ଆମେରିକୀୟ ଶିଳ୍ପଦ୍ୟୋଗୀ ବରିଷ୍ଠ ନାଗରିକଙ୍କ ପାଇଁ ଭୁବନେଶ୍ୱରରେ ଆରମ୍ଭ କଲେ ଷ୍ଟାର୍ଟ୍ଅପ୍

Advertisment
ଆମେରିକୀୟ ଶିଳ୍ପଦ୍ୟୋଗୀ ବରିଷ୍ଠ ନାଗରିକଙ୍କ ପାଇଁ ଭୁବନେଶ୍ୱରରେ ଆରମ୍ଭ କଲେ ଷ୍ଟାର୍ଟ୍ଅପ୍

ଭୁବନେଶ୍ୱର : ନିକଟରେ ଭୁବନେଶ୍ୱରର ବରିଷ୍ଠ ନାଗରିକଙ୍କ ସୁବିଧା ପାଇଁ ‘ସେନ୍ସିକେୟାର୍’ ନାମକ ଏକ ଷ୍ଟାର୍ଟ୍ଅପର ଶୁଭାରମ୍ଭ ହୋଇଛି । ଆମେରିକାର ଜଣେ ସାମାଜିକ ଶିଳ୍ପଦ୍ୟୋଗୀ ପ୍ଲାବନ ମହାପାତ୍ରଙ୍କ ଦ୍ୱାରା ସ୍ଥାପିତ ଏହି ଷ୍ଟାର୍ଟ୍ଅପ୍ ବରିଷ୍ଠ ନାଗରିକଙ୍କୁ ସ୍ୱାଧୀନ ଭାବେ ସୁରକ୍ଷା ଓ ମର୍ଯ୍ୟାଦାର  ସହ ଜୀବନଯାପନ କରିବା ପଇଁ ବିଭିନ୍ନ ସୁବିଧା ଯୋଗାଇଦେବା ପାଇଁ ଉଦ୍ଦିଷ୍ଟ। ଏହି ନୂତନ ଭାବେ ଆରମ୍ଭ ହୋଇଥିବା ଷ୍ଟାର୍ଟ୍ଅପରେ ଏଥିରେ ଯୋଗ ଦେଇଥିବା ଯୁବଗୋଷ୍ଠୀ ବରିଷ୍ଠ ନାଗରିକମାନଙ୍କ ନିକଟରେ ସଉଦାପତ୍ର, ନିରାମିଷ ଓ ଆମିଷ ଖାଦ୍ୟପଦାର୍ଥ, ଔଷଧ ଏବଂ ପାଥୋଲୋଜିକାଲ୍ ଟେଷ୍ଟ୍ ଆଦିର ସୁବିଧା ଯୋଗାଇଦେବା ପାଇଁ କାର୍ଯ୍ୟ କରିବେ ।

ଏତଦବ୍ୟତୀତ, ଟ୍ୟାକ୍ସି କିମ୍ବା ଆମ୍ବୁଲାନ୍ସ ବୁକ୍ କରିବା, ସୋସିଆଲ୍ ମିଡିଆର ବ୍ୟବହାର କିମ୍ବା ଭର୍ଚୁଆଲ୍ ମିଟିଂ ଆଦିରେ ଅଂଶଗ୍ରହଣ କରିବା, ଖାଦ୍ୟ ତଥା ଘରକରଣା ସାମଗ୍ରୀର ଅନ୍ଲାଇନ୍ କ୍ରୟ ଭଳି ଅନେକ କାର୍ଯ୍ୟରେ ସାହାଯ୍ୟ କରିବା ଆଦି ପ୍ରାରମ୍ଭିକ ପର୍ଯ୍ୟାୟରେ ସେନ୍ସିକେୟାର୍ ଦ୍ୱାରା ମାସିକ ମାତ୍ର ୪୯୯ ଟଙ୍କାରେ ପ୍ରଦାନ କରାଯିବ । ଭୁବନେଶ୍ୱରରେ ବାସ କରୁଥିବା ୬୦ ବର୍ଷ ବୟସରୁ ଊର୍ଦ୍ଧ୍ବ ବୟସ୍କ ବ୍ୟକ୍ତି କିମ୍ବା ବାହାରେ ରହୁଥିବା ବ୍ୟକ୍ତି ଯେଉଁମାନଙ୍କ ବୟସ୍କ ପିତାମାତା ଭୁବନେଶ୍ୱରରେ ବାସ କରୁଥିବେ, ସେମାନେ ଏହି ସେବାର ଲାଭ ନେଇପାରିବେ । ଅଧିକ ବିବରଣୀ ପାଇଁ ଆପଣ ଏହି ୨ଟି ନମ୍ବରରେ କଲ୍ କିମ୍ବା ହ୍ୱାଟ୍ସଆପ୍ କରିପାରିବେ : ୮୮୯୫୦୭୭୭୪୬ / ୮୭୬୩୭୧୩୪୫୯  ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe