ପଥରରେ ଛେଚି ହତ୍ୟା ମାମଲା: ‘ଭାଉଜକୁ ଶୋଧିଥିଲା, ମାରିଦେଲି’

‘ମଦ ପିଇ ମୋ ଭାଇ ଓ ଭାଉଜ ଉଭୟଙ୍କୁ ଶୋଧୁଥିଲା। ଥରେ ନୁହେଁ, ବାରମ୍ବାର ଭାଉଜଙ୍କୁ ଆକ୍ଷେପ କରି କଦର୍ଯ୍ୟ ଭାଷାରେ ଶୋଧୁଥିଲା। ତା’ ଅଧୀନରେ କାମ କରୁଥିଲୁ ବୋଲି ସବୁ ସହିଯାଉଥିଲୁ।

ADGADGADGZVC

ଚନ୍ଦ୍ରଶେଖରପୁର: ‘ମଦ ପିଇ ମୋ ଭାଇ ଓ ଭାଉଜ ଉଭୟଙ୍କୁ ଶୋଧୁଥିଲା। ଥରେ ନୁହେଁ, ବାରମ୍ବାର ଭାଉଜଙ୍କୁ ଆକ୍ଷେପ କରି କଦର୍ଯ୍ୟ ଭାଷାରେ ଶୋଧୁଥିଲା। ତା’ ଅଧୀନରେ କାମ କରୁଥିଲୁ ବୋଲି ସବୁ ସହିଯାଉଥିଲୁ। ମାତ୍ର ଦିନକୁ ଦିନ ତା’ର ଗାଳି ଅସହ୍ୟ ହେଲା, ସହିବାର ସୀମା ଟପିଗଲା। ତେଣୁ ପ୍ରତିଶୋଧ ନେବାକୁ ମାରିଦେଲି।’ ଏହା ହେଉଛି ଚନ୍ଦ୍ରଶେଖରପୁର ଥାନା ନୀଳାଦ୍ରିବିହାର ଅଞ୍ଚଳରେ ଜଣେ ରାଜମିସ୍ତ୍ରିଙ୍କୁ ପଥରରେ ଛେଚି ହତ୍ୟା କରିଥିବା ଅଭିଯୁକ୍ତର ସ୍ବୀକାରୋକ୍ତି। ମୃତକ ହେଲେ କେନ୍ଦୁଝର ଜିଲ୍ଲା ବାଂଶପାଳ ଥାନା କଡ଼ାଖସଡ଼ା ଗାଁର ଅନାଦି ଦେହୁରୀ ଓରଫ ଅଜୁ ଏବଂ ହତ୍ୟା ଅଭିଯୁକ୍ତ ହେଉଛି ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଥାନା ଗୁଜୁରାଳିର ଶଙ୍କର ନାୟକ(୨୦)। 

୧୨ ତାରିଖ ରାତିରେ ଘଟିଥିବା ଏହି ରହସ୍ୟମୟ ହତ୍ୟାକାଣ୍ଡ ଉପରୁ ପର୍ଦ୍ଦା ହଟାଇଛି ପୁଲିସ। ପୁଲିସ ସୂଚନାନୁସାରେ ମୃତକ ଅଜୁ ଜଣେ ରାଜମିସ୍ତ୍ରି ଥିଲେ ଏବଂ ନୀଳାଦ୍ରିବିହାର ଅଞ୍ଚଳର ଏକ ନିର୍ମାଣାଧୀନ ଆପାର୍ଟମେଣ୍ଟରେ ରହି କାମ କରୁଥିଲେ। ତାଙ୍କ ଅଧୀନରେ ହେଲ୍‌ପର ଭାବେ ଅଭିଯୁକ୍ତ ଶଙ୍କର, ତା’ ଭାଇ ପଞ୍ଚାନନ ଓ ଭାଉଜ କାମ କରୁଥିଲେ। ଅଜୁ ସବୁବେଳେ ମଦ ପିଇ ପଞ୍ଚାନନ ଓ ତାଙ୍କ ସ୍ତ୍ରୀଙ୍କୁ ଗାଳି କରୁଥିଲେ। ଏମିତିକି ଠିକାଦାରଙ୍କଠାରୁ ଟଙ୍କା ଆଣିବା ପରେ ବି ସେମାନଙ୍କୁ ମଜୁରି ଦେଉନଥିଲେ। ମଜୁରି ମାଗିଲେ, ଗାଳି କରୁଥିଲେ। ମିସ୍ତ୍ରି ଅଜୁ ବାରମ୍ବାର ଏମିତି କରିବାରୁ ଶଙ୍କରକୁ ବେଶ୍ ବାଧିଥିଲା। ତେଣୁ ସେ ପ୍ରତିଶୋଧ ନେବା ପାଇଁ ସୁଯୋଗ ଅପେକ୍ଷାରେ ଥିଲା। ଘଟଣା ଦିନ ଅଜୁ ଠିକାଦାରଙ୍କଠାରୁ କାମ ବାବଦରେ ୩୦ ହଜାର ଟଙ୍କା ଆଣିଥିଲା। ମାତ୍ର ପଞ୍ଚାନନଙ୍କ ପରିବାରର ମଜୁରି ଦେଇନଥିଲା। ରାତି ପ୍ରାୟ ସାଢ଼େ ୧୦ଟା ବେଳେ ଶଙ୍କର ଚତୁରତାର ସହ ଅଜୁକୁ ମଦ ପିଇବାକୁ ଡାକିନେଇଥିଲା। ଦୁଇଜଣଯାକ ଚନ୍ଦ୍ରଶେଖରପୁର ଗ୍ରିଡ୍‌କୋ କଲୋନି ପଛ ରାସ୍ତାରେ ଏକ ନିଛାଟିଆ ଜାଗାକୁ ଯାଇ ମଦ ପିଇଥିଲେ। ଶଙ୍କର ଜାଣିଶୁଣି ଅଜୁକୁ ଅଧିକ ମାତ୍ରାରେ ଦେଶୀ ମଦ ପିଆଇଦେଇଥିଲା। ନିଶାରେ ଚୁର୍‌ ହୋଇଯିବା ପରେ ଅଜୁ ସେଠାରୁ ଉଠିପାରିନଥିଲା। ଏହି ମଉକାରେ ଶଙ୍କର ଏକ ପଥରରେ ଅଜୁ ମୁଣ୍ଡକୁ ଛେଚି ହତ୍ୟା କରିଥିଲା। ଏହାପରେ ସେ ଅଜୁ ପକେଟ୍‌ରୁ ୩୦ ହଜାର ଟଙ୍କା ଓ ମୋବାଇଲ୍ ବାହାର କରି ଘଟଣାସ୍ଥଳରୁ ଚମ୍ପଟ ମାରିଥିଲା।      

ପରଦିନ ପୁଲିସ ମୃତକଙ୍କ ପରିଚୟ ପାଇବାକୁ ପୁରସ୍କାର ଘୋଷଣା କରି ପୋଷ୍ଟର ଲଗାଇଥିଲା। ଏହା ଭିତରେ ମୃତକ ଅଜୁଙ୍କ ସ୍ତ୍ରୀ ଗୀତା ଦିଗାଲ ସ୍ୱାମୀ ସହ ଯୋଗାଯୋଗ କରି ନପାରି ଠିକାଦାରଙ୍କୁ ପଚାରିଥିଲେ। ଠିକାଦାର ଓ ଗୀତା ଚନ୍ଦ୍ରଶେଖରପୁର ଥାନାରେ ପହଞ୍ଚିବା ପରେ ପୁଲିସ ଘଟଣାସ୍ଥଳରୁ ଜବତ କରଥିବା ସାର୍ଟ ଓ ଅନ୍ୟ କିଛି ଜିନିଷ ସେମାନଙ୍କୁ ଦେଖାଇଥିଲା। ଠିକାଦାର ହତ୍ୟା ଅଭିଯୁକ୍ତ ଶଙ୍କରର ସାର୍ଟକୁ ଚିହ୍ନଟ କରିବା ପରେ ଘଟଣା ଜଣାପଡ଼ିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe