ଷ୍ଟାମ୍ପ୍‌ ଷ୍ଟମ୍ପ୍‌ ଆଉଟ୍‌

Advertisment

ହକି ବିଶ୍ୱକପ୍‌ ସମୟରେ ରାଜଧାନୀର ଶୋଭା ବର୍ଦ୍ଧନ କରୁଥିଲା ଷ୍ଟାମ୍ପ-୩ ଅଭିଯାନ। ଓଡ଼ିଶା ହକିର ଏନ୍ତୁଡ଼ିଶାଳ ସୁନ୍ଦରଗଡ଼ର ସ୍ମୃତି ପାଇଁ ରାଉରକେଲାରେ ହକି କିଂବଦନ୍ତୀମାନଙ୍କ ମୂର୍ତ୍ତି ସ୍ଥାନିତ ହୋଇଥିବା ବେଳେ ଭାସ୍କର୍ଯ୍ୟ ସହର ଭୁବନେଶ୍ବରରେ ଝଲସୁ ଥିଲା ଦେଶୀ, ବିଦେଶୀ ଭାସ୍କର୍ଯ୍ୟ।

ହକି ବିଶ୍ୱକପ୍‌ ସମୟରେ ରାଜଧାନୀର ଶୋଭା ବର୍ଦ୍ଧନ କରୁଥିଲା ଷ୍ଟାମ୍ପ-୩ ଅଭିଯାନ। ଓଡ଼ିଶା ହକିର ଏନ୍ତୁଡ଼ିଶାଳ ସୁନ୍ଦରଗଡ଼ର ସ୍ମୃତି ପାଇଁ ରାଉରକେଲାରେ ହକି କିଂବଦନ୍ତୀମାନଙ୍କ ମୂର୍ତ୍ତି ସ୍ଥାନିତ ହୋଇଥିବା ବେଳେ ଭାସ୍କର୍ଯ୍ୟ ସହର ଭୁବନେଶ୍ବରରେ ଝଲସୁ ଥିଲା ଦେଶୀ, ବିଦେଶୀ ଭାସ୍କର୍ଯ୍ୟ।

fhfhfhfttt

ଭୁବନେଶ୍ୱର: ହକି ବିଶ୍ୱକପ୍‌ ସମୟରେ ରାଜଧାନୀର ଶୋଭା ବର୍ଦ୍ଧନ କରୁଥିଲା ଷ୍ଟାମ୍ପ-୩ ଅଭିଯାନ। ଓଡ଼ିଶା ହକିର ଏନ୍ତୁଡ଼ିଶାଳ ସୁନ୍ଦରଗଡ଼ର ସ୍ମୃତି ପାଇଁ ରାଉରକେଲାରେ ହକି କିଂବଦନ୍ତୀମାନଙ୍କ ମୂର୍ତ୍ତି ସ୍ଥାନିତ ହୋଇଥିବା ବେଳେ ଭାସ୍କର୍ଯ୍ୟ ସହର ଭୁବନେଶ୍ବରରେ ଝଲସୁ ଥିଲା ଦେଶୀ, ବିଦେଶୀ ଭାସ୍କର୍ଯ୍ୟ। ସେହି ଯୋଜନାରେ ଦେଶ ବିଦେଶର ଶିଳ୍ପୀମାନେ ପଥର ସହିତ ପରିତ୍ୟକ୍ତ ଲୁହା, ଟିଣର ସାମଗ୍ରୀ ବ୍ୟବହାର କରି ଫୁଟାଇଥିଲେ ସୁନ୍ଦର ପ୍ରକୃତିର ଚିତ୍ର ତଥା ସଂସ୍କୃତିର ଝଲକ। ରାଜଧାନୀର ପ୍ରମୁଖ ଛକମାନଙ୍କରେ ଶୋଭା ପାଉଥିଲା ଅନେକ ପଥର ତଥା ଅନ୍ୟାନ୍ୟ ଧାତୁର ମିଶ୍ରଣରେ ନିର୍ମିତ ଦେଶୀ ଓ ବିଦେଶୀ ଶୈଳୀର କାରୁକାର୍ଯ୍ୟ। ଦେଶ ବିଦେଶରୁ ଆସିଥିବା ୫୦ଜଣ ଶିଳ୍ପୀ ରାଜଧାନୀର ବିଭିନ୍ନ ଛକରେ ନିର୍ଦ୍ଦିଷ୍ଟ ଥିମ୍‌ରେ ୩୫ଟି କଳାକୃତି ପ୍ରସ୍ତୁତ କରିଥିଲେ। ଏଥିପାଇଁ ପ୍ରାୟ ୩ କୋଟି ବା ତା’ଠାରୁ ଅଧିକ ଟଙ୍କା ଖର୍ଚ୍ଚ ହୋଇଥିଲା କିନ୍ତୁ ପରିଚାଳନା ଅଭାବରୁ ବର୍ତ୍ତମାନ ତାହା ନଷ୍ଟ ହେବାକୁ ବସିଲାଣି। କେଉଁଠି ଲୁହାରେ କଳଙ୍ଗି ଲାଗିଗଲାଣି ତ କେଉଁଠି ପଥରେ ଶିଉଳି ଢ଼ାଙ୍କି ହୋଇଗଲାଣି। ଅନେକ ସ୍ଥାନରେ ପ୍ରତିମୂର୍ତ୍ତିରୁ ରଙ୍ଗ ଛାଡ଼ିଲାଣି ବା ଅନାବନା ଗଛ ମାଡ଼ିଗଲାଣି। 

ହକି ବିଶ୍ୱକପ୍ ସମୟରେ ଆଚାର୍ଯ୍ୟବିହାର ଛକରୁ ଏଜି ଛକ ଭିତରେ ଥିବା ସ୍ଥାନଗୁଡ଼ିକର ସୌନ୍ଦର୍ଯ୍ୟୀକରଣକୁ ବହୁ ଗୁରୁତ୍ୱ ଦିଆଯାଇଥିଲା। ଛକର ପ୍ରାରମ୍ଭରେ ଲୁହା ଓ ଅନ୍ୟାନ୍ୟ ସ୍କ୍ରାପ୍‌ରେ ପ୍ରସ୍ତୁତ କଳାକୃତି ରଖାଯାଇଥିଲା। ସେଥିରେ ବିଭିନ୍ନ କାରୁକାର୍ଯ୍ୟ ହୋଇଥିଲା। ତିଆରି ହେବାର କିଛି ମାସ ପର୍ଯ୍ୟନ୍ତ ଏହା ଲୋକଙ୍କୁ ଭାରି ଆକର୍ଷିତ କରୁଥିଲା। କିନ୍ତୁ ବର୍ତ୍ତମାନ ସେଥିରେ କଳଙ୍କି ଲାଗିଗଲାଣି। ସେହିପରି ହାଉସିଂବୋର୍ଡ ଛକ ନିକଟରେ ଥିବା ଏକ ପ୍ରତିମୂର୍ତ୍ତି ସାରା ଶିଉଳି ମାଡ଼ି ଗଲାଣି। ଖଣ୍ଡଗିରି, ଆଚାର୍ଯ୍ୟ ବିହାର ଓଭରବ୍ରିଜ୍‌ ତଳେ ଥିବା ପ୍ରତିମୂର୍ତ୍ତିରେ ଓଭରବ୍ରିଜ୍‌ରୁ ବର୍ଷା ପାଣି ପଡ଼ିପଡ଼ି ପୂରା ବେରଙ୍ଗ ଓ ଅସୁନ୍ଦର ପାଲଟି ଗଲାଣି।  ସେହିପରି ରାଜଭବନ, ଯୁନିଟ୍‌-୫ ଓ ୟୁନିଟ-୬ରେ ସ୍ଥାପନ କରାଯାଇଥିବା ଲୁହା ଓ ଅନ୍ୟାନ୍ୟ ସ୍କ୍ରାପ୍‌ ପ୍ରସ୍ତୁତ କଳାକୃତିସବୁ ଅନାବାନା ଗଛଲଟାରେ ଲୁଚିଗଲାଣି। ସେଥିରେ କଳଙ୍କି ମଧ୍ୟ ଲାଗିଗଲାଣି। ସେହିପରି ଏହି ଅଭିଯାନ ଅବସରରେ ପ୍ରାୟ ୨କୋଟି ଟଙ୍କା ବିନିମୟରେ ସହରର କାନ୍ଥରେ ହୋଇଥିବା ଚିତ୍ର ମଧ୍ୟ ପ୍ରାୟ ଅଧିକାଂଶ ସ୍ଥାନରେ ନଷ୍ଟ ହୋଇଗଲାଣି। ଯତ୍ନ ଅଭାବରୁ ସେସବୁ ଏବେ ସହରକୁ ସୁନ୍ଦର କରିବା ବଦଳରେ ଅସୁନ୍ଦର କରିବା ଆରମ୍ଭ କରିଦେଲେଣି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe