ବିନ୍ଦୁସାଗରରେ ଭଉଁରି ଖେଳିଲା ଚାପଡ଼ଙ୍ଗା, ଆଜି ଅନ୍ତିମ ପର୍ବରେ ହଳଦୀପାଣି

ବିନ୍ଦୁସାଗରରେ ଭଉଁରି ଖେଳିଲା ଚାପଡ଼ଙ୍ଗା, ଆଜି ଅନ୍ତିମ ପର୍ବରେ ହଳଦୀପାଣି

ପୁରୁଣା ଭୁବନେଶ୍ୱର : ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ପ୍ରସିଦ୍ଧ ୨୨ ଦିନିଆ ଚନ୍ଦନ ଯାତ୍ରା ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଆଜି ଏହି ଯାତ୍ରାର ଅନ୍ତିମ ଦିବସ। ମହାପ୍ରଭୁ ହଳଦୀପାଣିରେ ମହାସ୍ନାନ କରିବେ। ତେବେ ଚନ୍ଦନଯାତ୍ରାର ଅନ୍ତିମ ପର୍ବ ଅବ୍ୟବହିତ ପୂର୍ବରୁ ଆଜି ବିନ୍ଦୁସାଗରରେ ଚାପଡଙ୍ଗାର ଭଉଁରୀ ଖେଳ ଥିଲା ଆକର୍ଷଣୀୟ ଦିବ୍ୟଦୃଶ୍ୟ। କରୋନା କଟକଣା ପାଇଁ ଭକ୍ତମାନେ ଏହି ଦୃଶ୍ୟ ଅବଲୋକନ କରିବାର ସୁଯୋଗରୁ ବଞ୍ଚିତ ହୋଇଥିଲେ ବି ନିକଟସ୍ଥ ବାସିନ୍ଦାମାନେ ନିଜ ନିଜ ଘର ଛାତରୁ ଏହା ଦେଖି ମନ୍ତ୍ରମୁଗ୍ଧ ହୋଇଥିଲେ।

ବିଧି ଓ ପରମ୍ପରା ଅନୁସାରେ ମହାପ୍ରଭୁ ଶ୍ରୀଲିଙ୍ଗରାଜ, ମା’ ପାର୍ବତୀ, ମା’ ଦୁର୍ଗା ଓ ବାସୁଦେବ ଶୁକ୍ରବାର ଦିନ ବିନ୍ଦୁସାଗରରେ ଭଉଁରୀ ଚାପ ଖେଳିଛନ୍ତି। ଭଉଁରୀ ଦିବସ ଉପଲକ୍ଷେ ଆଜି ଚାପଡ଼ଙ୍ଗାକୁ ଭଉଁରୀ ଦିଆଯାଇଥିଲା। ଜଗତିକୁ ଯିବା ବେଳେ ଚାପଡ଼ଙ୍ଗା ଅଷ୍ଟଚଣ୍ଡୀଙ୍କ ନାମରେ ୮ଥର ଭଉଁରୀ ଖେଳିଥିଲା। ସେହିଭଳି ଜଗତିରୁ ଫେରିବା ବେଳେ ଅଷ୍ଟଶମ୍ଭୁଙ୍କ ନାମରେ ଚାପଡଙ୍ଗା ୮ଥର ଭଉଁରୀ ଖେଳିଥିଲା। ଏହାପରେ ଉତ୍ତରେଶ୍ୱର ଘାଟ ନିକଟ ମଧୁବାବୁ ଘାଟରେ ଠାକୁରମାନଙ୍କୁ ଭୋଗଲାଗି କରାଯାଇଥିଲା। ପରେ ବିଶ୍ରାମ ଘାଟ, ବ୍ରାହ୍ମଣ ନିଯୋଗ, ପୂଜାପଣ୍ଡା ନିଯୋଗ ଓ ବଡ଼ୁ ନିଯୋଗଠାରେ ଭୋଗ ଲାଗି ହୋଇଥିଲା। ଆସନ୍ତାକାଲି ଶେଷ ଦିନରେ ବିନ୍ଦୁସାଗର ଆଖଡ଼ାଚଣ୍ଡୀ ଘାଟ ଓ ମହନୀ ଘାଟରେ ଠାକୁରମାନଙ୍କୁ ଭୋଗଲାଗି କରାଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe