‘ଆଧ୍ୟାତ୍ମିକ ପୁସ୍ତକ ମେଳା’ ଆରମ୍ଭ

‘ଆଧ୍ୟାତ୍ମିକ ପୁସ୍ତକ ମେଳା’ ଆରମ୍ଭ

ଭୁବନେଶ୍ୱର: ଶ୍ରୀଗୁଣ୍ଡିଚା ଆଧ୍ୟାତ୍ମିକ ଟ୍ରଷ୍ଟ, ଓଡ଼ିଶା ପକ୍ଷରୁ ସପ୍ତମ ‘ଆଧ୍ୟାତ୍ମିକ ପୁସ୍ତକ ମେଳା’ ପ୍ରଦର୍ଶନୀ ପଡ଼ିଆରେ ଉଦ୍‌ଘାଟିତ ହୋଇଛି। ଯମୁନୋତ୍ରୀ, ହରିଦ୍ୱାରର ସନ୍ଥ ସଖାନନ୍ଦ ଦାସଜୀ ମହାରାଜ ଅତିଥି ଭାବେ ଯୋଗ ଦେଇ ମେଳାକୁ ଉଦ୍‌ଘାଟନ କରିଥିଲେ। ପୁସ୍ତକ ମେଳା କମିଟିର ସଭାପତି ମୁରଲୀ ମନୋହର ଶର୍ମାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରବିନାରାୟଣ ସେନାପତି, ସମ୍ମାନିତ ଅତିଥି ଭାବେ ରବିନାରାୟଣ ସାମନ୍ତ ପ୍ରମୁଖ ଯୋଗ ଦେଇଥିଲେ। ଟ୍ରଷ୍ଟର ଅଧ୍ୟକ୍ଷ ଭାଗୀରଥି ବେହେରା ପୁସ୍ତକମେଳାର ଆଭିମୁଖ୍ୟ ବର୍ଣ୍ଣନା କରିବା ସହ ଧର୍ମ ପୁସ୍ତକ ହିଁ ସମାଜର ମାର୍ଗଦର୍ଶକ ବୋଲି କହିଥିଲେ। କାର୍ଯ୍ୟକ୍ରମରେ ଟ୍ରଷ୍ଟର ଉପଦେଷ୍ଟା ଅଶ୍ୱିନୀ କୁମାର ଦାସ, ଉପାଧ୍ୟକ୍ଷ ବିନୋଦ କୁମାର ପଣ୍ଡା, ଶ୍ରୀଗୁଣ୍ଡିଚା ଆଧ୍ୟାତ୍ମିକ ପତ୍ରିକାର କାର୍ଯ୍ୟନିର୍ବାହୀ ସମ୍ପାଦକ ମଦନ ମୋହନ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ। ଟ୍ରଷ୍ଟ୍‌ର ସମ୍ପାଦକ ଲକ୍ଷ୍ମୀନାରାୟଣ ପଟ୍ଟନାୟକ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ସଂଯୋଜକ ଭବାନୀ ଶଙ୍କର ବଳିଆରସିଂହ, ଅଧ୍ୟାପକ ସର୍ବେଶ୍ୱର ଷଡ଼ଙ୍ଗୀ ଏବଂ ଲକ୍ଷ୍ମୀପ୍ରସାଦ ମିଶ୍ର ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଚଳିତ ବର୍ଷ ପୁସ୍ତକମେଳାରେ ୫୫ଟି ଆଧ୍ୟାତ୍ମିକ ସଂସ୍ଥାର ୫୫ଟି ଷ୍ଟଲ ପଡ଼ିଛି। ଆସନ୍ତା ୨୩ ତାରିଖ ଯାଏଁ ମେଳା ଚାଲିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe