୧୦୬ ଦେଶର ଡାକ ଟିକଟ ସଂଗ୍ରାହକ ଅଜିତ୍‌

ଯୁବା

୧୦୬ ଦେଶର ଡାକ ଟିକଟ ସଂଗ୍ରାହକ ଅଜିତ୍‌

ନୟାଗଡ଼ ଜିଲ୍ଲା ଇଟାମାଟି ଅଞ୍ଚଳର ଯୁବ ଡାକ ଟିକଟ ସଂଗ୍ରାହକ ଅଜିତ କୁମାର ରାଉତ। ଦଶମ ଶ୍ରେଣୀରେ ପଢ଼ୁଥିବା ବେଳୁ ସେ ଡାକ ଟିକଟ ପ୍ରେମରେ ପଡ଼ିଛନ୍ତି। ଆଜି ତାଙ୍କ ପାଖରେ ୧୦୬ରୁ ଅଧିକ ଦେଶର ପାଞ୍ଚ ହଜାରରୁ ଊର୍ଧ୍ୱ ଡାକ ଟିକଟ ସହ ଭାରତର ବିଭିନ୍ନ ସମୟର ପାଞ୍ଚ ହଜାରରୁ ଅଧିକ ଡାକ ଟିକଟ ସଂଗ୍ରହ ରହିଛି। ୟୁନେସ୍କୋ ହେରିଟେଜ୍‌ ସାଇଟ୍‌ରେ ପ୍ରଦର୍ଶିତ ବିଭିନ୍ନ ଭାରତୀୟ ଦର୍ଶନୀୟ ସ୍ଥାନ ପ୍ରଚଳିତ ଡାକଟିକଟ ତାଙ୍କ ନିକଟରେ ରହିଛି।

ଅଜିତ୍‌ କହିଛନ୍ତି, ଡାକ ଟିକଟ୍‌ରୁ ଅନେକ ଜ୍ଞାନ ମିଳେ। ଏହା ପ୍ରମୁଖ ଘଟଣାବଳୀ, ବ୍ୟକ୍ତି ଆଦିଙ୍କୁ ନେଇ ଛପା ଯାଇଥାଏ। ତେଣୁ ସେସବୁକୁ ତର୍ଜମା କରି ଅନେକ ତଥ୍ୟ ଆମେ ପାଇପାରିବା। ଡାକ ଟିକଟ ସଂଗ୍ରହ ପାଇଁ ଅଜିତ ଡାକ ବିଭାଗ ତଥା ଜାତୀୟସ୍ତରୀୟ ପ୍ରଦର୍ଶନୀରେ ସିପା ଡାଇମଣ୍ଡ ସମ୍ମାନ, ନେଚର ପେକ୍ସ ସମ୍ମାନ ପାଇଛନ୍ତି। ଓଡ଼ିଶାର ଚିଲିକା, ଲଳିତଗିରି, ରତ୍ନଗିରି ଆଦି ସ୍ଥାନକୁ ନେଇ ଡାକ ବିଭାଗ ଟିକଟ୍‌ ପ୍ରସ୍ତୁତ କରିବା ଦରକାର ବୋଲି ଅଜିତ୍‌ କହିଛନ୍ତି।। ୟୁନେସ୍କୋ ହେରିଟେଜ୍‌ ସାଇଟ୍‌ରେ ସ୍ଥାନ ପାଇଥିବା ବିଶ୍ୱର ସମସ୍ତ ଦର୍ଶନୀୟ ସ୍ଥାନକୁ ନେଇ ପ୍ରଚଳିତ ଡାକଟିକଟ୍‌ ସଂଗ୍ରହ କରିବା ତାଙ୍କ ଲକ୍ଷ୍ୟ ବୋଲି କହିଛନ୍ତି ଅଜିତ୍‌।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe