ସରିଲା ରାଜ୍ୟସ୍ତରୀୟ ଚିତ୍ରଶିଳ୍ପୀ ଶିବିର

Advertisment
ସରିଲା ରାଜ୍ୟସ୍ତରୀୟ ଚିତ୍ରଶିଳ୍ପୀ ଶିବିର

ଭୁବନେଶ୍ୱର : ଖଣ୍ଡଗିରି ଉଦୟଗିରି ମହୋତ୍ସବ ଅବସରରେ ଓଡ଼ିଶାର ଐତିହ୍ୟ ଉପରେ ଆଧାରିତ ଚିତ୍ରକୁ ନେଇ ଚିତ୍ରଶିଳ୍ପୀ ଶିବିର ଓ ଚିତ୍ରକଳା ପ୍ରଦର୍ଶନୀ ଖଣ୍ଡଗିରିସ୍ଥିତ ବ୍ୟାଖ୍ୟାନ କେନ୍ଦ୍ରରେ ଉଦ୍‌ଯାପିତ ହୋଇଯାଇଛି। ରାଜ୍ୟ ପର୍ଯ୍ୟଟନ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଆୟୋଜିତ ଏହି ୪ଦିନିଆ ପ୍ରଦର୍ଶନୀରେ ୧୫ଜଣ ଶିଳ୍ପୀଙ୍କ ଚିତ୍ର ସ୍ଥାନିତ ହୋଇଥିଲା।

ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ, ପ୍ରାକ୍ତନ ମନ୍ତ୍ରୀ ଦେବୀପ୍ରସାଦ ମିଶ୍ର, ସଂସ୍କୃତି ବିଭାଗର ସଚିବ ମନୋରଂଜନ ପାଣିଗ୍ରାହୀ, ନିର୍ଦେଶକ ବିଜୟ ନାୟକ, ଏକାଡେମିର ସଭାପତି ତଥା ବିଶିଷ୍ଟ ପ୍ରସ୍ତର ଶିଳ୍ପୀ ରଘୁନାଥ ମହାପାତ୍ର, ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ, ଏକାଡେମିର ସଚିବ ମାନସ ରଂଜନ ଜେନା ଏବଂ ସାଧାରଣ ପରିଷଦର ସଦସ୍ୟଗଣଙ୍କ ସମେତ ବହୁ ଚିତ୍ରଶିଳ୍ପୀ ଉପସ୍ଥିତ ଥିଲେ। ଏହି ଅବସରରେ ଶିଳ୍ପୀ ବଳଦେବ ମହାରଥା, ରବି ନାରାୟଣ ରଥ, ଗଜେନ୍ଦ୍ର କୁମାର ପାଢ଼ୀ, ସୁଭାଷ ଚନ୍ଦ୍ର ପୁଜାହାରୀ, ନିରୋଦ ନଳିନୀ ବେହେରା, ପ୍ରିୟଦର୍ଶିନୀ ମହାନ୍ତି, ବିକ୍ରମ କେଶରୀ ରାଉତରାୟ, ବିଭୂଦତ୍ତ କଳାଚାନ୍ଦ ପ୍ରଧାନ, ଲକ୍ଷ୍ମଣ କୁମାର ନାୟକ, ଭବାନୀ ଶଙ୍କର ଦାସ, ଅନିରୁଦ୍ଧ ସାହୁ, ସୂର୍ଯ୍ୟକାନ୍ତ ନାୟକ, ରୂପରଂଜନ ରାଉଳ, ଶୁଭମୟ ବିଶ୍ୱାଳ ଓ ସଂଗ୍ରାମ ମାଝୀଙ୍କୁ ୧୧ ହଜାର ଟଙ୍କାର ଅର୍ଥରାଶି ସହ ମାନପତ୍ର ଓ ଉତ୍ତରୀୟ ଦେଇ ସମ୍ବର୍ଧିତ କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe