ରାଜ୍ୟସ୍ତରୀୟ ପାଇକ ଆଖଡ଼ା ପ୍ରତିଯୋଗିତା

Advertisment
ରାଜ୍ୟସ୍ତରୀୟ ପାଇକ ଆଖଡ଼ା ପ୍ରତିଯୋଗିତା

ପୁରୁଣା ଭୁବନେଶ୍ୱର: ରାଜ୍ୟସ୍ତରୀୟ ଡ. ହରେକୃଷ୍ଣ ମହତାବ ଜୟନ୍ତୀ କମିଟି ପକ୍ଷରୁ ଗୁଆଝରଠାରେ ରାଜ୍ୟସ୍ତରୀୟ ପାଇକ ଆଖଡ଼ା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ୬୦ରୁ ଅଧିକ ପାଇକ ଦଳ ଯୋଗଦେଇ ପାରମ୍ପରିକ ଖଣ୍ଡାଖେଳ, ବାଡ଼ିଖେଳ, ବନାଟି, କୁସ୍ତି ପରିବେଷଣ କରିଥିଲେ। ସନ୍ଧ୍ୟାରୁ ସମ୍ୱଲପୁର, କଳାହାଣ୍ଡି, ଖୋର୍ଧା, ନୟାଗଡ଼, ଢେଙ୍କାନାଳ, ଅନୁଗୁଳ, ଗଞ୍ଜାମ ଜିଲ୍ଲାରୁ କଳାକାରମାନେ ଖଣ୍ଡା ବାଡ଼ି ଧରି ପହଞ୍ଚି ଗୁଆଝର ପ୍ରାଙ୍ଗଣରେ ପାଇକ କ୍ରୀଡ଼ା ପ୍ରଦର୍ଶନ କରିଥିଲେ। ଛାତିରେ ପଥର ଭାଙ୍ଗିବା, ନିଆଁହୁଳା ଭିତରେ ଡିଆଁ ମାରିବା ଆଦି କଳାକୌଶଳ ଏହି ଅବସରରେ ପ୍ରଦର୍ଶିତ ହୋଇଥିଲା। ଏଠାରେ କୁନି କୁନି ପିଲାଙ୍କ ସମେତ ଯୁବତୀଙ୍କ ପାଇକ ଖେଳ ଆକର୍ଷଣୀୟ ହୋଇଥିଲା। ତାଳଚେର ରାଣୀ ଶୁକଦେଇ ରେଜିମେଣ୍ଟ ମହିଳା ମହାବିଦ୍ୟାଳୟର ପାଇକ ଖେଳ ମଧ୍ୟ ଆକର୍ଷଣୀୟ ଅନୁଭୂତି ଦେଇଥିଲା। ବିଳମ୍ବିତ ରାତି ଯାଏଁ ପାଇକ ଖେଳ ପ୍ରତିଯୋଗିତା ଚାଲିଥିଲା। ଅନୁଷ୍ଠାନର ସମ୍ପାଦକ ତଥା ପୂର୍ବତନ ମନ୍ତ୍ରୀ ସୁରେଶ କୁମାର ରାଉତରାୟଙ୍କ ଅଧ୍ୟକ୍ଷତା‌ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପୂର୍ବତନ ପିସିସି ସଭାପତି ପ୍ରସାଦ ହରିଚନ୍ଦନ, ଦୁଃଶାସନ ସ୍ବାଇଁ, ସନତ ମିଶ୍ର, କପିଳ ପଣ୍ଡା, ଜୟକୃଷ୍ଣ ମଲିଆ, ଗଦାଧର ଦାସ, ନୀଳମଣି ମିଶ୍ର, ବିଷ୍ଣୁପ୍ରସାଦ ମୁଦୁଲି, ପ୍ରକାଶ ମହାନ୍ତି ଏବଂ ଶ୍ରୀବତ୍ସ ପତି ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe