State-level National Press Day: ରାଜ୍ୟସ୍ତରୀୟ ଜାତୀୟ ପ୍ରେସ୍‌ ଦିବସ: ‘ଭ୍ରମାତ୍ମକ ଖବର ବିଶ୍ୱାସନୀୟତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରେ’

ସୂଚନା ଓ ଲୋକସଂପର୍କ ବିଭାଗ ସମ୍ମିଳନୀ କକ୍ଷରେ ରାଜ୍ୟସ୍ତରୀୟ ଜାତୀୟ ପ୍ରେସ୍‌ ଦିବସ ପାଳିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ  ପ୍ରଫେସର ସୂର୍ଯ୍ୟ ନାରାୟଣ ମିଶ୍ର ଯୋଗଦେଇ କହିଲେ ଯେ ଗଣମାଧ୍ୟମ ସର୍ବଦା ଗଣତନ୍ତ୍ରର ସୁରକ୍ଷା ଦିଗରେ ନିଜର ନୀତି ସ୍ପଷ୍ଟ କରିଆସିଛି।

hsfhfhsfh

ଭୁବନେଶ୍ୱର: ସୂଚନା ଓ ଲୋକସଂପର୍କ ବିଭାଗ ସମ୍ମିଳନୀ କକ୍ଷରେ ରାଜ୍ୟସ୍ତରୀୟ ଜାତୀୟ ପ୍ରେସ୍‌ ଦିବସ ପାଳିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ  ପ୍ରଫେସର ସୂର୍ଯ୍ୟ ନାରାୟଣ ମିଶ୍ର ଯୋଗଦେଇ କହିଲେ ଯେ ଗଣମାଧ୍ୟମ ସର୍ବଦା ଗଣତନ୍ତ୍ରର ସୁରକ୍ଷା ଦିଗରେ ନିଜର ନୀତି ସ୍ପଷ୍ଟ କରିଆସିଛି। ପ୍ରେସ୍‌ କାଉନ୍‌ସିଲ୍‌ ଅଫ୍‌ ଇଣ୍ଡିଆ ପକ୍ଷରୁ ଚଳିତ ବର୍ଷର ଶୀର୍ଷକ ‘ଭ୍ରମାତ୍ମକ ଖବର ପ୍ରସାରଣ ବୃଦ୍ଧି ପରିପ୍ରେକ୍ଷୀରେ ଗଣମାଧ୍ୟମ ବିଶ୍ୱାସନୀୟତାର ସଂରକ୍ଷଣ’ ଉପରେ ଆଲୋକପାତ କରି ଭ୍ରମାତ୍ମକ ତଥା ଭୁଲ ଖବରରୁ ଦୂରେଇ ରହି ଜନସାଧାରଣଙ୍କୁ ଠିକ୍‌ ସୂଚନା ପ୍ରଦାନ କରି ସଚେତନତା ସୃଷ୍ଟି କରିବା କ୍ଷେତ୍ରରେ ଗଣମାଧ୍ୟମ ନିଜେ ନିଜର ଭୂମିକା ନିର୍ଣ୍ଣୟ କରୁ ବୋଲି ସେ କହିଥିଲେ । 

ମୁଖ୍ୟବକ୍ତା ଭାବେ ଯୋଗଦେଇ ସହକାରୀ ପ୍ରଫେସର ଦେବୀଲାଲ ମିଶ୍ର ଖବର ପ୍ରସାରଣ ପୂର୍ବରୁ ପ୍ରତ୍ୟେକ ତଥ୍ୟର ଗଭୀର ସମୀକ୍ଷାର ଆବଶ୍ୟକତା ରହିଛି ବୋଲି କହିଥିଲେ। ସମ୍ମାନିତ ଅତିଥି ଭାବେ ଯୋଗଦେଇ ନିର୍ଦ୍ଦେଶକ (ବୈଷୟିକ) ଗୁର୍‌ବୀର୍‌ ସିଂ କହିଲେ ଯେ ଭୁଲ ଖବର ବେଳେବେଳେ ଉଦ୍ଦେଶ୍ୟମୂଳକ ହୋଇ ନଥିଲେ ମଧ୍ୟ ସମାଜ ଓ ଗଣତନ୍ତ୍ର ନିମନ୍ତେ କ୍ଷତିକାରକ ହୋଇଥାଏ । ଏଣୁ ଖବର ପ୍ରସାରଣ ସମୟରେ ଗଣମାଧ୍ୟମର ପ୍ରତିନିଧିମାନେ ସଚେତନ ରହିବା ଆବଶ୍ୟକ । ସୂଚନା ଓ ଲୋକସଂପର୍କ ବିଭାଗ ନିର୍ଦ୍ଦେଶକ ଅନୁଜ କୁମାର ଦାସ ପଟ୍ଟନାୟକଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସାମ୍ବାଦିକ ପୀତବାସ ମିଶ୍ର ମଧ୍ୟ ନିଜର ମତ ଉପସ୍ଥାପନ କରିଥିଲେ। 

ଏହି ଅବସରରେ ଅନୁଷ୍ଠିତ ଓଡ଼ିଆ ବକ୍ତୃତା ପ୍ରତିଯୋଗିତାରେ ବିର୍ଲା ଗ୍ଲୋବାଲ୍‌ ବିଶ୍ୱବିଦ୍ୟାଳୟର ସୁଶ୍ରୀ ସିମରନ୍‌ ପ୍ରଥମ, ଉତ୍କଳ ବିଶ୍ୱବିଦ୍ୟାଳୟର ଶାଶ୍ୱତୀ ପ୍ରିୟଦର୍ଶିନୀ ଦ୍ୱିତୀୟ ଓ ବକ୍ସି ଜଗବନ୍ଧୁ ସ୍ୱୟଂଶାସିତ ମହାବିଦ୍ୟାଳୟର ବର୍ଷା ନାୟକ ତୃତୀୟ ସ୍ଥାନ ଅଧିକାର କରି ପୁରସ୍କାର ଗ୍ରହଣ କରିଥିଲେ । ସେହପରି ଇଂରାଜୀ ବକ୍ତୃତା ପ୍ରତିଯୋଗିତାରେ କିଟ୍‌ ବିଶ୍ୱବିଦ୍ୟାଳୟର ସାମିନା ଟି. ଗଣ୍ଡୱା ପ୍ରଥମ, ବିଜେବି ସ୍ୱୟଂଶାସିତ ମହାବିଦ୍ୟାଳୟର କ୍ରିଷ୍ଣା ପ୍ରିୟଦର୍ଶିନୀ ହୋତା ଦ୍ୱିତୀୟ, ବିର୍ଲା ଗ୍ଲୋବାଲ ବିଶ୍ୱବିଦ୍ୟାଳୟର ଅର୍ଚ୍ଚିତା ଭଞ୍ଜ ତୃତୀୟ ସ୍ଥାନ ଅଧିକାର କରି ପୁରସ୍କୃତ ହୋଇଥିଲେ । ଏହି ଅବସରରେ ଆୟୋଜିତ ସମ୍ବାଦପତ୍ର ପ୍ରଦର୍ଶନୀରେ ସହଯୋଗ କରିଥିବାରୁ ଶଶାଙ୍କ ଶେଖର ଦାଶଙ୍କୁ ବିଭାଗ ପକ୍ଷରୁ ସମ୍ମାନିତ କରାଯାଇଥିଲା। 

ରାଜ୍ୟସ୍ତରୀୟ ଜାତୀୟ ପ୍ରେସ୍‌ ଦିବସ ଉପଲକ୍ଷେ ସ୍ଥାନୀୟ ଜୟଦେବଭବନଠାରେ ଅନୁଷ୍ଠିତ ସମ୍ବାଦପତ୍ର ପ୍ରଦର୍ଶନୀକୁ ବିଭାଗୀୟ ଅତିରିକ୍ତ ମୁଖ୍ୟ ଶାସନ ସଚିବ ହେମନ୍ତ ଶର୍ମା ଉଦ୍‌ଘାଟନ କରିଥିଲେ। ଏହି ପ୍ରଦର୍ଶନୀରେ ବହୁ ପୁରାତନ ତଥା ଦେଶ ବିଦେଶର ସମ୍ବାଦପତ୍ର ସ୍ଥାନିତ ହୋଇଛି । ଏଥିରେ ୯୩ଟି ପତ୍ରପତ୍ରିକା, ୧୭ଟି ବିଦେଶୀ ଖବରକାଗଜ, ୨୪୦ଟି ଓଡ଼ିଆ ଦୈନିକ ଓ ପୁରାତନ ଖବରକାଗଜ ସମେତ ୫୦୧ଟି ଖବରକାଗଜ ଓ ପତ୍ରପତ୍ରିକା ସ୍ଥାନିତ ହୋଇଛି । ଉପନିର୍ଦ୍ଦେଶିକା ସୁଚେତା ପ୍ରିୟଦର୍ଶିନୀ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ସୂଚନା ଅଧିକାରୀ ରୋଜାଲିନ୍‌ ସାହୁ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe