ନୂଆ ରଙ୍ଗରେ ଝଲସିବ ଶ୍ରୀଲିଙ୍ଗରାଜ ମନ୍ଦିର

Advertisment
ପଦଚିହ୍ନ ୨୦୨୨: ବର୍ଷ ଶେଷ ଆଡ଼କୁ ସହରର ଚମକ

Odisha Bytes

ପୁରୁଣା ଭୁବନେଶ୍ୱର: ପାଖେଇ ଆସିଲାଣି ମହାଶିବରାତ୍ରି। ତେଣୁ ଶ୍ରୀଲିଙ୍ଗରାଜ ମନ୍ଦିର ପ୍ରଶାସନ ପକ୍ଷରୁ ଯଥାରୀତି ପ୍ରସ୍ତୁତି ଆରମ୍ଭ ହୋଇଗଲାଣି। ପୂର୍ବରୁ ଏକାମ୍ର କ୍ଷେତ୍ରର ସୌନ୍ଦର୍ଯ୍ୟୀକରଣ କାମ ଜାରି ରହିଥିବାବେଳେ ଆଜି ମନ୍ଦିର ରଙ୍ଗ କାମ ଆରମ୍ଭ କରାଯାଇଛି। ମହାଶିବରାତ୍ରି ପୂର୍ବରୁ ମନ୍ଦିର ନୂଆ ରଙ୍ଗରେ ଝଲମଲ ହେବ। ଆଜି ମନ୍ଦିରର ସିଂହଦ୍ୱାର ଗୁମୁଟ ଉପର, ଚାହାଣି ମଣ୍ଡପ, ଉତ୍ତର ଦ୍ୱାର, ବେହେରଣ ମଣ୍ଡପ, ଦକ୍ଷିଣ ଦ୍ୱାର, ଶାଖା କାର୍ଯ୍ୟାଳୟ ଓ ମନ୍ଦିର ଚାରିପଟେ ଥିବା ୯ଟି ସିଂହ ମୂର୍ତ୍ତିରେ ରଙ୍ଗ ଦିଆଯାଇଛି। ଖୁବ୍‌ ଶୀଘ୍ର ମନ୍ଦିରର ସମସ୍ତ ଅଂଶ ନୂଆ ରଙ୍ଗ‌ରେ ଝଲସି ଉଠିବ।

ତେବେ କରୋନା ସଂକ୍ରମଣ ଆଶଙ୍କାକୁ ନେଇ ଚଳିତବର୍ଷ ମହାଦୀପ ଦର୍ଶନ ପାଇଁ ଭକ୍ତଙ୍କୁ ଅନୁମତି ମିଳିବ କି ନାହିଁ, ତାହା ସ୍ପଷ୍ଟ ହୋଇନାହିଁ। ବିଧି ଅନୁସାରେ ମହାଦୀପ ଉଠିବା ନିଶ୍ଚିତ ହୋଇଥିଲେ ବି ଭକ୍ତଙ୍କ ଗହଣରେ ଏହି ପର୍ବ ପାଳନ ହେବ କି ନା, ତାହା ସନ୍ଦେହରେ ରହିଛି। ଶ୍ରୀଲିଙ୍ଗରାଜଙ୍କ ପୀଠରେ ମହାଶିବରାତ୍ରି ପାଳିବା ସହ ଜାଗର ଦୀପ ଦର୍ଶନ ପାଇଁ ପ୍ରତିବର୍ଷ ଶ୍ରଦ୍ଧାଳୁମାନେ ବହୁ ସଂଖ୍ୟାରେ ଏକତ୍ରିତ ହୁଅନ୍ତି। ଚଳିତ ବର୍ଷ ଏକାମ୍ର ଯୋଜନାରେ ଲକ୍ଷ ଲକ୍ଷ ଦର୍ଶକ ଉପସ୍ଥିତ ରହି ମହାଦୀପ ଦର୍ଶନର ସୁଯୋଗ ପାଇବା ପାଇଁ ବ୍ୟବସ୍ଥା ହୋଇସାରିଛି। ତେଣୁ ଖୋର୍ଦ୍ଧା ଜିଲ୍ଲାପାଳ ତଥା ଟ୍ରଷ୍ଟ ବୋର୍ଡ ସଭାପତି ଆଜି ଏନେଇ ବିଏମ୍‌ସି କମିସନରଙ୍କୁ ପତ୍ର ଲେଖିଛନ୍ତି। ସେହିଭଳି ସ୍ଵତନ୍ତ୍ର ରିଲିଫ କମିଶନରଙ୍କ ନିର୍ଦ୍ଦେଶକୁ ମଧ୍ୟ ଅପେକ୍ଷା କରାଯାଇଛି ବୋଲି ଟ୍ରଷ୍ଟବୋର୍ଡ ସଦସ୍ୟ ଅବନୀକାନ୍ତ ପଟ୍ଟନାୟକ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe