ଭୁବନେଶ୍ୱର: ଉଚ୍ଚଶିକ୍ଷା ବିଭାଗ ଓ ଓଡ଼ିଶା ରାଜ୍ୟ ଉଚ୍ଚଶିକ୍ଷା ପରିଷଦର ମିଳିତ ଆନୁକୂଲ୍ୟରେ ଆୟୋଜିତ ହେଉଥିବା ‘ରାଜ୍ୟ ସ୍ତରୀୟ ନବ ସୃଜନ ଓ ନୂତନ ଉଦ୍ୟମ’ ପ୍ରତିଯୋଗିତା ଉଦ୍‌ଯାପିତ ହୋଇଛି। ରମାଦେବୀ ମହିଳା ବିଶ୍ୱ ବିଦ୍ୟାଳୟରେ ଆୟୋଜିତ ଏହି ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ୧୪ଟି ବିଶ୍ୱ ବିଦ୍ୟାଳୟର ୭୨ଜଣ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ।

Advertisment

The dead body of a worshipper: ଶିବଲିଙ୍ଗ ଉପରେ ପୂଜକଙ୍କ ମୃତଦେହ: ପୂଜା କରିବାକୁ ଯାଇ ଫେରି ନ ଥିଲେ, ମୁଣ୍ଡରେ ଲାଗିଛି ଆଘାତ


ଉଦ୍‌ଯାପନୀ ସମାରୋହରେ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ମୁଖ୍ ଅତିଥି ଭାବେ ଯୋଗଦେଇ କହିଥିଲେ ବିକଶିତ ଓଡ଼ିଶା-୨୦୩୬ ଓ ବିକଶିତ ଭାରତ-୨୦୪୭ ଗଠନ ଲକ୍ଷ୍ୟ ପୂରଣ କରିବାରେ ଆମ ଯୁବବର୍ଗ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବେ। ଏହି ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିବା ସମସ୍ତ ଛାତ୍ରଛାତ୍ରୀ ନୂଆ ଉଦ୍ୟୋଗ ନିର୍ମାଣ କରିବା ପାଇଁ ଯେଉଁ ପ୍ରଚେଷ୍ଟା କରୁଛନ୍ତି, ତାହା ପ୍ରଶଂସନୀୟ। କାର୍ଯ୍ୟକ୍ରମରେ ଶ୍ରେଷ୍ଠ ବିବେଚିତ ୧୦ଟି ଷ୍ଟାର୍ଟଅପ୍ ପ୍ରକଳ୍ପକୁ ୫ଲକ୍ଷ ଟଙ୍କା ଲେଖାଏଁ ଆର୍ଥିକ ସହାୟତା ପ୍ରଦାନ କରାଯିବା ସହ କୃତୀ ଛାତ୍ରଛାତ୍ରୀମାନଙ୍କୁ ମାନପତ୍ର ଓ ପୁରସ୍କାର ପ୍ରଦାନ କରାଯାଇଥିଲା।

Operation 'Gorkha': ୫ ଜିଲ୍ଲାରେ ଅପରେସନ୍‌ ‘ଗୋରକ୍ଷା’: ୪୬ ସ୍ଥାନରେ ଏକକାଳୀନ ଚଢ଼ଉ, ନଗଦ ୧.୪୨ କୋଟି ଟଙ୍କା, କେଜିଏ ସୁନା, ୩ କିଲୋ ରୁପା ଜବତ

 ଭଦ୍ରକ ସ୍ୱୟଂ ଶାସିତ ମହାବିଦ୍ୟାଳୟର ନୀଳାମ୍ବର ବେହେରା, କେନ୍ଦ୍ରାପଡ଼ା ବିରୂପା ମହାବିଦ୍ୟାଳୟର ଅଭିଲିପ୍ସା ଭୂୟାଁ, ରମାଦେବୀ ବିଶ୍ୱବିଦ୍ୟାଳୟର ସୁଦୀପ୍ତା ରାଉତ, ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ଅର୍ଚ୍ଚିତା ଲେଙ୍କା, ଗଣେଶ ଚନ୍ଦ୍ର ଖାଡ଼ଙ୍ଗ, ଧରଣୀଧର ବିଶ୍ୱବିଦ୍ୟାଳୟର ଶ୍ରୀୟା ସୋନାଲି ସାହୁ, ସୁଶ୍ରୀ ଶ୍ରୀୟା ପ୍ରଧାନ, ମହର୍ଷି କଲେଜ ଅଫ ନ୍ୟାଚୁରାଲ ଲ’ ର ଶ୍ରୀପଦ ଶରଣ ବାରିକ, ମା’ ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟର ପ୍ରବୀଣ କୁମାର ସିଂ ଓ ସ୍ବାଶିତ୍ ପଟ୍ଟନାୟକ ଓ ରେଭେନ୍ସା ବିଶ୍ୱବିଦ୍ୟାଳୟର ଦେବୀ ପ୍ରସାଦ ମିଶ୍ରଙ୍କୁ ପୁରସ୍କାର, ଆର୍ଥିକ ସହାୟତା ରାଶି ଏବଂ ମାନପତ୍ର ପ୍ରଦାନ କରାଯାଇଥିଲା। ଆଜିର କାର୍ଯ୍ୟକ୍ରମରେ ଉଚ୍ଚଶିକ୍ଷା ନିର୍ଦ୍ଦେଶକ କାଳୀ ପ୍ରସନ୍ନ ମହାପାତ୍ର, ଓଡ଼ିଶା ରାଜ୍ୟ ଉଚ୍ଚଶିକ୍ଷା ପରିଷଦର କାର୍ଯ୍ୟକାରୀ ସଦସ୍ୟ ପ୍ରଫେସର ଅତନୁ କୁମାର ପତି, ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ କୁଳପତି ଚଣ୍ଡୀଚରଣ ରଥ ପ୍ରମୁଖ ଉପସ୍ଥିତ ଥିଲେ।