କାମାକ୍ଷାନଗର: କ୍ୟାଲେଣ୍ଡର ବର୍ଷ-୨୦୨୫ର ଅନ୍ତିମ ଦିବସ ଏବଂ ନୂଆବର୍ଷର ଆଗମନ ଅବସରରେ ସପରିବାର ବଣଭୋଜିରେ ଯାଇଥିବା ଏକ ଘରୁ ଦିନ ଦିପହରରେ ଲୁଟ୍‌ ହୋଇଛି। ଦୁର୍ବୃତ୍ତମାନେ ପରିବାର ଲୋକଙ୍କର ଅନୁପସ୍ଥିତିର ସଯୋଗ ନେଇ ତାଲାଭାଙ୍ଗି ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଓ ଟଙ୍କା ଲୁଟିନେଇଛନ୍ତି। ଢେଙ୍କାନାଳଜିଲ୍ଲା କାମାକ୍ଷାନଗର ସହରର କଲେଜ ରୋଡ଼ ଓ ନିକଟରେ ଥିବା ଜିରିଡାମାଳି ଗାଁରେ ଆଜି ଏଭଳି ପରିସ୍ଥିତି ଦେଖିବାକୁ ମିଳିଛି। 

Advertisment

ନୂଆବର୍ଷର ଅବ୍ୟବହିତ ପୂର୍ବରୁ ଲୁଟେରାଙ୍କ ଆତଙ୍କରାଜ ଦେଖିବାକୁ ମିଳିଛି l ଦିନ ଦ୍ବିପ୍ରହରରେ ପୁଲିସକୁ ଖୋଲା ଚ୍ୟାଲେଞ୍ଜ ଦେଇ ଦୁଇ ଦୁଇଟି ଘରର ତାଲା ଭାଙ୍ଗି ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଓ ଟଙ୍କା ଲୁଟିଲେ ଲୁଟେରାl ଥାନା ଠାରୁ ମାତ୍ର ଦୁଇ କିଲୋମିଟର ଦୂରରେ ଥିବା ଜିରିଡ଼ାମାଳି ଗାଁର ନାରାୟଣ ବାରିକଙ୍କ ପରିବାର ଲୋକ ନୂଆବର୍ଷ ଅବସରରେ ଭୋଜି କରିବାକୁ ଯାଇଥିଲେl ସେମାନେ ଘରର ବାହାର ପାର୍ଶ୍ବରେ ତାଲା ପକାଇ ଦେଇଥିଲେ। ଏହାର ସୁଯୋଗ ନେଇ ଲୁଟେରାମାନେ ଘରର ତାଲାଭାଙ୍ଗି ଘରେ ଥିବା ସୁନା ମଙ୍ଗଳସୂତ୍ର, ସୁନାଚୁଡ଼ି, ସୁନାଚେନ ଓ ନଗଦ ଚାଳିଶରୁ ପଚାଶ ହଜାର ଟଙ୍କା ଲୁଟିନେଇଛନ୍ତିl

a8854f27-d2ca-4798-8437-cc8ff79e3b71

ବୁଲିଯାଇ ଥିଲେ ପରିବାର, ଘରୁ ଲୁଟ୍‌

ସେହିପରି କାମାକ୍ଷାନଗର ମହାବିଦ୍ୟାଳୟ ନିକଟରେ ଭଡ଼ାରେ ରହୁଥିବା ମହେଶ୍ୱର ସାହୁ ପରିବାର ସହ ବାଲେଶ୍ଵର ବୁଲିବାକୁ ଯାଇଥିଲା ବେଳେ ଆଜି ଦ୍ବିପ୍ରହରରେ ଘରେ ପହଞ୍ଚି ତାଲା ଭାଙ୍ଗିଥିବା ଦେଖିବାକୁ ପାଇଥିଲେl ମହେଶ୍ୱରଙ୍କ ଘରୁ ଲୁଟେରାମାନେ ୮ ଭରିର ସୁନା, ୨୦ ଭରି ଓଜନର ରୁପା ଲୁଟି ନେଇଛନ୍ତିl ବିଗତ ସପ୍ତାହକ ମଧ୍ୟରେ କାମାକ୍ଷାନଗର ସହର ଓ ଆଖପାଖରେ ଚାରୋଟି ମନ୍ଦିରରୁ ଲୁଟେରାମାନେ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଓ ହୁଣ୍ଡି ଲୁଟ କରିଥିବା ବେଳେ ପୋଲିସ ଆଜି ପର୍ଯ୍ୟନ୍ତ ଲୁଟେରାମାନଙ୍କୁ ଧରିବାରେ ସକ୍ଷମ ହୋଇ ପାରିନାହିଁl 

ଆହୁରି ପଢ଼ନ୍ତୁ: 2025 December 31: କ୍ୟାଲେଣ୍ଡର ବର୍ଷ ୨୦୨୫ର ଅନ୍ତିମ ସୂର୍ଯ୍ୟାସ୍ତ ସମୟର ଦୃଶ୍ୟ

ତାଲା ଭାଙ୍ଗି ଲୁଟ୍‌

ତେବେ ଆଜି ଦିନ ଦ୍ବିପ୍ରହରରେ ତାଲାଭାଙ୍ଗି ଦୁଇ ଦୁଇଟି ଘରୁ ଲକ୍ଷାଧିକ ଟଙ୍କାର ଲୁଟ୍‌ ହୋଇଥିବା ବେଳେ ପୁଲିସର କାର୍ଯ୍ୟ ଦକ୍ଷତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ସ୍ଥାନୀୟ ବାସିନ୍ଦା l କାମାକ୍ଷାନଗର ପୁଲିସ ଲୁଟେରାମାନଙ୍କୁ ଧରି ପାରୁନଥିବା ବେଳେ ଏବେ କାମାକ୍ଷାନଗର ସହର ଓ ନିକଟରେ ଥିବା ଗାଁ ଗୁଡ଼ିକରେ ଲୁଟେରା ମାନେ ଆତଙ୍କ ସୃଷ୍ଟି କରିବାରେ ସକ୍ଷମ ହେଉଛନ୍ତିl ତେଣୁ ପୁଲିସ ତୁରନ୍ତ ଲୁଟେରାମାନଙ୍କୁ ଧରିବା ସହ ପେଟ୍ରୋଲିଙ୍ଗ କଡାକଡ଼ି କରିବା ପାଇଁ ସାଧାରଣ ରେ ଦାବି ହୋଇଛିl

ଆହୁରି ପଢ଼ନ୍ତୁ: Sundargarh: ସୁନ୍ଦରଗଡ଼ରୁ ବିସ୍ଫୋରକ ଲୁଟ୍‌ ଘଟଣା: ୧୧ ମାଓବାଦୀଙ୍କ ନାଁରେ ଏନ୍‌ଆଇଏର ଚାର୍ଜସିଟ୍‌