ଆଜି ଶ୍ରୀପଞ୍ଚମୀ : ଧରାବତରଣ କରିବେ ବାଗ୍‌ଦେବୀ 

Advertisment
ଆଜି ଶ୍ରୀପଞ୍ଚମୀ :  ଧରାବତରଣ କରିବେ ବାଗ୍‌ଦେବୀ 

ଭୁବନେଶ୍ୱର : ପବିତ୍ର ଶ୍ରୀପଞ୍ଚମୀରେ ଧରାବତରଣ କରିବେ ମା’ସରସ୍ୱତୀ। ଅନ୍ୟ ଦେବାଦେବୀଙ୍କ ପୂଜାର୍ଚନ ପାଇଁ ସ୍ୱତନ୍ତ୍ର ମନ୍ଦିର ନଥିବାରୁ ମା’ ସରସ୍ୱତୀଙ୍କ ଆଗମନ ପାଇଁ ଏହି ଦିନଟିକୁ ଛାତ୍ରଛାତ୍ରୀଙ୍କଠାରୁ ଆରମ୍ଭ କରି ମୂର୍ତ୍ତିକାର ସମସ୍ତେ ଆଗମନ କରିଥାନ୍ତି। ତେଣୁ ଚଳଚଞ୍ଚଳ ହୋଇଉଠି ରାଜଧାନୀ। ଶିକ୍ଷାନୁଷ୍ଠାନ, ଘର, କୋଚିଂ ସେଣ୍ଟର ସବୁଠି ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଶ୍ରଦ୍ଧାଳୁଙ୍କ ଚାହିଦାକୁ ଦୃଷ୍ଟିରେ ରଖି କାରିଗର ମୂର୍ତିରେ ଶେଷ ସ୍ପର୍ଶ ଦେଉଥିବାବେଳେ ପୂଜା ମଣ୍ଡପଗୁଡ଼ିକ ସଜେଇ ହେଉଛି।

ଚାହିଦାରେ ବଙ୍ଗାଳି ମୂର୍ତ୍ତି

ୟୁନିଟ୍‌-୧ ହାଟର ମୂର୍ତ୍ତି ବେପାରୀ ଭରତ ବେହେରା କହିବା ଅନୁଯାୟୀ ଗଣେଶ ଓ ବିଶ୍ୱକର୍ମା ପୂଜା ଭଳି ସରସ୍ୱତୀ ପୂଜା ବଡ଼ ଆକାରରେ ହୋଇନଥାଏ। ଆଜିକାଲି ଛାତ୍ରଛାତ୍ରୀମାନେ ବଙ୍ଗାଳି ମୂର୍ତ୍ତିକୁ ବେଶି ପସନ୍ଦ କରୁଛନ୍ତି। ଏହାର ଫିନିସିଙ୍ଗ୍‌ ଭଲ ଓ ଧରିବାକୁ ହାଲୁକା। ବିଭିନ୍ନ ରଙ୍ଗର ଶାଢ଼ିରେ ଓ ଖୁବ୍‌ ନିଖୁଣ ଭାବେ କାମ ହୋଇଥିବାରୁ ଏହାର ଆଦର ବେଶି। କିନ୍ତୁ ଓଡ଼ିଶାର ମୂର୍ତ୍ତି ସମ୍ପୂର୍ଣ୍ଣ ମାଟିରେ ତିଆରି ହୁଏ। ସେଥିପାଇଁ ଓଜନ ଅଧିକ। ୫ଫୁଟରୁ ନେଇ ୧୦ଫୁଟ ପର୍ଯ୍ୟନ୍ତ ମୂର୍ତ୍ତି ମିଳୁଛି। ଯାହାର ଦାମ୍‌ ୧୦୦ଟଙ୍କାରୁ ଆରମ୍ଭ କରି ୭୦୦୦ଟଙ୍କା ପର୍ଯ୍ୟନ୍ତ ରହିଛି। କଟକ, ଆଠଗଡ଼ ଓ କଲିକତାରୁ ଏହି ମୂର୍ତ୍ତି ଆଣାଯାଉଛି।

ମୂର୍ତ୍ତି ଦର ହଜାରେରୁ ୮ହଜାର

ହଂସ ଉପରେ ବସିଥିବା ମୂର୍ତିଠୁ ନେଇ ପଦ୍ମ ଉପରେ ଉପବିଷ୍ଟ ମୂର୍ତ୍ତି। ଲୋକଙ୍କ ରକମ ରକମର ଚାହିଦାକୁ ଗୁରୁତ୍ୱ ଦେଇ କାରିଗରମାନେ ମୂର୍ତ୍ତି ପ୍ରସ୍ତୁତ କରିଛନ୍ତି। ସବୁ ପ୍ରକାର ମୂର୍ତ୍ତିର ଦର ଭିନ୍ନଭିନ୍ନ ରହିଛି। ବାଣୀବିହାର ନିକଟରେ ମୂର୍ତ୍ତି ତିଆରି କରୁଥିବା କାରିଗର ପିନୁ ବେହେରାଙ୍କ କହିବା ଅନୁଯାୟୀ ମହାନଦୀରୁ ମାଟି ଆଣି ମୂର୍ତ୍ତି ତିଆରି ପାଇଁ ତାଙ୍କୁ ପ୍ରାୟ ୪ଦିନ ସମୟ ଲାଗେ। ମୂର୍ତିଗୁଡ଼ିକର ଦାମ୍‌ ପ୍ରାୟ ୧୦୦୦ଟଙ୍କାରୁ ନେଇ ୮୦୦୦ଟଙ୍କା ପର୍ଯ୍ୟନ୍ତ ରହିଛି।

ବଧିର ଛାତ୍ରଛାତ୍ରୀଙ୍କ ହାତରେ ମା’

ବିପିନ୍‌ ବିହାରୀ ଚୌଧୁରୀ ବଧିର ବିଦ୍ୟାଳୟରେ ଛାତ୍ରଛାତ୍ରୀମାନେ ନିଜ ବିଦ୍ୟାଳୟ ପାଇଁ ତିଆରି କରୁଛନ୍ତି ମୂର୍ତ୍ତି। ତାଙ୍କ ଛୋଟ ହାତରେ ନିଖୁଣ ଭାବେ ମା’ଙ୍କୁ ସଜେଇ ପୂଜା କରିବେ ବୋଲି ପିଲାଙ୍କ ପାଖେ ରହିଛି ଅସରନ୍ତି ଖୁସି। କଥା କହିପାରୁ ନାହାନ୍ତି କିନ୍ତୁ ହାତର ଠାରରେ ଓ ରଙ୍ଗର ତୂଳିରେ ତାଙ୍କ କାରୁକାର୍ଯ୍ୟ ସବୁ କଥା କହୁଛି। ଏହି ମୂର୍ତ୍ତି ପାଇଁ ବିଦ୍ୟାଳୟ ପକ୍ଷରୁ ସବୁ ପ୍ରକାର ସାହାଯ୍ୟ ମିଳୁଛି। ମୂର୍ତ୍ତି ତିଆରି କରିବାରେ ରଜତ ବେହେରା, ପର୍ଶୁରାମ ବାରିକ, ଶିବଶଙ୍କର, ତପନ ମଲ୍ଲିକ, ବିକାଶୁର, ତୃପ୍ତିମୟୀ ପଣ୍ଡା ଓ ରାଜଶ୍ରୀ ଏବଂ ତାଙ୍କ ଶିକ୍ଷକ ନଜିମ୍‌ ଆଜମ୍‌ଙ୍କ ସହଯୋଗ ରହିଛି। ସେମାନେ କହିଛନ୍ତି ଯେ ଗଙ୍ଗୁଆରୁ ମାଟି ଆଣି ସେଥିରେ ନଡ଼ା, ଅଗାଡ଼ି, ଅଖା ଓ ବିନା ରାସାୟନିକ ଦ୍ରବ୍ୟରେ ମୂର୍ତ୍ତି ପ୍ରସ୍ତୁତ କରିଛନ୍ତି। ମୂର୍ତି ନିର୍ମାଣ ପାଇଁ ତାଙ୍କୁ ୭ରୁ ୮ଦିନ ସମୟ ଲାଗିଛି। ତଳେ ରହିବ ପାଣି, ପାଣି ଭିତରେ ପଥର ଓ ତା ଉପରେ ବସି ପୂଜା ପାଇବେ ମା’ଜଗତ୍‌ଜନନୀ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe