ଶ୍ରୀରାମଚରିତ ମାନସ ପାରାୟଣ ଉଦ୍‌ଯାପିତ

Advertisment
ଶ୍ରୀରାମଚରିତ ମାନସ ପାରାୟଣ ଉଦ୍‌ଯାପିତ

ବାଲିଅନ୍ତା: ଶ୍ରୀରାମଚରିତମାନସ ପାରାୟଣ କମିଟି ଆନୁକୂଲ୍ୟରେ ବାଳକାଟି ନୂଆପାଟଣାସ୍ଥିତ ଶ୍ରୀମଦନମୋହନ ମନ୍ଦିର ପ୍ରାଙ୍ଗଣରେ ୨୮ତମ ଶ୍ରୀରାମ ଚରିତ ମାନସ ନବାହ୍ନ ପାରାୟଣ ଓ ମହାଯଜ୍ଞ ଉଦ୍‌ଯାପିତ ହୋଇଯାଇଛି। ଏହି ଅବସରରେ ୯ ଦିନ ଧରି ଓଡ଼ିଶାର ଖ୍ୟାତନାମା ପ୍ରବଚକମାନେ ପ୍ରବଚନ ଦେଇଥିଲେ। ଏଥିରେ ରାମାୟଣ ବର୍ଣ୍ଣିତ ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମଙ୍କ ମହାନ ଜୀବନ ଆଦର୍ଶ ମାତା ସୀତା ଏବଂ ଭକ୍ତ ହନୁମାନଙ୍କ ପୌରାଣିକ କଥାମୃତକୁ ନେଇ ୯ ଦିନ ଧରି ଭକ୍ତିପୂତ ପ୍ରବଚନ ଉପସ୍ଥିତ ଶ୍ରଦ୍ଧାଳୁଙ୍କୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ବାନ୍ଧି ରଖିଥିଲା। ଉଦ୍‌ଯାପନୀ ସନ୍ଧ୍ୟାରେ ଶ୍ରୀରାମ, ଲକ୍ଷ୍ମଣ, ଭରତ, ଶତ୍ରୁଘ୍ନଙ୍କ ରାଜାଭିଷେକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

ଶହ ଶହ ଶ୍ରଦ୍ଧାଳୁଙ୍କ ଉପସ୍ଥିତିରେ ଘଣ୍ଟଘଣ୍ଟା, ଖୋଳ କୀର୍ତ୍ତନ, ଭଜନ ଓ ହୁଳହୁଳି ସାଙ୍ଗକୁ ହରିବୋଲ ଶବ୍ଦରେ ପରିବେଶ ପ୍ରକମ୍ପିତ ହୋଇଉଠିଥିଲା। ପରେ କୁନିକୁନି ପିଲାମାନେ ରାମ, ସୀତା, ଲକ୍ଷ୍ମଣ, ଭରତ, ଶତ୍ରୁଘ୍ନ ଓ ହନୁମାନ ବେଶ ହୋଇ ଗ୍ରାମ ପରିକ୍ରମା କରିଥିଲେ। ବିଭିନ୍ନ ସାହିରେ ଶୋଭାଯାତ୍ରା ବେଳେ ଗ୍ରାମବାସୀମାନେ ସେମାନଙ୍କ ପାଦ ଧୋଇ ଫଳପୁଷ୍ପ ଆଦି ନୈବେଦ୍ୟ ପ୍ରଦାନ ପୂର୍ବକ ବନ୍ଦାପନା କରିଥିଲେ। ଶ୍ରୀମଦନ ମୋହନ ମନ୍ଦିର ପରିଚାଳନା କମିଟି, ନୂଆପାଟଣା ଗ୍ରାମବାସୀ, ସ୍ଥାନୀୟ ମୁରବି ଏବଂ ଯୁବଗୋଷ୍ଠୀ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ଏହି ଅବସରରେ ସିନେ ପ୍ରଯୋଜକ ତଥା ବିଶିଷ୍ଟ ସମାଜସେବୀ ସତ୍ୟପ୍ରିୟ ବେହେରା, ବିଧାୟକ ଅରବିନ୍ଦ ଢାଲି ଏବଂ ପୂର୍ବତନ ସରପଞ୍ଚ ଭାଗ୍ୟଧର ନନ୍ଦୀ ପ୍ରମୁଖ ଯୋଗଦେଇ ଶ୍ରୀରାମଙ୍କ ସାନ୍ନିଧ୍ୟଲାଭ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe