ତାରକା ପରିବାର କଳି: ଆମକୁ ଏକୁଟିଆ ଛାଡ଼: ଅପରାଜିତା

Advertisment
ତାରକା ପରିବାର କଳି: ଆମକୁ ଏକୁଟିଆ ଛାଡ଼: ଅପରାଜିତା

Prameyanews.com

ଭୁବନେଶ୍ବର: ଆମକୁ ଏକୁଟିଆ ରହିବାକୁ ଦିଅ। ଆମେ ଅନେକ ସମସ୍ୟାରେ ପଡ଼ିଛୁ। ସ୍ବାମୀ ଉତ୍ତମ ମହାନ୍ତି ଓ ଭିଣୋଇ ଅସୁସ୍ଥ ଅଛନ୍ତି। ସେମାନଙ୍କୁ ହସ୍ପିଟାଲ୍‌ ନେବା ପାଇଁ ଆ‌ମ୍ବୁଲାନ୍ସ ଆସିବାରେ ସମସ୍ୟା ହେଉଛି। ଘର ଝରକା କବାଟ ଖୋଲିପାରୁନୁ। ବାହାରକୁ ବାହାରିପାରୁନୁ। ବାବୁସାନ-ପ୍ରକୃତି-ତୃପ୍ତି ସେଲିବ୍ରିଟି କଳିକୁ ନେଇ ସକାଳୁ ବିଳମ୍ବିତ ରାତିଯାଏ ଅପରାଜିତାଙ୍କ ଘର ସମ୍ମୁଖରେ ବାବୁସାନଙ୍କ ପ୍ରଶଂସକଠାରୁ ଆରମ୍ଭ କରି ଗଣମାଧ୍ୟମ ପ୍ରତିନିଧିଙ୍କ ଭିଡ଼ ଜମୁଥିବାରୁ ଏକ ଭିଡିଓ ମାଧ୍ୟମରେ ଏଭଳି ନିବେଦନ କରିଛନ୍ତି ଅପରାଜିତା ମହାନ୍ତି।

ସେ ସମସ୍ତ ଗଣମାଧ୍ୟମକୁ ଧନ୍ୟବାଦ ଦେବା ସହ ଏବେ ବିବାଦରୁ ବିରତ ରହିବାକୁ ଅନୁରୋଧ କରିଛନ୍ତି। ଖାଲି ସେତିକି ନୁହେଁ, ଭିଡ଼ ଯୋଗୁଁ ସ୍ଥାନୀୟ ଲୋକ ମଧ୍ୟ ସମସ୍ୟାର ସମ୍ମୁଖୀନ ହେଉଥିବା ସେ କହିଛନ୍ତି। ସେହିପରି ବାବୁସାନଙ୍କ ପରିବାରର ଘନିଷ୍ଠ ଥିବା‌ ଅଭିନେତା ରବି ମିଶ୍ର କହିଛନ୍ତି ଯେ ବାବୁ-ତୃପ୍ତି କଥା ହୋଇଛନ୍ତି, ସବୁ ଠିକଠାକ୍ ଅଛି। ଗତକାଲି ବାବୁସାନଙ୍କ ଜନ୍ମଦିନରେ ତାଙ୍କ ଶ୍ବଶୁର ସାମିଲ ଏହାର ପ୍ରମାଣ। ତେଣୁ ଗଣମାଧ୍ୟମ ବିରତ ରହିବାକୁ ସେ ମଧ୍ୟ ଅନୁରୋଧ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe