ଚୋରା ବନ୍ଧୁକ ଜବତ, ୨ ଗିରଫ

ପ୍ରତାରଣା ଅଭିଯୋଗରେ ଯୁବକ ଗିରଫ

adaderana.lk

ବାଲିଅନ୍ତା : ଚୋରା ବନ୍ଧୁକ ରଖିବା ମାମଲାରେ ବାଲିଅନ୍ତା ପୁଲିସ ଦୁଇ ସାଙ୍ଗଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ଅଭିଯୁକ୍ତଦ୍ବୟ ହେଲେ, ରଙ୍ଗବଜାରସ୍ଥିତ ଗତିକୃଷ୍ଣ ଗ୍ରିନ୍‌ ଡୁପ୍ଲେକ୍ସରେ ରହୁଥିବା ବିଶ୍ବଜିତ ଦାଶ(୩୪) ଓ ଅଭିନୟ ମହାପାତ୍ର(୩୪)। କୋର୍ଟରେ ଜାମିନ ଖାରଜ ହେବାରୁ ଦୁହିଁଙ୍କୁ ଝାରପଡ଼ା ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ଏ ସଂପର୍କରେ ବାଲିଅନ୍ତା ଥାନାରେ ନଂ ୨୨୨/୨୨‌ରେ ଏକ ମାମଲା ରୁଜୁ ହୋଇଛି। ତେବେ ବିଶ୍ବଜିତ ଓ ଅଭିନୟ ନାମରେ କୌଣସି ଆପରାଧିକ ମାମଲା ରହିଛି କି ନାହିଁ, ସେନେଇ ପୁଲିସ ତଦନ୍ତ କରୁଥିବା ଥାନା ଅଧିକାରୀ ଯୁବରାଜ ସ୍ବାଇଁ କହିଛନ୍ତି। ଏକ ବିଶ୍ବସ୍ତ ସୂତ୍ରରୁ ଖବର ମିଳିଥିଲା ଯେ ଅଭିନୟ ଓ ବିଶ୍ବଜିତ୍‌ଙ୍କ ପାଖରେ ଗୋଟିଏ ବନ୍ଧୁକ ରହିଛି। ଗତକାଲି ସଂଧ୍ୟା ୭ଟାରେ ଥାନାଧିକାରୀ ଶ୍ରୀ ସ୍ବାଇଁ ସଦଳବଳେ ଗତିକୃଷ୍ଣ ଗ୍ରିନ୍‌ ଡୁପ୍ଲେକ୍ସର ଦୁଇ ଅଭିଯୁକ୍ତ ରହୁଥିବା ଘରେ ଅତର୍କିତ ଚଢ଼ଉ କରିଥିଲେ। ଆଲମିରା ଯାଞ୍ଚ କରିବାରୁ ଗୋଟିଏୟ ବନ୍ଧୁକ ସମେତ ଦୁଇଟି ଗୁଳି ଓ ଦୁଇଟି ଚୋରା ମୋବାଇଲ ପୁଲିସକୁ ମିଳିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe