ରାଜ୍ୟସ୍ତରୀୟ ମହିଳା ପାଇକ ଆଖଡ଼ା ସମାବେଶ

Advertisment

ଯୁଦ୍ଧବାଦ୍ୟର ତାଳେ ତାଳେ ଖଣ୍ଡା, ତଲୱାର୍‌ ପ୍ରଦର୍ଶନ

ଯୁଦ୍ଧବାଦ୍ୟର ତାଳେ ତାଳେ ଖଣ୍ଡା, ତଲୱାର୍‌ ପ୍ରଦର୍ଶନ

ରାଜ୍ୟସ୍ତରୀୟ ମହିଳା ପାଇକ ଆଖଡ଼ା ସମାବେଶ

ଭୁବନେଶ୍ବର: ଓଡ଼ିଶା ରାଜ୍ୟ ପାଇକ ଆଖଡ଼ା ମହାସଂଘ ପକ୍ଷରୁ ଆଜି ଜୟଦେବ ଭବନଠାରେ ରାଜ୍ୟସ୍ତରୀୟ ମହିଳା ପାଇକ ଆଖଡ଼ା ସମାବେଶ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ଆସିଥିବା ମହିଳା ପାଇକ ବାହିନୀ ଓ ପାଇକ ଆଖଡ଼ା ଦଳ ପୁରୁଣା ବସ୍‌ଷ୍ଟାଣ୍ଡଠାରେ ଏକାଠି ହୋଇଥିଲେ। ସେଠାରୁ ଯୁଦ୍ଧବାଦ୍ୟର ତାଳେ ତାଳେ ଖଣ୍ଡା, ତଲୱାର୍‌, ଗଦା, ମୁଦ୍‌ଗର, ବାଡ଼ି ଆଦି ଚାଳନା କରି ମହିଳା ପାଇକ ଆଖଡ଼ା ଦଳ ଏକ ଜନଗର୍ଜନ ଶୋଭାଯାତ୍ରାରେ ବାହାରି ଜୟଦେବ ଭବନଠାରେ ପହଞ୍ଚି କଳାକୃତି ପ୍ରଦର୍ଶନ କରିଥିଲେ। ଏଠାରେ ଆୟୋଜିତ ରାଜ୍ୟ ପାଇକ ଆଖଡ଼ା ସମାବେଶରେ ପ୍ରତ୍ୟେକ ମହିଳା ପାଇକ ବାହିନୀ, ପାଇକ ଆଖଡ଼ା ଦଳ ଓ ପାଇକ ସର୍ଦ୍ଦାରଙ୍କୁ ସମ୍ମାନିତ କରାଯାଇଥିଲା। ଏଥିସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉଦ୍ଦେଶ୍ୟରେ ସମ୍ମାନସୂଚକ କୃତଜ୍ଞତା ପତ୍ର ପ୍ରଦାନ କରାଯାଇଥିଲା।

ପାଇକ ବିଦ୍ରୋହର ୨୦୦ବର୍ଷ ପୂର୍ତ୍ତି ଉତ୍ସବ ପାଳନର ଉଦ୍‌ଯାପନୀ ଉତ୍ସବରେ ତତ୍‌କାଳୀନ ରାଷ୍ଟ୍ରପତି ରାମନାଥ କୋବିନ୍ଦ ବରୁଣେଇ ପାଦଦେଶରେ ପାଇକ ସ୍ମାରକୀ ନିର୍ମାଣ ପାଇଁ ଶିଳାନ୍ୟାସ କରିଥିଲେ। ଏଥିପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଇଓସିଏଲ୍‌ରୁ ୧୯୦ କୋଟି ଟଙ୍କା ପ୍ରଦାନ କରିଥିଲେ। କିନ୍ତୁ ସ୍ମାରକୀ ନିର୍ମାଣ ପାଇଁ ଜାଗା ନଥିବାରୁ କାର୍ଯ୍ୟକ୍ରମ ଆରମ୍ଭ ହୋଇପାରୁନଥିଲା। ଏବେ ରାଜ୍ୟ ସରକାର ସ୍ମାରକୀ ନିର୍ମାଣ ପାଇଁ ବରୁଣେଇ ଠାରେ ୧୦ ଏକର ଜାଗା ବିନା ମୂଲ୍ୟରେ ପ୍ରଦାନ କରିଛନ୍ତି। ଏହି ସ୍ମୃତି ସ୍ମାରକୀ ସମଗ୍ର ଓଡ଼ିଆ ଜାତିର ଅସ୍ମିତା, ବୀରତ୍ବପୂର୍ଣ୍ଣ ଐତିହ୍ୟର ବାର୍ତ୍ତା ସମଗ୍ର ଦେଶ ବିଦେଶରେ ପଚାର ପ୍ରସାର କରିବା ସହିତ ପର୍ଯ୍ୟଟକ ଓ ଗବେଷକଙ୍କୁ ଆକୃଷ୍ଟ କରିବ।

ତେଣୁ ଏହି ଦୃଷ୍ଟିକୋଣରୁ ଆଜି ରାଜ୍ୟସ୍ତରୀୟ ମହିଳା ପାଇକ ଆଖଡ଼ା ହୋଇଥିବା ନେଇ ମହାସଂଘ ପକ୍ଷରୁ କୁହାଯାଇଛି। ଏହି ଅବସରରେ ମହାସଂଘର ସଭାପତି ପ୍ରକାଶ ଶ୍ରୀଚନ୍ଦନଙ୍କୁ ପାଇକ କୁଳର ମଉଡ଼ମଣି ଉପାଧିରେ ସମ୍ବର୍ଦ୍ଧିତ କରାଯାଇଛି।
କାର୍ଯ୍ୟକ୍ରମରେ ଜଟଣୀ ବିଧାୟକ ସୁରେଶ ରାଉତରାୟ, ଓଡ଼ିଶା ରାଜ୍ୟ ପାଇକ ଆଖଡ଼ା ମହାସଂଘ ସାଧାରଣ ସଂପାଦକ ଦିଲ୍ଲୀପ ଶ୍ରୀଚନ୍ଦନ, ମୁଖ୍ୟ ସଂଯୋଜକ ନରେନ୍ଦ୍ର ପୃଷ୍ଟି, କଣ୍ଠଶିଳ୍ପୀ ଜୟଶ୍ରୀ ଧଳ, ସମାଜସେବୀ ସ୍ମିତା ଭ୍ରମରବର ରାୟ, ପୂର୍ଣ୍ଣିମା ଦାସ, ଲିପ୍ସା ମହାନ୍ତି, ଅଶୋକ ସୁନ୍ଦରାୟ, ଦୀପକ ଗଡ଼ନାୟକ, ରଞ୍ଜନ କୁମାର ବିଶୋୟୀ, ଅବନୀ ଜେନା ପ୍ରମୁଖ ଯୋଗ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe