ବିବାଦରେ ରାଜ୍ୟର ପ୍ରଥମ ଗୃହନିର୍ମାଣ ସଂସ୍ଥା: ଅଭିଯୋଗ ଆଣିଲେ ଉପାଧ୍ୟକ୍ଷା

ରାଜ୍ୟର ପ୍ରଥମ ଗୃହ ନିର୍ମାଣ ସଂସ୍ଥା ଓଡ଼ିଶା ସମବାୟ ଗୃହନିର୍ମାଣ ନିଗମ(ଓସିଏଚ୍‌ସି)ରେ ୩୦ କୋଟିର ଦୁର୍ନୀତି ‌ହୋଇଛି। ଏକ ପୁରୁଣା ଗୃହ ନିର୍ମାଣ ସ୍କିମ୍‌ରେ ଥିବା ସଂରକ୍ଷିତ ଜାଗାକୁ ବେଆଇନ ଭାବରେ ବିକ୍ରି କରି ଦିଆଯାଇଛି।

ffshffhhf

LinkedIn

ଭୁବନେଶ୍ୱର: ରାଜ୍ୟର ପ୍ରଥମ ଗୃହ ନିର୍ମାଣ ସଂସ୍ଥା ଓଡ଼ିଶା ସମବାୟ ଗୃହନିର୍ମାଣ ନିଗମ(ଓସିଏଚ୍‌ସି)ରେ ୩୦ କୋଟିର ଦୁର୍ନୀତି ‌ହୋଇଛି। ଏକ ପୁରୁଣା ଗୃହ ନିର୍ମାଣ ସ୍କିମ୍‌ରେ ଥିବା ସଂରକ୍ଷିତ ଜାଗାକୁ ବେଆଇନ ଭାବରେ ବିକ୍ରି କରି ଦିଆଯାଇଛି। ଏଥିରେ ପ୍ରାୟ ୩୦ କୋଟି ଟଙ୍କାର ଦୁର୍ନୀତି ହୋଇଥିବା ଅଭିଯୋଗ କରିଛନ୍ତି ସଂସ୍ଥାର ଉପାଧ୍ୟକ୍ଷା ବିଜୟଲକ୍ଷ୍ମୀ ମହାପାତ୍ର। ଏ ନେଇ ସେ ରାଜସ୍ବ ବିଭାଗକୁ ଅବଗତ କରାଇବା ସହ ଅଧ୍ୟକ୍ଷଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅନୁରୋଧ କରିଛନ୍ତି।

ତାଙ୍କ ଅଭିଯୋଗ ଫର୍ଦ୍ଦରେ ସେ ମହାପ୍ରବନ୍ଧକ ସୌମେନ୍ଦ୍ର ପଟ୍ଟନାୟକଙ୍କ ନିଯୁକ୍ତିକୁ ବେଆଇନ ଦର୍ଶାଇଛନ୍ତି। ସରକାରଙ୍କ ନିଯୁକ୍ତିପ୍ରାପ୍ତ ପରିଚାଳନା ନିର୍ଦ୍ଦେଶକ ଓସିଏଚ୍‌ସି ପକ୍ଷରୁ ଡିଡ୍‌ କରିବାକୁ ଯୋଗ୍ୟ ହୋଇଥିବା ବେଳେ ଅଧ୍ୟକ୍ଷ ବିଶ୍ବରଞ୍ଜନ ମହାନ୍ତି ମହାପ୍ରବନ୍ଧକଙ୍କୁ ହାତବାରିସି କରି ଏଭଳି ସଂରକ୍ଷିତ ଜମିକୁ କିଣାବିକା କରିଥିବା ଲେଖିଛନ୍ତି। ତାଙ୍କ ଅଭିଯୋଗ ମୁତାବକ ଭୁବନେଶ୍ବର, ଜଟଣୀ ଓ ପୁରୀରେ ଥିବା ହାଉସିଂ ସ୍କିମ୍‌ରେ ଦୁର୍ନୀତି ହୋଇଛି। ଭୁବନେଶ୍ବରର ମୌଜା ଲିଙ୍ଗିପୁରରେ ଥିବା ହାଉସିଂ ସ୍କିମ୍‌ର ଲେ-ଆଉଟ୍‌ ଅନୁସାରେ ୭ଟି ଖାତାର ୮ଟି ପ୍ଲଟ୍‌ ଖାଲି ଜାଗା, ପାର୍କ, ସ୍କୁଲ୍‌ ଓ ଖେଳପଡ଼ିଆ ପାଇଁ ସଂରକ୍ଷିତ ଥିଲା। ଏଥିରେ ଇଲେକ୍ଟ୍ରିସବ୍‌ଷ୍ଟେସନ ପାଇଁ ସଂରକ୍ଷିତ ଥିବା ୪୫୦୦ ବର୍ଗଫୁଟ୍‌ରୁ ୨୪୦୦ ବର୍ଗଫୁଟ୍‌ ବିକ୍ରି ହୋଇଯାଇଥିବା ଅଭିଯୋଗ ହୋଇଛି। ୬୬୦ ବର୍ଗଫୁଟ୍ ଜାଗା ଚିକେନ୍‌ ବ୍ୟବସାୟୀଙ୍କୁ ବିକ୍ରି ହୋଇଥିବା ଅଭିଯାଗ ହୋଇଛି। 

ସେହିଭଳି ଭୁବନେଶ୍ବର ମୌଜା ଖାତା ସଂଖ୍ୟା ୮୬୪ର ୪ଟି ପ୍ଲଟ୍‌ର ୬୫୬ ଡେସିମିଲ୍‌, ଖାତା ସଂଖ୍ୟା ୧୪୯୨ର ଗୋଟିଏ ପ୍ଲଟ୍‌ର ୧୦୮ ଡେସିମିଲ୍‌ ଷ୍ଟାଫ୍ କ୍ବାର୍ଟର୍ସ ଥିବା ବେଳେ ବାକି ଜାଗା ସଦସ୍ୟମାନଙ୍କ ଗୃହ ନିର୍ମାଣ ପ୍ରକଳ୍ପ ପାଇଁ ସଂରକ୍ଷିତ ରହିଥିଲା। ଜଟଣୀ ବଡ଼ରଘୁନାଥପୁର ମୌଜାର ପ୍ଲଟେଡ୍‌ ସ୍କିମ୍‌ର ୩ଟି ଖାତାର ୩ଟି ପ୍ଲଟ୍‌ ଖୋଲା ଜାଗା ପାଇଁ ସଂରକ୍ଷିତ ଥିଲା। ପୁରୀ ସିପସରୁବାଲି ମୌଜାର ୭ଟି ପ୍ଲଟ୍‌ ଖୋଲା ଜାଗା, ପାର୍କ, ସ୍କୁଲ୍‌ ଓ ଖେଳପଡ଼ିଆ ପାଇଁ ସଂରକ୍ଷିତ ଥିଲା। ଏହି ସବୁ ଜାଗାକୁ ବିକ୍ରି କରିବାକୁ ମସୁଧା ହୋଇଥିବା ସେ ଅଭିଯୋଗ କରିଛନ୍ତି। ଏଣୁ ଏହି ପ୍ଲଟ୍‌ ସବୁ ଡିଡ୍‌ ନ କରିବା ପାଇଁ ସମ୍ପୃକ୍ତ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେବାକୁ ସେ ରାଜସ୍ବ ସଚିବଙ୍କୁ ଅନୁରୋଧ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe