ଭୁବନେଶ୍ୱର: ନୃତ୍ୟ ମନ୍ଦରିର ପକ୍ଷରୁ ରାଜ୍ୟସ୍ତରୀୟ ଓଡ଼ିଶୀ ନୃତ୍ୟ ନବପ୍ରତିଭା ଉତ୍ସବ ସ୍ଥାନୀୟ ଜୟଦେବ ଭବନଠାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଗୁରୁ ଧନେଶ୍ୱର ସ୍ୱାଇଁ, ଗୁରୁ ନବକିଶୋର ମିଶ୍ର ଓ ଗୁରୁ ସୁଜାତା ମିଶ୍ର ପ୍ରମୁଖ ଯୋଗ ଦେଇ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ। ପ୍ରଥମେ ଅରବିନ୍ଦ ତ୍ରିପାଠୀ ‘ବାଲି ରଥ ତୋଳିଛି ମୁଁ ଶରଧା ବାଲିରେ...’ ଭଜନ ପରିବେଷଣ କରିଥିଲେ। କାର୍ଯ୍ୟକ୍ରମରେ ସର୍ଜନା, ଭାରତୀୟ ନୃତ୍ୟ ମନ୍ଦିର, ନୃତ୍ୟ ମନ୍ଦିର, ସ୍ୱରାଞ୍ଜଳି, ନୃତ୍ୟାଙ୍ଗନା, ଶ୍ରୀ ଡ୍ୟାନ୍ସ ଏକାଡେମି ପ୍ରମୁଖ ଅନୁଷ୍ଠାନର ପ୍ରାୟ ୪୦ ନୃତ୍ୟଶିଳ୍ପୀ ଏଥିରେ ଅଂଶ ଗ୍ରହଣ କରିଥିଲେ। ଛାତ୍ରଛାତ୍ରୀଙ୍କ ଦ୍ୱାରା ମଙ୍ଗଳାଚରଣ, ଦୁର୍ଗାସ୍ତୁତି, ଅର୍ଦ୍ଧନାରୀଶ୍ୱର, ହରିରିହ ମୁଗ୍ଧ, ଶିବାଷ୍ଟକ, ନବଦୁର୍ଗା ଆଦି ଓଡ଼ିଶୀ ନୃତ୍ୟ ପରିବେଷଣ ହୋଇଥିଲା। ରଜମନ ମହାନ୍ତି କାର୍ଯ୍ୟକ୍ରମକୁ ସଂଯୋଜନା କରିଥିବା ବେଳେ ଗୁରୁ ଦେବବ୍ରତ ଦାସ ପରିଚାଳନା କରିଥିଲେ।
ରାଜ୍ୟସ୍ତରୀୟ ଓଡ଼ିଶୀ ନୃତ୍ୟ ନବପ୍ରତିଭା ଉତ୍ସବ
Advertisment
Follow Us