ସେମାନଙ୍କ ଜାତୀୟତାବୋଧର ପଟାନ୍ତର ନାହିଁ

ନେତାଜୀ ସୁଭାଷ ବୋଷ ଓ ବୀର ସୁରେନ୍ଦ୍ର ସାଏଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ

ସେମାନଙ୍କ ଜାତୀୟତାବୋଧର ପଟାନ୍ତର ନାହିଁ

ଭୁବନେଶ୍ୱର: ସଶସ୍ତ୍ର ସଂଗ୍ରାମ ବଳରେ ବ୍ରିଟିଶ୍‌ ଶାସନର ଅବସାନ ପାଇଁ ନେତାଜୀ ସୁଭାଷ ବୋଷଙ୍କ ତ୍ୟାଗ ଚିରସ୍ମରଣୀୟ। ଇଂରେଜମାନଙ୍କ ସାମ୍ରାଜ୍ୟବାଦୀ କାର୍ଯ୍ୟକୁ ପ୍ରତିହତ କରି ବୀର ସୁରେନ୍ଦ୍ର ସାଏ ଜୀବନ ଉତ୍ସର୍ଗ କରିଥିଲେ। ଏହି ଦୁଇ ବୀର ପୁରୁଷଙ୍କ ଦେଶପ୍ରେମ ଉତ୍ତରପିଢ଼ିକୁ ଅନୁପ୍ରେରିତ କରିବ। ବାସ୍ତବରେ ସେମାନଙ୍କ ଜାତୀୟତାବୋଧର ପଟାନ୍ତର ନାହିଁ। ରାଜ୍ୟସ୍ତରୀୟ ନେତାଜୀ ଓ ସୁରେନ୍ଦ୍ର ସାଏ ଜୟନ୍ତୀରେ ମୁଖ୍ୟଅତିଥି ଭାବେ ଯୋଗ ଦେଇ ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା ଏପରି ମତପ୍ରକାଶ କରିଛନ୍ତି। ସୂଚନା ଓ ଲୋକସମ୍ପର୍କ ବିଭାଗ ଓ ପଶ୍ଚିମ ଓଡ଼ିଶାର ଅଗ୍ରଣୀ ସଂଗଠନ ପକ୍ଷରୁ ଜୟଦେବ ଭବନଠାରେ ଏହି ସମାରୋହ ଅନୁଷ୍ଠିତ ହୋଇଥିଲା।ସମ୍ମାନିତ ଅତିଥି ଭାବେ ବିଧାୟକ ଦେବୀପ୍ରସାଦ ମିଶ୍ର ଯୋଗ ଦେଇ ଦୁଇ ମହାନ ଯୋଦ୍ଧାଙ୍କ ଅବଦାନ ଭାରତୀୟ ମୁକ୍ତି ସଂଗ୍ରାମର ବିଶିଷ୍ଟ ଅଧ୍ୟାୟ ବୋଲି କହିଥିଲେ। ସମ୍ମାନିତ ଅତିଥି ସାଂସଦ ଡ. ପ୍ରଭାସ କୁମାର ସିଂହ ବୀର ସୁରେନ୍ଦ୍ର ସାଏ ଓ ନେତାଜୀଙ୍କ ସଂଘର୍ଷମୟ ଜୀବନ ଏ ଜାତି କେବେ ଭୁଲିପାରିବ ନାହିଁ ବୋଲି କହିଥିଲେ। ମୁଖ୍ୟବକ୍ତା ଭାବେ କିସ୍‌ ବିଶ୍ୱବିଦ୍ୟାଳୟର ନିର୍ଦେଶକ ବିଚିତ୍ରାନନ୍ଦ ରାୟ ଯୋଗ ଦେଇ କହିଲେ, ନେତାଜୀ ଭାରତରେ ସାମରିକ ଜାତୀୟତାବାଦର ଅନ୍ୟତମ କର୍ଣ୍ଣଧାର। ଏଥିସହିତ ଶ୍ରୀ ରାୟ ନେତାଜୀଙ୍କ ଜୀବନର ଅନେକ ଅନାଲୋଚିତ ଅଧ୍ୟାୟର ଆଲୋଚନା କରିଥିଲେ। ବିଭାଗୀୟ ନିର୍ଦେଶକ ଲକ୍ଷ୍ମୀଧର ମହାନ୍ତି ସ୍ୱାଗତ ଭାଷଣ ଦେଇଥିଲେ। ସହକାରୀ ସୂଚନା ଅଧିକାରୀ ସଚ୍ଚିଦାନନ୍ଦ ବେହେରା କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ସକାଳେ ବିଭାଗ ପକ୍ଷରୁ ରସୁଲଗଡ଼ ଛକରେ ଥିବା ନେତାଜୀଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରାଯାଇଥିଲା। ଉପନିର୍ଦେଶକ ବିପିନ ବିହାରି ବାରିକ ଧନ୍ୟବାଦ ଦେଇଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe