ପନ୍ଥେଇରୁ ଆରମ୍ଭ ପଣାରେ ଶେଷ: ଉଭା ହେଲେଣି କାଳିଶି

Advertisment

ସମ୍ପ୍ରତି ଗାଁ ଗାଁରେ ଚୈତ୍ର ମଙ୍ଗଳବାର ଅବସରରେ ମା’ ମଙ୍ଗଳାଙ୍କ ବ୍ରତ ତଥା ପନ୍ଥେଇ ପୂଜା ଅନୁଷ୍ଠିତ ହେଉଛି। ମହିଳାମାନେ ନିଷ୍ଠାର ସହ ଏହି ଉପାସନା କରୁଛନ୍ତି। ଏହା ମଧ୍ୟରେ ପଣା ସଂକ୍ରାନ୍ତି ପାଇଁ ଆରମ୍ଭ ହୋଇଗଲାଣି ରୀତିମତ ପ୍ରସ୍ତୁତି।

ସମ୍ପ୍ରତି ଗାଁ ଗାଁରେ ଚୈତ୍ର ମଙ୍ଗଳବାର ଅବସରରେ ମା’ ମଙ୍ଗଳାଙ୍କ ବ୍ରତ ତଥା ପନ୍ଥେଇ ପୂଜା ଅନୁଷ୍ଠିତ ହେଉଛି। ମହିଳାମାନେ ନିଷ୍ଠାର ସହ ଏହି ଉପାସନା କରୁଛନ୍ତି। ଏହା ମଧ୍ୟରେ ପଣା ସଂକ୍ରାନ୍ତି ପାଇଁ ଆରମ୍ଭ ହୋଇଗଲାଣି ରୀତିମତ ପ୍ରସ୍ତୁତି।

sdxccd

ବାଲିପାଟଣା: ସମ୍ପ୍ରତି ଗାଁ ଗାଁରେ ଚୈତ୍ର ମଙ୍ଗଳବାର ଅବସରରେ ମା’ ମଙ୍ଗଳାଙ୍କ ବ୍ରତ ତଥା ପନ୍ଥେଇ ପୂଜା ଅନୁଷ୍ଠିତ ହେଉଛି। ମହିଳାମାନେ ନିଷ୍ଠାର ସହ ଏହି ଉପାସନା କରୁଛନ୍ତି। ଏହା ମଧ୍ୟରେ ପଣା ସଂକ୍ରାନ୍ତି ପାଇଁ ଆରମ୍ଭ ହୋଇଗଲାଣି ରୀତିମତ ପ୍ରସ୍ତୁତି। ଝାମୁଯାତ୍ରା ପାଇଁ ଗାଁ ଗାଁରେ ଉଭା ହେଲେଣି କାଳିଶି। ବିଭିନ୍ନ ଗାଁରେ ମଙ୍ଗଳାଙ୍କ ପୀଠରେ କାଳିଶି ଉଭା ପରମ୍ପରା ଆରମ୍ଭ ହୋଇଗଲାଣି। କାଳିଶିଙ୍କୁ ଦେଖିବାକୁ ସବୁଠି ପ୍ରବଳ ଭିଡ଼ ହେଉଛି। ଗାଁ ଦାଣ୍ଡରେ ମହିଳାମାନଙ୍କ ପନ୍ଥେଇ ପୂଜା ଓ ମଙ୍ଗଳା ମନ୍ଦିରରେ କାଳିଶି ଉଭା ଜମିବାରେ ଲାଗିଛି। ପଣା ସଂକ୍ରାନ୍ତି ତଥା ଝାମୁଯାତ୍ରା ପର୍ଯ୍ୟନ୍ତ ଏହି ଉତ୍ସବ ଲାଗିରହିବ। 

ପନ୍ଥେଇ ପୂଜା ବିଧି ଅନୁସାରେ ମହିଳାମାନେ ଉପବାସ ରଖି ବ୍ରତ ପାଳନ କରନ୍ତି। ମାଟିରେ ପନ୍ଥେଇ ଖୋଳି ଗୋବରରେ ଲିପାପୋଛା କରନ୍ତି ଏବଂ ସେଥିରେ ରଙ୍ଗବେରଙ୍ଗର ଅବିର ଚିତା ଅଙ୍କା ଯାଏ। ହଳଦୀ, ସିନ୍ଦୁର, ଚନ୍ଦନ, ଗୁଆ, ମନ୍ଦାର ଫୁଲ, ଦୁବ, ବରକୋଳି ପତ୍ର ଓ ପଣା, ଉଖୁଡା, ଫଳମୂଳ ଆଦି ପ୍ରସାଦ ଲାଗି ହୁଏ। ଝୁଣା, ଧୂପର ମହକ ସାଙ୍ଗକୁ ମହିଳାଙ୍କ ହୁଳହୁଳିରେ ପନ୍ଥେଇ ନିକଟରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୁଏ। ପୂଜା ଶେଷରେ ପନ୍ଥେଇରେ ଲାଗିଥିବା ପୂଜା ହଳଦୀ ପାଣି ନେଇ ଶ୍ରଦ୍ଧାଳୁମାନେ ଘରକୁ ଫେରନ୍ତି। ପଣା ସଂକ୍ରାନ୍ତିରେ ପନ୍ଥେଇ ପୂଜା ଉଦ୍‌ଯାପିତ ହୋଇଥାଏ। ପରିବାରର ସୁଖ, ଶାନ୍ତି ଓ ସମୃଦ୍ଧି ସହିତ ବିଭିନ୍ନ ମାନସିକ କରି ମହିଳାମାନେ ଏହି ବ୍ରତ ପାଳନ କରନ୍ତି। ଏବେ କାଳିଶି ଉଭା ଧୁମ୍‌ଧାମରେ ଚାଲିଛି। ଶଙ୍ଖ, ଘଣ୍ଟ, ଢୋଲ, ତୁରୀ ଶବ୍ଦରେ ଗାଁ ଗଣ୍ଡା ପ୍ରକମ୍ପିତ ହେଉଛି। କାଳିଶିଙ୍କ ଉପସ୍ଥିତିରେ ପାଣି ତୋଳା ହେଉଛି। ଏବେ କାଳିଶିମାନେ ଗାଁ ବୁଲୁଛନ୍ତି ଏବଂ ପଣା ସଂକ୍ରାନ୍ତିରେ ଝାମୁ ଚାଲିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe