ନୂତନ ଆହ୍ଵାନ ଲାଗି ପ୍ରସ୍ତୁତ ହୁଅ

Advertisment

ରାଜ୍ୟସ୍ତରୀୟ ଅଧ୍ୟାପକ ସମ୍ମିଳନୀ

ରାଜ୍ୟସ୍ତରୀୟ ଅଧ୍ୟାପକ ସମ୍ମିଳନୀ

ନୂତନ ଆହ୍ଵାନ ଲାଗି ପ୍ରସ୍ତୁତ ହୁଅ

ଭୁବନେଶ୍ୱର : ଶିକ୍ଷକଙ୍କ ଲାଗି ବ୍ୟାପକ ସୁଯୋଗ ରହିଥିଲେ ମଧ୍ୟ ଆବଶ୍ୟକୀୟ ଶିକ୍ଷକ ମିଳୁନାହାନ୍ତି। ନୂତନ ଟେକ୍ନୋଲୋଜିର ବ୍ୟବହାର ହେବା ପରେ ଶିକ୍ଷକଙ୍କ ପାଖରେ ଯେଉଁ ତଥ୍ୟ ଉପଲବ୍ଧ ହେଉଛି ପିଲାଙ୍କ ନିକଟରେ ତାହା ଉପଲବ୍ଧ ହେଉଛି। ଏଭଳି ଆହ୍ଵାନର ସମ୍ମୁଖୀନ ଲାଗି ଶିକ୍ଷକମାନେ ପ୍ରସ୍ତୁତ ହେବା ଆବଶ୍ୟକ ବୋଲି ବେଙ୍ଗାଲୁରୁସ୍ଥିତ ଓ୍ଵିପ୍ରୋ କଂଜୁମ୍‌ କେୟାର ଆଣ୍ଡ ଲାଇଟ୍‌ର ବରିଷ୍ଠ ଭିପି ତଥା ଏଚ୍‌ଆର ମୁଖ୍ୟ ରାଜେଶ ସାହେ କହିଛନ୍ତି।

ଆସ୍ଥା ସ୍କୁଲ ଅଫ୍‌ ମ୍ୟାନେଜ୍‌ମେଣ୍ଟ ପକ୍ଷରୁ ଆଜି ଆୟୋଜିତ ରାଜ୍ୟସ୍ତରୀୟ ଅଧ୍ୟାପକ ସମ୍ମିଳନୀରେ ମୁଖ୍ୟଅତିଥି ଭାବେ ଯୋଗଦେଇ ଶ୍ରୀ ସାହେ ଏହା କହିଛନ୍ତି। ଭୁବନେଶ୍ୱର ଆଇଆଇଟିର ପ୍ରଫେସର ପ୍ରତାପ କେ.ଜେ. ମହାପାତ୍ର ସମ୍ମାନିତ ଅତିଥି ଭାବେ ଯୋଗଦେଇ ଆଧୁନିକ ସମାଜ ଗଠନରେ ଶିକ୍ଷା ଓ ଶିକ୍ଷକଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ମତବ୍ୟକ୍ତ କରିଥିଲେ। ଅନୁଷ୍ଠାନର ଅଧ୍ୟକ୍ଷା ପ୍ରଫେସର ଶର୍ମିଳା ସୁବ୍ରମନିୟନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବ୍ରେନ୍‌ଷ୍ଟେନ୍‌ର ନିର୍ଦେଶକ ଅଶୋକ କୁମାର ମଙ୍ଗରାଜ ମୁଖ୍ୟବକ୍ତା ଭବେ ଯୋଗଦେଇ ଶିକ୍ଷା କ୍ଷେତ୍ରରେ ନୂତନତ୍ୱ ଆଣିବାକୁ ପଡ଼ିବ ବୋଲି କହିଥିଲେ। କଲେଜର ସମ୍ପାଦକ ବଙ୍କିମ୍‌ ମହାନ୍ତି ସ୍ୱାଗତ ଭାଷଣ ଦେଇଥିବା ବେଳେ ପ୍ରଫେସର ବିପୁଲ କୁମାର ଧନ୍ୟବାଦ ଦେଇଥିଲେ। ସମ୍ମିଳନୀ ଅବସରରେ ଅନୁଷ୍ଠାନର ସ୍ମରଣିକା ‘ପ୍ରକରଣ’ ଓ ଆସ୍ଥା ମ୍ୟାନେଜ୍‌ମେଣ୍ଟର ଜର୍ନାଲ ‘ଅନେ୍ଵଷଣ’ ଉନ୍ମୋଚିତ ହୋଇଥିଲା। ପ୍ରଫେସର ରଞ୍ଜିତ୍‌ ପାଢ଼ୀ ସମ୍ମିଳନୀକୁ ପରିଚାଳନା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe