ପୁରୁଣା ଭୁବନେଶ୍ୱର : ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥ ତିଆରି ପାଇଁ ଆଜି କାମ ଅନୁକୂଳ ହୋଇଛି। ଆଜି ପୂର୍ବାହ୍ନରେ ପୂଜାର୍ଚ୍ଚନା ପରେ ରଥଖଳାରେ ମଣ୍ଟୁ ପୂଜାପଣ୍ଡା ରଥ କାଠ ପୂଜା କରିଥିଲେ। ମହାରଣା ସେବାୟତମାନେ କୁରାଢ଼ିରେ କାଠ ଛେଦନ କରିଥିଲେ। ଏହାପରେ ରଥ ନିର୍ମାଣ ଶୁଭାରମ୍ଭ ହୋଇଥିଲା। ମନ୍ଦିର ଟ୍ରଷ୍ଟ ବୋର୍ଡ ସଭ୍ୟ ତଥା ବିଏମସି ଅତିରିକ୍ତ କମିସନର ଅବନୀକାନ୍ତ ପଟ୍ଟନାୟକ, ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରସନ୍ନ କୁମାର ଦାଶ ଓ ବହୁ ସେବାୟତ ଉପସ୍ଥିତ ଥିଲେ।
ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥ କାମ ଅନୁକୂଳ
Advertisment
Follow Us