ଭୁବନେଶ୍ବର: ଶିକ୍ଷା ଓ ଅନୁସନ୍ଧାନ ବିଶ୍ବବିଦ୍ୟାଳୟ ପରିଚାଳିତ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସ ଆଣ୍ଡ୍ ସମ୍ ହସ୍ପିଟାଲ୍ ପକ୍ଷରୁ ଜାତୀୟ ଡାକ୍ତର ଦିବସ ପାଳିତ ହୋଇଯାଇଛି। ଏଥିରେ ସୋଆ କୁଳପତି ପ୍ରଫେସର ଅମିତ ବାନାର୍ଜୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କହିଲେ, ମଣିଷକୁ କଷ୍ଟ ହେଲେ ସେ ଏକା ସଙ୍ଗେ ଭଗବାନ ଓ ଡାକ୍ତରଙ୍କୁ ମନେ ପକାଇଥାଏ। ରୋଗୀମାନଙ୍କ ପାଇଁ ଡାକ୍ତର ଭଗବାନ ସଦୃଶ। ତେବେ ବର୍ତ୍ତମାନ ଅନେକ କ୍ଷେତ୍ରରେ ଡାକ୍ତରମାନେ ହିଂସା ଓ ଆକ୍ରମଣର ଶିକାର େହଉଛନ୍ତି। ଏହାକୁ ତୁରନ୍ତ ବନ୍ଦ କରାଯିବାର ଆବଶ୍ୟକତା ରହିଛି ବୋଲି ସେ କହିଥିଲେ। କାର୍ଯ୍ୟକ୍ରମରେ ଆଇଏମ୍ଏସ୍ ଡିନ୍ ପ୍ରଫେସର ଗଙ୍ଗାଧର ସାହୁ, ସମ୍ ହସ୍ପିଟାଲ୍ ମେଡିକାଲ୍ ସୁନରିନ୍ଟେଣ୍ଡେଣ୍ଟ୍ ପୁଷ୍ପରାଜ ସାମନ୍ତସିଂହାର, ଆଇଏମ୍ଏସ୍ ଆଣ୍ଡ୍ ସମ୍ ହସ୍ପିଟାଲ୍ର ପୂର୍ବତନ ଡିନ୍ ଓ ଉପଦେଷ୍ଟା ପ୍ରଫେସର ଧୀରେନ୍ଦ୍ର କୁମାର ରାୟ, ପ୍ରଫେସର ସୁରେଶ୍ବର ମହାନ୍ତି ଓ ପ୍ରଫେସର ଏନ୍ କେ ଦେବତା ପ୍ରମୁଖ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ। ଏହି ଅବସରରେ ଡାକ୍ତରମାନଙ୍କ ଉପରେ ଆକ୍ରମଣ ଓ ଦୁର୍ଘଟଣାର ସମ୍ମୁଖୀନ ହେଉଥିବା ବ୍ୟକ୍ତିଙ୍କୁ ଡାକ୍ତରମାନେ କିପରି ଜରୁରୀକାଳୀନ ସେବ ଦେବେ, ତାହାକୁ ନେଇ ଦୁଇଟି ପଥପ୍ରାନ୍ତ ନାଟକ ପରିବେଷଣ କରାଯାଇଥିଲା। ଏହି ଅବସରରେ ସମ୍ ହସ୍ପିଟାଲ୍ର ୫ଜଣ ଡାକ୍ତରଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। େସମାନେ ହେଲେ, ପ୍ରଫେସର ସନ୍ତୋଷ କୁମାର ସ୍ବାଇଁ, ଆସୋସିଏଟ୍ ପ୍ରଫେସର୍ ଜ୍ୟୋତିରଞ୍ଜନ ପରିଡ଼ା, ଆସୋସିଏଟ୍ ପ୍ରଫେସର୍ ଜଗଦୀଶ ପ୍ରସାଦ ସାହୁ, ଆସୋସିଏଟ୍ ପ୍ରଫେସର୍ ସୁରେନ୍ଦ୍ର ନାଥ ସ୍ବାଇଁ ଓ ଆସିଷ୍ଟାଣ୍ଟ୍ ପ୍ରଫେସର ରଶ୍ମିରେଖା ବେହେରା।
ଡାକ୍ତରଙ୍କ ଉପରେ ଆକ୍ରମଣ ବନ୍ଦ ହେଉ, ସମ୍ରେ ଜାତୀୟ ଡାକ୍ତର ଦିବସ
Advertisment
Follow Us