ବେକାରୀ ସମସ୍ୟା ବିରୋଧରେ ରାଜ୍ୟବ୍ୟାପୀ ଆନ୍ଦୋଳନ

Advertisment

ସମୃଦ୍ଧ ଓଡ଼ିଶାର ଯୁବଗର୍ଜନ ସମାବେଶ

ସମୃଦ୍ଧ ଓଡ଼ିଶାର ଯୁବଗର୍ଜନ ସମାବେଶ

ବେକାରୀ ସମସ୍ୟା ବିରୋଧରେ ରାଜ୍ୟବ୍ୟାପୀ ଆନ୍ଦୋଳନ

ଭୁବନେଶ୍ୱର: ପ୍ରାଚୁର୍ଯ୍ୟରେ ଭରପୂର ଓଡ଼ିଶାର ଯୁବକ ଯୁବତୀ ଆଜି ବି ଦାଦନ ଖଟିବାକୁ ରାଜ୍ୟ ବାହାରକୁ ଯାଉଛନ୍ତି। ଶିକ୍ଷିତ ବେକାରି ସଂଖ୍ୟା ବଢ଼ିବାରେ ଲାଗିଛି। ଏହା ବିରୋଧରେ ସମୃଦ୍ଧ ଓଡ଼ିଶା ରାଜ୍ୟବ୍ୟାପୀ ଆନ୍ଦୋଳନ କରିବ ବୋଲି ଆଜି ବରମୁଣ୍ଡା ବିଜୁପଟ୍ଟନାୟକ ଖେଳ ପଡ଼ିଆରେ ଅନୁଷ୍ଠିତ ଯୁବ ଗର୍ଜନ ସମାବେଶରେ ସମୃଦ୍ଧ ଓଡ଼ିଶାର ସଭାପତି ଯତୀଶ ଚନ୍ଦ୍ର ମହାନ୍ତି କହିଛନ୍ତି। ସେ ଆହୁରି କହିଛନ୍ତି, ପୁଲିସର ନିର୍ଯାତନା ଦିନକୁ ଦିନ ବଢ଼ୁଛି। ବେବିନା, ଇତିଶ୍ରୀ ଓ ମମତା ଭଳି ନିରୀହ ମହିଳାମାନେ ଦୁଷ୍କର୍ମ ଓ ହତ୍ୟାର ଶିକାର ହୋଇଛନ୍ତି। ଏବେ ବି ସେମାନଙ୍କ ପରିବାରଲୋକ ନ୍ୟାୟ ପାଇନାହାନ୍ତି। ତେଣୁ ସବୁ ସମସ୍ୟା ଓ ଦୁର୍ନୀତିକୁ ଆୟୁଧ କରି ସମୃଦ୍ଧ ଓଡ଼ିଶାର ଯୁବ ବାହିନୀ ଗାଁ ଗାଁ କୁ ଯିବ ବୋଲି ଶ୍ରୀ ମହାନ୍ତି କହିଛନ୍ତି।

ଏହି ଯୁବଗର୍ଜନ ସମାବେଶରେ ସମୃଦ୍ଧ ଓଡ଼ିଶାର ବରିଷ୍ଠ ଉପଦେଷ୍ଟା ଜଷ୍ଟିସ ଉମାଚରଣ ମିଶ୍ର, ଉପସଭାପତି ପଞ୍ଚାନନ ଦାସ, ସାଧାରଣ ସଂପାଦକ ନିରାକାର ବେଉରା, ସନ୍ଦୀପ ବାଗ୍‌, ଶରତ ଜେନା, ପରେଶ ଭଞ୍ଜ, ସୁଶାନ୍ତ ମହାପାତ୍ର, ମୀନାକ୍ଷୀ ଦାସ, ନିହାରିକା ମହାପାତ୍ର, ବନ୍ଦିତା ଦାସ, ନୀଳକଣ୍ଠ ରେଡ୍ଡୀ, ମଦନମୋଦନ ଦାସ, ସମ୍ବିତ ପାତ୍ର, ସ୍ୱୟଂ ଚୌଧୁରୀ, ଶୁଭମ ସାମଲ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe