ଼ୁ ନିଯୋଗ ଓ ସମର୍ଥା ନିଯୋଗର ସମ୍ପାଦକମାନଙ୍କୁ ଡାକି ବୈଠକ କରିଛନ୍ତି। ତେବେ ଟ୍ରଷ୍ଟ ବୋର୍ଡରେ ଯଦି ଚନ୍ଦନଯାତ୍ରା ହେବା ନେଇ ନିଷ୍ପତ୍ତି ଗ୍ରହଣ କରାଯିବ ତେବେ ଆମେ ସହଯୋଗ କରିବୁ ବୋଲି ୪ନିଯୋଗର ସମ୍ପାଦକମାନେ ମତ ଦେଇଛନ୍ତି। ଏନେଇ ମନ୍ଦିର କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ଦାଶ କହିଛନ୍ତି, ସାମାଜିକ ଦୂରତା ରଖି ଚନ୍ଦନ ଯାତ୍ରା କରିବା ପାଇଁ ଜିଲ୍ଲାପାଳ ବୈଠକ କରାଇବେ। ସେଠାରେ ବିସ୍ତୃତ ଆଲୋଚନା ହେବା ପରେ ଚନ୍ଦନ ଯାତ୍ରା ହେବ କି ନାହିଁ ତାହା ଜଣାପଡ଼ିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe