‘ସୋମାକ୍‌’ର ସମ୍ବର୍ଦ୍ଧନା ଉତ୍ସବ ୫ରେ

Advertisment
ସଙ୍ଗରୋଧରେ ସୌମ୍ୟରଂଜନ

ଭୁବନେଶ୍ୱର: ସମ୍ବାଦ ସ୍କୁଲ୍‌ ଅଫ୍‌ ମିଡିଆ ଆଣ୍ଡ୍‌ କଲଚର୍‌ (ସୋମାକ୍‌)ର ସ୍ୱାଗତ ସମ୍ବର୍ଦ୍ଧନା ଉତ୍ସବ ଆସନ୍ତା ୫ ତାରିଖ ସକାଳ ୧୧ଟାରେ ସ୍ଥାନୀୟ ରେଡ୍‌କ୍ରସ୍‌ ଭବନ ପ୍ରେକ୍ଷାଳୟରେ ଅନୁଷ୍ଠିତ ହେବ। ଉକ୍ତ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିବେ ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟର କୁଳପତି ଡ. କମଳକାନ୍ତ ମିଶ୍ର। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ନିଯୁକ୍ତି ବିଭାଗର ନିର୍ଦ୍ଦେଶକ ତଥା ଓଡ଼ିଶା ଦକ୍ଷତା ବିକାଶର ସିଇଓ ରାଜେଶ ପ୍ରଭାକର ପାଟିଲ୍‌ ଯୋଗଦେବେ। ଏଥିରେ ସମ୍ମାନିତ ଅତିଥି ଭାବେ ‘ସମ୍ବାଦ’ ଗ୍ରୁପ୍‌ର ପରିଚାଳନା ନିର୍ଦ୍ଦେଶିକା ମୋନିକା ନୈୟାର ପଟ୍ଟନାୟକ ଯୋଗ ଦେବାର ସୂଚନା ମିଳିଛି। ଏହି ଉତ୍ସବରେ ‘ସମ୍ବାଦ’ର ସଂପାଦକ ତଥା ରାଜ୍ୟସଭା ସାଂସଦ ସୌମ୍ୟରଂଜନ ପଟ୍ଟନାୟକ ଅଧ୍ୟକ୍ଷତା କରିବେ। ସୂଚନାଯୋଗ୍ୟ ଯେ ଉତ୍ସବରେ ‘ସୋମାକ୍‌’ର ୧୨ତମ ବ୍ୟାଚ୍‌ ଛାତ୍ରଛାତ୍ରୀଙ୍କୁ ସ୍ୱାଗତ ଜଣାଇବା ସହ ଏ ବର୍ଷ ଉତ୍ତୀର୍ଣ୍ଣ ଯୋଗ୍ୟ ଛାତ୍ରଛାତ୍ରୀଙ୍କୁ ନିଯୁକ୍ତିପତ୍ର ପ୍ରଦାନ କରାଯିବ। ଏଥିରେ ଅନୁଷ୍ଠାନର ପୁରୁଣା ଓ ନୂଆ ଛାତ୍ରଛାତ୍ରୀ, ଅଭିଭାବକ ଏବଂ ପୃଷ୍ଠପୋଷକମାନଙ୍କୁ ଯୋଗଦେବା ଲାଗି ‘ସୋମାକ୍‌’ର ଅଧ୍ୟକ୍ଷ ଅନୁରୋଧ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe