ରାଜ୍ୟ ଓପନ୍‌ ସ୍କୁଲ୍ ଚେସ୍‌: ତ୍ରିଦେବ ବିଜେତା, ଋତ୍ବିକ ରନର୍‌

ରାଜ୍ୟ ଓପନ୍‌ ସ୍କୁଲ୍ ଚେସ୍‌: ତ୍ରିଦେବ ବିଜେତା, ଋତ୍ବିକ ରନର୍‌

WIRED

ଭୁବନେଶ୍ବର: ପୁରୁଣା ଭୁବନେଶ୍ବର ଲିଙ୍ଗରାଜ କ୍ଲବ୍‌ ଏବଂ ଓଡ଼ିଶା ରାଜ୍ୟ ଚେସ୍‌ ସଂଘ (ଓସ୍କା) ପକ୍ଷରୁ ମିଳିତ ଭାବେ ଆୟୋଜିତ ଅଷ୍ଟମ ରାଜ୍ୟ ଓପନ୍ ସ୍କୁଲ୍‌ ଚେସ୍ ପ୍ରତିଯୋଗିତାରେ କେନ୍ଦ୍ରୀୟ ବିଦ୍ୟାଳୟ-୧ର ଛାତ୍ର ତ୍ରିଦେବ ତୀର୍ଥଙ୍କର ଏବଂ ସାଇ ଇଣ୍ଟରନ୍ୟାସନାଲ୍ ସ୍କୁଲ୍‌ ଛାତ୍ର ଋତ୍ବିକ ରାଜ ମିଶ୍ର ସମାନ ୬.୫ ପଏଣ୍ଟ ସହ ପ୍ରଥମ ଦୁଇ ସ୍ଥାନ ଦଖଲ କରିଛନ୍ତି।

ଅର୍ଣ୍ଣବ ମହାନ୍ତି, ସାର୍ଥକ ମହାନ୍ତି (ଉଭୟ ୫.୫ ପଏଣ୍ଟ), ଭିନୀତ ନାୟକ, ଉଦୟ କାନ୍ତ ନାୟକ, ଉଦୟ ପରିଡ଼ା, ସାଇ ଅଂଶୁମାନ ସିଂହ, ବୈଭବ ଘୋଷ, ନମଶ୍ୟ ନଳିନୀ (ପ୍ରତ୍ୟେକ ୫ ପଏଣ୍ଟ) ଯଥାକ୍ରମେ ପଞ୍ଚମରୁ ଦଶମ ସ୍ଥାନରେ ରହି ପୁରସ୍କୃତ ହୋଇଥିଲେ। ବିଭିନ୍ନ ବୟସ ବର୍ଗରେ ସାତ୍ତ୍ବିକ ସ୍ବାଇଁ, ଶ୍ରେୟସ କୁମାର ବେହୁରିଆ, ସଙ୍କଳ୍ପ ଶ୍ରୀକୁମାର ସିଂହ, ଲଳିତ ରଂଜନ ସାହୁ, ସାଇ ବିଦ୍ୟାଶ୍ରୀ ବିଜେତା ହୋଇଥିଲେ। ପୁଣ୍ୟ‌ଶ୍ଲୋକ ପୃଷ୍ଟି, ଅମିତ କୁମାର ଗୌଡ଼, ରୁଦ୍ରାଂଶୁ ଦାଶ, ସାନିନ୍ଦ୍ୟ ସ୍ବୟଂସିଦ୍ଧା ସ୍ବାଇଁ, ସୂର୍ଯ୍ୟାଂଶୁ ସାହୁ, କ୍ରିତିକ ଘୋଷ ପ୍ରମୁଖ ସାନ୍ତ୍ବନାମୂଳକ ପୁରସ୍କାର ପାଇଥିଲେ। ବରିଷ୍ଠ କ୍ରୀଡ଼ା ସାମ୍ବାଦିକ ସୁରେଶ ସ୍ବାଇଁ ଏହାକୁ ଉଦ୍‌ଘାଟନ କରିଥିବା‌ବେଳେ ଉଦ୍‌ଯାପନୀ ଉତ୍ସବରେ କର୍ପୋରେଟର୍‌ ଶିବ ପ୍ରସାଦ ବେହେରା, ଲିଙ୍ଗରାଜ କ୍ଲବ୍‌ ସମ୍ପାଦକ ଅଜୟ କୁମାର ଦାଶ, ବିଏଏ କାର୍ଯ୍ୟକାରୀ ସଦସ୍ୟ ଗଣେଶ ଚନ୍ଦ୍ର ପାଲ୍‌, ମୁଖ୍ୟ ଆର୍ବିଟର ଦେବାଶିଷ ପାଣିଗ୍ରାହୀ, ପ୍ରଶାନ୍ତ କୁମାର ପ୍ରହରାଜ ଅତିଥି ଭାବେ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe