ରାଜ୍ୟ ଘରୋଇ ଆଇଟିଆଇ ସଂଘର ବିକ୍ଷୋଭ

ରାଜ୍ୟ ଘରୋଇ ଆଇଟିଆଇ ସଂଘର ବିକ୍ଷୋଭ

ଭୁବନେଶ୍ୱର: ୯ ଦଫା ଦାବିରେ ଆଜି ରାଜ୍ୟ ଘରୋଇ ଆଇଟିଆଇ ସଂଘ ପକ୍ଷରୁ ଲୋୟର ପିଏମ୍‌ଜିଠାରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ସଂଘର ସଭାପତି ଶ୍ରୀନିବାସ ସୁବୁଦ୍ଧିଙ୍କ ନେତୃତ୍ୱରେ ରାଜ୍ୟର ବିଭିନ୍ନ ସ୍ଥାନରୁ ଆସିଥିବା ଶତାଧିକ ଛାତ୍ରଛାତ୍ରୀ ମାଷ୍ଟରକ୍ୟାଣ୍ଟିନ୍‌ ଛକରୁ ଏକ ଶୋଭାଯାତ୍ରାରେ ବାହାରି ଲୋୟର ପିଏମ୍‌ଜି ପର୍ଯ୍ୟନ୍ତ ଆସିଥିଲେ। ସେଠାରେ ଦାବି ପୂରଣ ନେଇ ନାରାବାଜି କରିବା ସହ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଦାବିଗୁଡ଼ିକ ମଧ୍ୟରେ ଡିଜିଟ୍‌ ଫ୍ରି ଷ୍ଟ୍ରକଚର୍‌ ଲାଗୁ କରିବା, ଅନଲାଇନ ଅଡମିସନ୍‌ ପକ୍ରିୟାକୁ ସରଳ କରିବା, ବିଗତ ବର୍ଷ ପରି ଚଳିତ ବର୍ଷ ମଧ୍ୟ ଅଫଲାଇନ୍‌ ଜରିଆରେ ଅଡମିସନ୍‌ ପାଇଁ ଘରୋଇ ଆଇଟିଆଇ ଅନୁଷ୍ଠାନଗୁଡ଼ିକୁ ଅନୁମତି ପ୍ରଦାନ, ଘରୋଇ ଆଇଟିଆଇରେ ପଢ଼ୁଥିବା ପିଲାମନଙ୍କୁ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ନିଯୁକ୍ତି ପ୍ରକ୍ରିୟାରେ ସାମିଲ କରିବା ଆଦି ଦାବି ପୂରଣ ନେଇ ସଂଘ ପକ୍ଷରୁ ଦାବିପତ୍ର ପ୍ରଦାନ କରାଯାଇଛି। ଯଦି ସରକାର ଦାବି ପୂରଣ ନେଇ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନ ନିଅନ୍ତି ତେବେ ଆଗାମୀ ଦିନରେ ହଜାର ହଜାର ଆଇଟିଆଇ ଛାତ୍ରଛାତ୍ରୀ ରାଜରାସ୍ତାକୁ ଓଲ୍ଲାଇବେ ବୋଲି ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe