Advertisment

State-level : ରାଜ୍ୟସ୍ତରୀୟ ନାରାୟଣ ନାଟ୍ୟ ମହୋତ୍ସବ

Advertisment

ସାଂସ୍କୃତିକ ଅନୁଷ୍ଠାନ ‘ସୃଜନୀ’ ଓ ‘ସଂସ୍କୃତି ବିଭାଗ’ର ମିଳିତ ଆନୁକୁଲ୍ୟରେ ଭଞ୍ଜକଳାମଣ୍ଡପରେ ‘ନାରାୟଣ ନାଟ୍ୟ ମହୋତ୍ସବ’ ଉଦ୍‌ଘାଟିତ ହୋଇଯାଇଛି। ଅନୁଷ୍ଠାନର ସଭାପତି....

ସାଂସ୍କୃତିକ ଅନୁଷ୍ଠାନ ‘ସୃଜନୀ’ ଓ ‘ସଂସ୍କୃତି ବିଭାଗ’ର ମିଳିତ ଆନୁକୁଲ୍ୟରେ ଭଞ୍ଜକଳାମଣ୍ଡପରେ ‘ନାରାୟଣ ନାଟ୍ୟ ମହୋତ୍ସବ’ ଉଦ୍‌ଘାଟିତ ହୋଇଯାଇଛି। ଅନୁଷ୍ଠାନର ସଭାପତି....

Untitled-4

ଭୁବନେଶ୍ୱର: ସାଂସ୍କୃତିକ ଅନୁଷ୍ଠାନ ‘ସୃଜନୀ’ ଓ ‘ସଂସ୍କୃତି ବିଭାଗ’ର ମିଳିତ ଆନୁକୁଲ୍ୟରେ ଭଞ୍ଜକଳାମଣ୍ଡପରେ ‘ନାରାୟଣ ନାଟ୍ୟ ମହୋତ୍ସବ’ ଉଦ୍‌ଘାଟିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ଶରତ ରାଉତଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ନାଟ୍ୟକାର ମିହିର ମେହର, ବିନାୟକ ମିଶ୍ର, ଅବିନାଶ ଦଣ୍ଡପାଟ, ଶୁଭକାନ୍ତ ପାଢ଼ୀ, ସୂର୍ଯ୍ୟନାରାୟଣ ଦାସ ପ୍ରମୁଖ ଯୋଗ ଦେଇଥିଲେ। ପ୍ରଥମ ପର୍ଯ୍ୟାୟରେ ଅନୁଷ୍ଠାନର କଳାକାରମାନେ ଶ୍ରୀକୃଷ୍ଣ ଓ ସୁଦାମାଙ୍କର ସ୍ନେହ, ଆବେଗ, ବନ୍ଧୁତ୍ୱକୁ ଦର୍ଶାଉଥିବା ନାଟକ ‘ଦାରିଦ୍ର୍ୟ ମୋଚନ’ ପରିବେଷିତ ହୋଇଥିଲା।

ଏହାର ରଚନା ନାରାୟଣ ଚନ୍ଦ୍ର ରାୟ ମହାପାତ୍ର କରିଥିଲେ। ନିର୍ଦ୍ଦେଶନା ଦେଇଥିଲେ ବନବିହାରୀ ମହାପାତ୍ର। ସେହିପରି ଦ୍ୱିତୀୟ ପର୍ଯ୍ୟାୟରେ ବାଲେଶ୍ୱର ‘ସ୍ରଷ୍ଟା ଅନୁଷ୍ଠାନ’ର କଳାକାରମାନେ ନାଟକ ‘ଏକ ନଷ୍ଟ ନାଟକର  ନାଟ୍ୟକାର’ ପରିବେଷଣ କରିଥିଲେ। ଯାହାର ରଚନା ଓ ନିର୍ଦ୍ଦେଶନା କରିଥିଲେ ହେମେନ୍ଦ୍ର ମହାପାତ୍ର। ସମ୍ପାଦକ ଚିତ୍ତରଞ୍ଜନ ରାୟ ମହାପାତ୍ର ସଭାକାର୍ଯ୍ୟ ପରିଚାଳନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଉପସଭାପତି ପ୍ରସନ୍ନ ରଥ, ମାନସ ରଞ୍ଜନ ରାୟ ମହାପାତ୍ର, ସଭ୍ୟା ସରଳା ସ୍ୱାଇଁ, ଶଶିପ୍ରଭା ଦାସ, ସୌଭାଗ୍ୟଲକ୍ଷ୍ମୀ, ପ୍ରଜ୍ଞା ରଥ, ରାଜଲକ୍ଷ୍ମୀ, ବଳରାମ, ଅନିଲ ପଣ୍ଡା, ଅରୁଣ ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe