ଶ୍ରୀପଞ୍ଚମୀରେ ରାସ୍ତାକଡ଼ରେ ପୂଜା ପାଉଛନ୍ତି ଶ୍ରୀଲିଙ୍ଗରାଜ

Advertisment

ଶ୍ରୀଲିଙ୍ଗରାଜ ମହାପ୍ରଭୁଙ୍କର ଏକର ଏକର ସମ୍ପତ୍ତି ଥିବା ସତ୍ତ୍ବେ ରାସ୍ତା କଡ଼ରେ ପୂଜା ପାଉଛନ୍ତି। ଏପରିକି ଠାକୁରଙ୍କ ସିଂହାସନ ଉପରେ ପ୍ରାଚେରୀ ନିର୍ମାଣ ହୋଇଛି। ଶ୍ରୀଲିଙ୍ଗରାଜ ମହାପ୍ରଭୁଙ୍କ ରଥ କାଠ...

ଶ୍ରୀଲିଙ୍ଗରାଜ ମହାପ୍ରଭୁଙ୍କର ଏକର ଏକର ସମ୍ପତ୍ତି ଥିବା ସତ୍ତ୍ବେ ରାସ୍ତା କଡ଼ରେ ପୂଜା ପାଉଛନ୍ତି। ଏପରିକି ଠାକୁରଙ୍କ ସିଂହାସନ ଉପରେ ପ୍ରାଚେରୀ ନିର୍ମାଣ ହୋଇଛି। ଶ୍ରୀଲିଙ୍ଗରାଜ ମହାପ୍ରଭୁଙ୍କ ରଥ କାଠ...

ssfxcxc

ପୁରୁଣା ଭୁବନେଶ୍ୱର: ଶ୍ରୀଲିଙ୍ଗରାଜ ମହାପ୍ରଭୁଙ୍କର ଏକର ଏକର ସମ୍ପତ୍ତି ଥିବା ସତ୍ତ୍ବେ ରାସ୍ତା କଡ଼ରେ ପୂଜା ପାଉଛନ୍ତି। ଏପରିକି ଠାକୁରଙ୍କ ସିଂହାସନ ଉପରେ ପ୍ରାଚେରୀ ନିର୍ମାଣ ହୋଇଛି। ଶ୍ରୀଲିଙ୍ଗରାଜ ମହାପ୍ରଭୁଙ୍କ ରଥ କାଠ ଅନୁକୂଳ ପାଇଁ ଯେଉଁ ସ୍ଥାନକୁ ଯାଇଥିଲେ ତାହା ଜବରଦଖଲକାରୀଙ୍କ କବ୍‌ଜାରେ ରହିଛି। ତେଣୁ ଶ୍ରୀପଞ୍ଚମୀ ଦିନ ଠାକୁର ରାସ୍ତାକଡ଼ରେ ପୂଜା ପାଇଆସୁଛନ୍ତି। ଏପରିକି ଅନୁକୂଳ ବେଳେ ଯେଉଁ ଆମ୍ବ ଗଛରେ ଛେଦନ କରାଯାଇଥାଏ, ତାହା ମଧ୍ୟ ଜବରଦଖଲରେ ଅଛି। ତେବେ ଏନେଇ ମନ୍ଦିର ପ୍ରଶାସନ ପାଖରେ ଭକ୍ତଗଣ ଅଭିଯୋଗ କରିବା ୬ବର୍ଷ ବିତିଗଲାଣି ଅଥଚ କୌଣସି ପଦକ୍ଷେପ ନିଆଗଲା ନାହିଁ। ପ୍ରତିବର୍ଷ  ଶ୍ରୀପଞ୍ଚମୀ ପଡ଼ିଆ ସମ୍ପର୍କରେ ମନ୍ଦିର ପ୍ରଶାସନ ନିକଟରେ ଅଭିଯୋଗ କରାଯିବା ସହ ଉପରିସ୍ଥ ଅଧିକାରୀଙ୍କୁ ଅଭିଯୋଗ କରାଯାଉଛି, ହେଲେ କାର୍ଯ୍ୟାନୁଷ୍ଠାନ ଶୂନ।

ଜବରଦଖଲରେ ସିଂହ‌ାସନ, ଆମ୍ବ ଗଛ
ପ୍ରଶାସନ ଜାଣି ମଧ୍ୟ କାର୍ଯ୍ୟାନୁଷ୍ଠାନ ଶୂନ

୨୦୧୯ ମସିହାରେ ପ୍ରଶାସନ ପକ୍ଷରୁ ତଦନ୍ତ ନିର୍ଦ୍ଦେଶ ଦିଆଯିବା ସହ ସିଂହାସନ ଓ ଏହାର ଜମି ଉଦ୍ଧାର କରାଯିବ ‌ବୋଲି କୁହାଯାଇଥିଲା। ହେଲେ ଏହା ଏବେ ଶୀତଳ ଭଣ୍ଡାରରେ ଗଡ଼ୁଛି। ପ୍ରତିବର୍ଷ ଶ୍ରୀଲିଙ୍ଗରାଜ ମହାପ୍ରଭୁ ଶ୍ରୀପଞ୍ଚମୀ ସନ୍ଧ୍ୟାରେ ମା’ ପାର୍ବତୀ, ମା’ ରୁକ୍ମଣୀ ଓ ବାସୁଦେବଙ୍କ ସହିତ ଶ୍ରୀରାମନଗରସ୍ଥିତ ଶ୍ରୀପଞ୍ଚମୀ ପଡ଼ିଆକୁ ଯାଇଥାନ୍ତି। ସେଠାରେ ରଥ ପାଇଁ କାଠ ଚିରା ଅନୁକୂଳ କରାଯାଇଥାଏ। ନୀତି ପୂଜା ପରେ ଏକ କୁରାଢ଼ିରେ ସେବାୟତ ଏକ ଆମ୍ଭ ଗଛରେ ଛେଦନ କରି କାଠ ଚିରାର ଶୁଭାରମ୍ଭ କରିଥାନ୍ତି। ହେଲେ ଯେଉଁ ଗଛକୁ କୁରାଢ଼ି ଲଗାଇ ଚ୍ଛେଦନ କରାଯାଏ ସେହି ଗଛ ଏବେ ଜଣେ ବ୍ୟକ୍ତିଙ୍କ ଘର ପରିସରରେ ରହିଛି। ଠାକୁର ରାସ୍ତା ଉପରେ ପୂଜା ପାଉଥିବା ବେଳେ ଆମ୍ବ ଗଛକୁ ଲୋକେ ଛୁଇଁବାକୁ ଚାହିଲେ ମଧ୍ୟ ଏହା ସମ୍ଭବ ହେଉ ନାହିଁ । ଏନେଇ ଏକାମ୍ର ଜନ ଜାଗରଣ ମଞ୍ଚର ସଦସ୍ୟ ମୃତୁଞ୍ଜୟ ମହାନ୍ତି ୬ବର୍ଷ ପୂର୍ବରୁ ମନ୍ଦିର କାର୍ଯ୍ୟାଳୟରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ପାଇବା ପରେ ମନ୍ଦିର ପ୍ରଶାସନ ପକ୍ଷରୁ ଅମିନ ଓ ଆର୍‌ଆଇଙ୍କ ସହିତ ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ଉକ୍ତ ଜମିଗୁଡ଼ିକର ସ୍ଥିତି ଅନୁଧ୍ୟାନ କରିଥିଲେ ଏବଂ ଜମିର ପୁନରୁଦ୍ଧାର କରାଯିବ ବୋଲି କୁହାଯାଇଥିଲା। କିନ୍ତୁ ୬ବର୍ଷ ବିତି ଯାଇଥିଲେ ମଧ୍ୟ କୌଣସି ପଦକ୍ଷେପ ନିଆଯାଇ ପାରିଲା ନାହିଁ। 

ଏନେଇ ବ୍ରାହ୍ମଣ ନିଯୋଗ ସମ୍ପାଦକ ବିରଞ୍ଚି ନାରାୟଣ ପତି କହିଛନ୍ତି, ମହାପ୍ରଭୁ ଯେଉଁ ସିଂହାସନ ଉପରେ ବସୁଛନ୍ତି ତା’ ଉପରେ ପାଚେରି ତିଆରି ହୋଇଥିବା ମନ୍ଦିର ପ୍ରଶାସନ ଜାଣିବା ପ‌ରେ ମଧ୍ୟ କିଛି କରାଯାଇ ପାରୁନି। ରାସ୍ତାକଡ଼ରେ ଠାକୁର ପୂଜା ପାଇବା ତାଙ୍କ ପ୍ରତି ଅପମାନ। ଏକାମ୍ର ଜନ ଜାଗରଣ ମଞ୍ଚର ସଭାପତି ଭିଷ୍ମ ନାରାୟଣ ନାୟକ କୁହନ୍ତି ଠାକୁରଙ୍କ ସିଂହାସନ ଓ ଜମି ଜବର ଦଖଲ ଘଟଣାରେ ପ୍ରଶାସନ ପଦକ୍ଷେପ ନନେବା ଏକ ପରିତାପର ବିଷୟ। ଏ ସଂପର୍କରେ ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ପଚରାଯିବାରୁ ସେ କୌଣସି ପ୍ରତିକ୍ରିୟା ଦେଇ ନଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe