ରାଜ୍ୟସ୍ତରୀୟ ପୁଷ୍ପ ପ୍ରଦର୍ଶନୀ ଉଦ‌୍‌ଯାପିତ: ‘ପ୍ରକୃତିକୁ ଭଲପାଇବା ଓ ସଂରକ୍ଷଣ କରିବାରେ ପୁଷ୍ପ ପ୍ରଦର୍ଶନୀ ପ୍ରେରଣା ଯୋଗାଇବ’

Advertisment

ଆଞ୍ଚଳିକ ଉଦ୍ଭିଦ ସମ୍ବଳ କେନ୍ଦ୍ର ଓ ପ୍ଲାଣ୍ଟ ଲଭର୍ସ ସଂଘର ମିଳିତ ସହ‌ଯୋଗରେ ଏକାମ୍ରକାନନରେ ଆୟୋଜିତ ବାର୍ଷିକ ରାଜ୍ୟସ୍ତରୀୟ ପୁଷ୍ପ ପ୍ରଦର୍ଶନୀ ଉଦ୍‌ଯାପିତ ହୋଇଛି। ତେବେ ପର୍ଯ୍ୟଟକଙ୍କ ଉତ୍ସାହକୁ ଦେଖି ରବିବାର ଏହା ଦର୍ଶକଙ୍କ ପାଇଁ ଖୋଲା ରଖିବାକୁ କର୍ତ୍ତୃପକ୍ଷ ନି‌ଷ୍ପତ୍ତି ନେଇଛନ୍ତି।

ଆଞ୍ଚଳିକ ଉଦ୍ଭିଦ ସମ୍ବଳ କେନ୍ଦ୍ର ଓ ପ୍ଲାଣ୍ଟ ଲଭର୍ସ ସଂଘର ମିଳିତ ସହ‌ଯୋଗରେ ଏକାମ୍ରକାନନରେ ଆୟୋଜିତ ବାର୍ଷିକ ରାଜ୍ୟସ୍ତରୀୟ ପୁଷ୍ପ ପ୍ରଦର୍ଶନୀ ଉଦ୍‌ଯାପିତ ହୋଇଛି। ତେବେ ପର୍ଯ୍ୟଟକଙ୍କ ଉତ୍ସାହକୁ ଦେଖି ରବିବାର ଏହା ଦର୍ଶକଙ୍କ ପାଇଁ ଖୋଲା ରଖିବାକୁ କର୍ତ୍ତୃପକ୍ଷ ନି‌ଷ୍ପତ୍ତି ନେଇଛନ୍ତି।

sfsfsf

ଖଣ୍ଡଗିରି: ଆଞ୍ଚଳିକ ଉଦ୍ଭିଦ ସମ୍ବଳ କେନ୍ଦ୍ର ଓ ପ୍ଲାଣ୍ଟ ଲଭର୍ସ ସଂଘର ମିଳିତ ସହ‌ଯୋଗରେ ଏକାମ୍ରକାନନରେ ଆୟୋଜିତ ବାର୍ଷିକ ରାଜ୍ୟସ୍ତରୀୟ ପୁଷ୍ପ ପ୍ରଦର୍ଶନୀ ଉଦ୍‌ଯାପିତ ହୋଇଛି। ତେବେ ପର୍ଯ୍ୟଟକଙ୍କ ଉତ୍ସାହକୁ ଦେଖି ରବିବାର ଏହା ଦର୍ଶକଙ୍କ ପାଇଁ ଖୋଲା ରଖିବାକୁ କର୍ତ୍ତୃପକ୍ଷ ନି‌ଷ୍ପତ୍ତି ନେଇଛନ୍ତି। ଅର୍ଥାତ୍‌ ଚଳିତ ଥର ପ୍ରଥମ କରି ୩ ଦିନରୁ ୫ ଦିନ ଚାଲିଥିବା ପ୍ରଦର୍ଶନୀ ଷଷ୍ଠ ଦିନ ଯାଏଁ ଚାଲିବ। ଫଳରେ ରବିବାର ପର୍ଯ୍ୟଟକ ସକାଳ ୮ରୁ ରାତି ୭ଟା ଯା‌ଏଁ ପୁଷ୍ପ ପ୍ରଦର୍ଶନୀ ଦେଖିପାରିବେ।

ଶନିବାର ଅପରାହ୍‌ଣରେ ଆୟୋଜିତ ପୁଷ୍ପ ପ୍ରଦର୍ଶନୀରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ କହିଲେ ଯେ, ଏହି ପ୍ରଦର୍ଶନୀ ପ୍ରକୃତିକୁ ଜାଣିବା, ପ୍ରକୃତିରୁ ଲାଭାନ୍ବିତ ହେବା ଏବଂ ଉତ୍ତର ପିଢ଼ିର ଆବଶ୍ୟକତା ପାଇଁ ପ୍ରକୃତିକୁ କିପରି ସଂରକ୍ଷଣ କରିପାରିବା ସେ ‌ନେଇ ପ୍ରେରଣା ଦେଉଛି। ପ୍ରଦର୍ଶନୀ ଆମକୁ ଲିଲିୟମ, ଗ୍ଲାଡିଓଲି, ଆନ୍‌ଥୁରୀୟମ, ସାଲଭିଆ, ଆଣ୍ଟିରିନିଅମ ଏବଂ ବିଭିନ୍ନ କିସମର ଗଛ ଯଥା ଫର୍ଣ୍ଣ ଆଗ୍ଲୋନିମା, ପାମ, ଡାଇ‌ଫେନ ବେକିଆ, ଫିଲୋଡେଣ୍ଡନ ଇତ୍ୟାଦିକୁ ପରିଚିତ କରାଇଛି ବୋଲି ମତ ଦେଇଥିଲେ। ବିଭାଗର ଅତିରିକ୍ତ ମୁଖ୍ୟ ଶାସନସଚିବ ସତ୍ୟବ୍ରତ ସାହୁ ସମ୍ମାନିତ ଅତିଥି ଭାବେ ଯୋଗଦେଇ କହିଲେ ଯେ, ୪୦ ବର୍ଷ ପୂର୍ବେ ୧୯୮୫ ମସିହାରେ ପ୍ରତିଷ୍ଠା ହୋଇଥିବା ଆଞ୍ଚଳିକ ଉଦ୍ଭିଦ ସମ୍ବଳ କେନ୍ଦ୍ର, ଏକାମ୍ରକାନନ ଭଳି ଉଦ୍ଭିଦ ଗବେଷଣା କ୍ଷେତ୍ରରେ ଦେଶର ଏକ ଅଗ୍ରଣୀ ଅନୁଷ୍ଠାନ ହୋଇ ଛିଡ଼ା ହୋଇଛି। ଏହା କେବଳ ମନୋରଞ୍ଜନ ପାଇଁ ଉଦ୍ଦିଷ୍ଟ ଏକ ପାର୍କ ନୁହଁ, ଏଠାରେ ଥିବା ଅତ୍ୟାଧୁନିକ ଟିସୁ କଲଚର ଲାବୋରେଟୋରି ଦେଶରେ ପ୍ରସିଦ୍ଧ । କଦଳୀ ଅର୍କିଡ ଓ ଫୁଲ ଗଛର ବହୁଳ ବଂଶବିସ୍ତାର ଜୈବପ୍ରଯୁକ୍ତି ବିଦ୍ୟାର ପ୍ରୟୋଗ ବା ଟିସୁ କଲଚର ଦ୍ବାରା କରାଯାଇଛି। 

ରବିବାର ବି ଖୋଲା ରହିବ: ସକାଳ ୮ରୁ ରାତି ୭ ଯାଏ ଦେଖିପାରିବେ ପର୍ଯ୍ୟଟକ
‘ପ୍ରକୃତିକୁ ଭଲପାଇବା ଓ ସଂରକ୍ଷଣ କରିବାରେ ପୁଷ୍ପ ପ୍ରଦର୍ଶନୀ ପ୍ରେରଣା ଯୋଗାଇବ’

ବଗିଚା ପ୍ରତିଯୋଗିତାରେ ୧୦୪ ବ୍ୟକ୍ତି ଓ ଅନୁଷ୍ଠାନ ଭାଗ ନେଇ ଥିବାବେଳେ ୮୨ ବ୍ୟକ୍ତି ଓ ଅନୁଷ୍ଠାନ ପୁରସ୍କାର ପାଇଁ ଯୋଗ୍ୟ ବିବେଚିତ ହୋଇଥିଲେ। ଚିତ୍ରାଙ୍କନ ପ୍ରତିଯୋଗିତାରେ ୮୪୦ ପ୍ରତିଯୋଗୀଙ୍କ ମଧ୍ୟରୁ ୩୭ ଜଣ ଛାତ୍ରଛାତ୍ରୀ ପୁରସ୍କୃତ ହୋଇଥିଲେ। ରାଜଭବନ, ରାଜ୍ୟ ବଟାନିକାଲ ଉଦ୍ୟାନ, ନାଲ୍‌କୋ, ଓଡ଼ିଶା ଖଣି ନିଗମ, ରାଉରକେଲା ଇସ୍ପାତ ନିଗମ, ରାଜ୍ୟ ଉଦ୍ୟାନ ବିଭାଗ, କିଟ୍ ବିଶ୍ବବିଦ୍ୟାଳୟ, ଜାଭିୟର ବିଶ୍ବବିଦ୍ୟାଳୟ, ସିଭି ରମଣ ଗ୍ଲୋବାଲ ବିଶ୍ୱବିଦ୍ୟାଳୟ, ଟ୍ରାଇଡେଣ୍ଟ ଏକାଡେମି, ସେଞ୍ଚୁରିଅନ ବିଶ୍ବବିଦ୍ୟାଳୟ, ସାଇ ଇଣ୍ଟରନ୍ୟାସନାଲ୍‌ ସ୍କୁଲ, କଳିଙ୍ଗନଗର ଟାଟା ଷ୍ଟିଲ, ଆଦାନି ଧାମରା ପୋର୍ଟ, ହିଣ୍ଡାଲକୋ, ମେ’ ଫେୟାର ଲାଗୁନ୍‌ ଆଦି ଅନୁଷ୍ଠାନ ଫୁଲ ଓ ଆଳଙ୍କାରିକ ଗଛ ଆଣି ଏହି ପ୍ରଦର୍ଶନୀକୁ ସରସ ସୁନ୍ଦର କରିଥିବାରୁ ସେମାନଙ୍କୁ ପୁରସ୍କୃତ କରାଯାଇଥିଲା। କାର୍ଯ୍ୟକ୍ରମରେ ପ୍ରଧାନ ମୁଖ୍ୟ ବନସଂରକ୍ଷକ ଓ ବନବାହିନୀ ମୁଖ୍ୟ ଦେବୀଦତ୍ତ ବିଶ୍ବାଳ, ପ୍ରଧାନ ମୁଖ୍ୟ ବନସଂରକ୍ଷକ (ବନ୍ୟପ୍ରାଣୀ) ଓ ମୁଖ୍ୟ ବନ୍ୟପ୍ରାଣୀ ତତ୍ତ୍ୱାବଧାରକ ପ୍ରେମ କୁମାର ଝା, ଆଞ୍ଚଳିକ ଉଦ୍ଭିଦ ସମ୍ବଳ କେନ୍ଦ୍ରର ମୁଖ୍ୟ କାର୍ଯ୍ୟନିର୍ବାହୀ ସୁରେଶ କୁମାର ପନ୍ତ, ପ୍ରାଶାସନିକ ଅଧିକାରୀ ଋତୁପର୍ଣ୍ଣା ମହାପାତ୍ର, ପ୍ଲାଣ୍ଟଲଭର୍ସ ସଂଘର ସଭାପତି କ୍ଷୀରୋଦ ପଟ୍ଟନାୟକ ଓ ସମ୍ପାଦକ ପି ଶ୍ରୀନିବାସ ପ୍ରମୁଖ ଏହି ସମାରୋହରେ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe