ଶ୍ରୀଲିଙ୍ଗରାଜଙ୍କ ଜମି ପୁନରୁଦ୍ଧାର ବାଟବଣା: ଶୀତଳଭଣ୍ଡାରରେ ୧୬୫ ଦରଖାସ୍ତ

Advertisment

ଶ୍ରୀଲିଙ୍ଗରାଜଙ୍କ ଜମି ପୁନରୁଦ୍ଧାର ପ୍ରକ୍ରିୟା ବାଟବଣା ହୋଇଯାଇଛି। ଗୋଟିଏ ପଟେ ରାଜସ୍ବ ବିଭାଗ ଅଧିକାରୀଙ୍କ ଜରିଆରେ ଶ୍ରୀଜିଉଙ୍କ ଜମିର ସ୍ବତ୍ୱାଧିକାର ରାତାରାତି ଘରୋଇ ମାଲିକାନାକୁ ଚାଲିଯାଉଥିବା ବେଳେ ଅନ୍ୟପଟେ ମନ୍ଦିର ପ୍ରଶାସନ...

ଶ୍ରୀଲିଙ୍ଗରାଜଙ୍କ ଜମି ପୁନରୁଦ୍ଧାର ପ୍ରକ୍ରିୟା ବାଟବଣା ହୋଇଯାଇଛି। ଗୋଟିଏ ପଟେ ରାଜସ୍ବ ବିଭାଗ ଅଧିକାରୀଙ୍କ ଜରିଆରେ ଶ୍ରୀଜିଉଙ୍କ ଜମିର ସ୍ବତ୍ୱାଧିକାର ରାତାରାତି ଘରୋଇ ମାଲିକାନାକୁ ଚାଲିଯାଉଥିବା ବେଳେ ଅନ୍ୟପଟେ ମନ୍ଦିର ପ୍ରଶାସନ...

Settlement of disputes between Lingaraj temple sevayata

Settlement of disputes between Lingaraj temple sevayata

ପୁରୁଣା ଭୁବନେଶ୍ୱର: ଶ୍ରୀଲିଙ୍ଗରାଜଙ୍କ ଜମି ପୁନରୁଦ୍ଧାର ପ୍ରକ୍ରିୟା ବାଟବଣା ହୋଇଯାଇଛି। ଗୋଟିଏ ପଟେ ରାଜସ୍ବ ବିଭାଗ ଅଧିକାରୀଙ୍କ ଜରିଆରେ ଶ୍ରୀଜିଉଙ୍କ ଜମିର ସ୍ବତ୍ୱାଧିକାର ରାତାରାତି ଘରୋଇ ମାଲିକାନାକୁ ଚାଲିଯାଉଥିବା ବେଳେ ଅନ୍ୟପଟେ ମନ୍ଦିର ପ୍ରଶାସନ ତାକୁ ସଜାଡ଼ିବାକୁ ଅଦାଲତଙ୍କ ହସ୍ତକ୍ଷେପ ଲୋଡୁଛି। ଅଦାଲତରେ ବର୍ଷ ବର୍ଷ ଧରି ମାମଲା ଗଡ଼ୁଛି। ଯେଉଁ କେତେକ ମାମଲାରେ କୋର୍ଟଙ୍କ ରାୟ ଆସୁଛି ତାହାକୁ କାର୍ଯ୍ୟକ୍ଷମ କରାଇବାରେ ମନ୍ଦିର ପ୍ରଶାସନ ସାମାନ୍ୟତମ ଉଦ୍ୟମ କରୁନାହିଁ। ଫଳରେ ବହୁମୂଲ୍ୟ ଜମି ହାତ ପାହାନ୍ତାରେ ଥିଲେ ବି ଫେରିପାରୁ ନାହିଁ। ଶ୍ରୀଜିଉଙ୍କ ଜମିରେ ଘର କରି ରହିଥିବା ଅନେକ ଲୋକ ଜମି ବିବାଦର ଫଏସଲା ଚାହୁଛନ୍ତି। ସେମାନଙ୍କ ମଧ୍ୟରୁ ୧୬୫ ଜଣ ବ୍ୟକ୍ତି ଦେବୋତ୍ତର ଆଇନ ଧାରା ୧୯ ମୁତାବକ ବିବାଦର ଅନ୍ତ କରିବା ପାଇଁ ଦରଖାସ୍ତ ଦେଇଛନ୍ତି। କିନ୍ତୁ ଏଯାଏ ଗୋଟିଏ ଦରଖାସ୍ତର ବିଚାର ପାଇଁ ଦେବୋତ୍ତର କମିସନରଙ୍କ ନିକଟରେ ଦାଖଲ ହୋଇନାହିଁ। ମନ୍ଦିର ପ୍ରଶାସନ ଫାଇଲକୁ ବାନ୍ଧି ଚୁପ ହୋଇ ବସିଛି। ଏଥିରୁ ଠାକୁରଙ୍କ। ଖାତାକୁ ଟଙ୍କାଟିଏ ଆସୁନାହିଁ, ବରଂ ଅଦାଲତରେ ହେଉଥିବା ଖର୍ଚ୍ଚ ଠାକୁରଙ୍କ ତହବିଲ୍‌ରୁ ଯାଉଛି। 

୪ ବର୍ଷ ହେବ ରାଜଧାନୀ ଓ ଏହାର ଉପକଣ୍ଠ ଅଞ୍ଚଳରେ ୭୦ ଏକରରୁ ଉର୍ଦ୍ଧ୍ୱ ଜମି ଶ୍ରୀଜିଉଙ୍କ ଖାତାକୁ ଫେରାଇ ଆଣିବା ପାଇଁ ବିଭିନ୍ନ ଅଦାଲତ ଆଦେଶ ଦେଇଛନ୍ତି। ଏହି ଜମିଗୁଡ଼ିକର ଖଜଣା ଧାର୍ଯ୍ୟ ପାଇଁ ୧୭ଲକ୍ଷ ଟଙ୍କା ରାଜସ୍ବ ବିଭାଗରେ ମନ୍ଦିର ପ୍ରଶାସନ ଦାଖଲ କଲେ ଶ୍ରୀଜିଉଙ୍କ ସ୍ୱତ୍ୱାଧିକାର ସମ୍ପୂର୍ଣ୍ଣ ହେବ। ଠାକୁରଙ୍କ ତହବିଲରେ ପାଖାପାଖି ୯ କୋଟି ଟଙ୍କା ଅଛି। କିନ୍ତୁ ମାତ୍ର ୧୭ ଲକ୍ଷ ଦାଖଲ ହେଉ ନାହିଁ କି ଜମି ପୁରରୁଦ୍ଧାର ପ୍ରକ୍ରିୟା ସରୁନାହିଁ। ଥରକୁ ଥର ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ବଦଳୁଛନ୍ତି। ଶ୍ରୀଲିଙ୍ଗରାଜ ସ୍ୱତନ୍ତ୍ର ଆଇନ ପାଇଁ ଚର୍ଚ୍ଚା ଚାଲିଛି। ହେଲେ ମୂଲ୍ୟବାନ ଜମି ଆଉ କିଏ ଭୋଗ କରୁଛି। ଏପଟେ କେବେ ଲୋକ ଜମି ପାଇବେ ଚାହିଁ ବସିଛନ୍ତି। ଏହି ଘଟଣା ସମ୍ପର୍କରେ ମନ୍ଦିର ପ୍ରଶାସନ ନିର୍ବାହୀ ଅଧିକାରୀ ତଥା ଭୁବନେଶ୍ୱର ଅତିରିକ୍ତ ଜିଲ୍ଲାପାଳ କହିଛନ୍ତି ମନ୍ଦିର ପ୍ରସାଶନ ପର୍ଯ୍ୟାୟକ୍ରମେ ପଦକ୍ଷେପ ନେବ। ଏହି ଘଟଣା ଟ୍ରଷ୍ଟ ବୋର୍ଡରେ ଆଲୋଚନା ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe