ଶ୍ରୀଲିଙ୍ଗରାଜଙ୍କୁ ଲାଗି ହେଲା ସପ୍ତପୁରୀ ପିଠା

Advertisment
ଶ୍ରୀଲିଙ୍ଗରାଜଙ୍କୁ ଲାଗି ହେଲା ସପ୍ତପୁରୀ ପିଠା

2022 Online Hindu Calendar, 2022 Festivals and Puja Muhurat Date Time

ପୁରୁଣା ଭୁବନେଶ୍ୱର: ଶ୍ରୀଲିଙ୍ଗରାଜ ମନ୍ଦିରରେ ଆଜି ସପ୍ତପୁରୀ ଅମାବାସ୍ୟା ପରମ୍ପରା ଅନୁସାରେ ପାଳିତ ହୋଇଯାଇଛି। ଏହି ଅବସରରେ ଶ୍ରୀଲିଙ୍ଗରାଜ ମହାପ୍ରଭୁଙ୍କୁ ସପ୍ତପୁରୀ ପିଠା ଲାଗି ହେବା ସହ ମନ୍ଦିର ବେଢ଼ାରେ ଥିବା ସମସ୍ତ ଦେବଦେବୀଙ୍କୁ ପିଠା ଓ ନଡ଼ିଆ ଲାଗି କରାଯାଇଥିଲା। ସେହିଭଳି ଏକାମ୍ର କ୍ଷେତ୍ରରେ ପୂଜା ପାଉଥିବା ସବୁ ଠାକୁର ଠାକୁରାଣୀଙ୍କ ଉଦ୍ଦେଶ୍ୟରେ ମଧ୍ୟ ସପ୍ତପୁରୀ ପିଠା ପ୍ରଦାନ କରାଯାଇଥିଲା।

ପ୍ରଥାନୁସାରେ ଗତକାଲି ଚତୁର୍ଦ୍ଦଶୀ ତିଥି ଅବସରରେ କୁମ୍ଭାରସାହିରୁ ସପ୍ତପୁରୀ (ପଲମ) ତାଡ଼ ଆସିଥିଲା। ଆଜି ସକାଳ ଧୂପ ପୂର୍ବରୁ ଟେରା ଫିଟା ନୀତି ସମ୍ପନ୍ନ ହେବା ପରେ ସପ୍ତପୁରୀ ପିଠା ପ୍ରସ୍ତୁତ ହୋଇଥିଲା। ବୁଟ, ରାଶି, ହରଡ଼, ଗୁଡ଼, ଅଦା, ଗୋଲମରିଚ ଓ ନଡ଼ିଆରେ ପ୍ରସ୍ତୁତ ସପ୍ତପୁରୀକୁ ଶ୍ରୀଲିଙ୍ଗରାଜଙ୍କୁ ଲାଗି କରାଯାଇଥିଲା। ପରେ ମା’ ପାର୍ବତୀଙ୍କୁ ସପ୍ତପୁରୀ ପିଠା ଭୋଗ ବଢ଼ାଯାଇଥିଲା। ସେହିପରି ସନ୍ଧ୍ୟା ଧୂପ ପରେ ଆଜି ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କୁ ପିଠା ଲାଗି କରାଯିବା ସହ ମନ୍ଦିର ବେଢ଼ାରେ ଥିବା ୨୭ ପାର୍ଶ୍ବଦେବଦେବୀଙ୍କୁ ପିଠା ଓ ନଡ଼ିଆ ସମର୍ପଣ କରାଯାଇଥିଲା। ଏହି ଅବସରରେ ବିଭିନ୍ନ ସେବାୟତଙ୍କୁ ପିଠା ପ୍ରଦାନ କରାଯିବା ସହ ସେବାପୂଜା ପାଇଁ ପିଠା ପାଉଣା ପ୍ରଦାନ କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe