Advertisment

ସମତାର ସ୍ୱର ସବୁଜ ପକ୍ଷରୁ ଦୁଇ ଦିନିଆ ନାଟ୍ୟ ଉତ୍ସବ ଆରମ୍ଭ

Advertisment

ପ୍ରତିବାଦ କଲା ପ୍ରତିମୂର୍ତି

ପ୍ରତିବାଦ କଲା ପ୍ରତିମୂର୍ତି

ସମତାର ସ୍ୱର ସବୁଜ ପକ୍ଷରୁ ଦୁଇ ଦିନିଆ ନାଟ୍ୟ ଉତ୍ସବ ଆରମ୍ଭ

ଭୁବନେଶ୍ୱର: ହୁ ହୁ ହୋଇ ସ୍ଥାନ ମଣ୍ଡନ କରୁଛି ପ୍ରତିମୂର୍ତି। ଏହି ସ୍ଥାପନର ମୂଳ ଉଦ୍ଦେଶ୍ୟ ବଡ଼ବଡ଼ୁଆଙ୍କ ପ୍ରତି ଶ୍ରଦ୍ଧା ନିବେଦନ ଓ ସ୍ମୃତି ଚାରଣ। ମାତ୍ର ବଞ୍ଚିଥିବା ଅବସ୍ଥାରେ ହିନିମାନ କରି ମଲା ପରେ ପ୍ରତିମୂର୍ତି ଗଢ଼ି ତୋଳିବାର କି ଯଥାର୍ଥତା ରହିଛି। କ’ଣ ତାଙ୍କ ଜୀବନଯାକର ଦାନ କେବଳ ବର୍ଷକୁ ଥରେ ଗୋଟିଏ ଫୁଲମାଳରେ ସୀମିତ ? ନା ନିଜର ଭଲଲୋକ ପଣିଆକୁ ଦେଖେଇ ହେବା ଲାଗି ଏହା ବର୍ଷକୁ ଥରେ ଏକ ବାହାନା। ଏମିତି ଅନେକ ପ୍ରଶ୍ନର ଉତ୍ତର ଦେଇଥିଲା ଆଜି ସ୍ଥାନୀୟ ଭଂଜ କଳା ମଣ୍ଡପରେ ମଂଚସ୍ଥ ନାଟକ ‘ପ୍ରତିମୂର୍ତି’। ସମତାର ସ୍ୱର ସବୁଜ ଆନୁକୂଲ୍ୟରେ ଆୟୋଜିତ ୨ ଦିନିଆ ନାଟ୍ୟ ଆନ୍ଦୋଳନର ପ୍ରଥମ ପର୍ବରେ ମଂଚସ୍ଥ ହୋଇଥିଲା ଏହି ନାଟକ।

ପ୍ରଜ୍ଞାରଂଜନ ଖଟୁଆଙ୍କ ରଚନା ଓ ନିର୍ଦେଶନାରେ ମଂଚସ୍ଥ ଏହି ନାଟକରେ ସହ ନିର୍ଦେଶକର ଦାୟିତ୍ୱ ତୁଲାଇଥିଲେ ବିପ୍ଳବ। ମାରୁତି ପୁହାଣ ସଂଗୀତ ନିର୍ଦେଶନା ଦେଇଥିବା ବେଳେ ସହଯୋଗ କରିଥିଲେ ଅଭିଳାସ ଓ ପୂର୍ଣ୍ଣଚନ୍ଦ୍ର। ଆଲୋକ ସମ୍ପାଦନା ଅଭିଜିତ କରିଥିବା ବେଳେ ମଂଚ ସଜେଇଥିଲେ ସ୍ୱରୂପ ଓ ସୌମ୍ୟ। ବିଭିନ୍ନ ଭୂମିକାରେ ଅଭିନୟ କରି ଦର୍ଶକଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ମୁନ୍ନା, ପ୍ରଦୋଷ, ଅନ୍ତର୍ଯ୍ୟାମୀ, ରାଜେଶ, ସୁଜିତ୍‌, ରମାକାନ୍ତ, ଶକ୍ତି, ଜୀବନ, ବିପ୍ଳବ, ଚିରଂଜୀବୀ, ଦୁର୍ଗେଶ, ବିଶ୍ୱରେଖା, ପବନା, ସୌମ୍ୟରଂଜନ। କୋରସ୍‌ରେ ଥିଲେ ସଦ୍ଧାର୍ଥ, ଲକ୍ଷ୍ମଣ ଓ ଶବର। ଏହି ଅବସରରେ ଓଡ଼ିଶା ସଂଗୀତ ନାଟକ ଏକାଡେମିର ସଚିବ ପ୍ରଦୀପ ମିଶ୍ର, ଗାଳ୍ପିକ ଅଜୟ ସ୍ୱାଇଁ, ଅଭିନେତା ତଥା ନିର୍ଦେଶକ ଅଭିନ୍ନ ରାଉତରାୟ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଅନୁଷ୍ଠାନର ସଭାପତି ବାଦଲ ସିକ୍‌ଦାର ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe