କ୍ୟାପିଟାଲ ହସ୍ପିଟାଲରେ ବାତ୍ୟା ପ୍ରସ୍ତୁତି: ୨ଟି ୱାର୍ଡରେ ୨୦ ଶଯ୍ୟା ସଂରକ୍ଷିତ

Advertisment

୨ ଡିଜି, ସାପ କାମୁଡ଼ା ଓ ଅନ୍ୟ ଔଷଧ ମହଜୁଦ: ନିର୍ଦେଶକ

୨ ଡିଜି, ସାପ କାମୁଡ଼ା ଓ ଅନ୍ୟ ଔଷଧ ମହଜୁଦ: ନିର୍ଦେଶକ

ବିଦେଶୀ ସଂସ୍ଥା ହାତରେ ହସ୍ପିଟାଲର ସବୁ ଦାୟିତ୍ବ

Mycitylinks

ଭୁବନେଶ୍ବର : ସାମୁଦ୍ରିକ ବାତ୍ୟା ‘ୟାସ୍‌’ର ପ୍ରଭାବ ଉପକୂଳବର୍ତ୍ତୀ ଜିଲ୍ଲାରେ ରହିବାର ଆଶଙ୍କା ସୃଷ୍ଟି ହୋଇଛି। ଏ ଦୃଷ୍ଟିରୁ ହସ୍ପିଟାଲଗୁଡ଼ିକରେ ସମସ୍ତ ପ୍ରକାର ବ୍ୟବସ୍ଥା କରିବା ଲାଗି ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି। ଏହି ଭିତ୍ତିରେ ରାଜଧାନୀର ପ୍ରମୁଖ ସରକାରୀ କ୍ୟାପିଟାଲ ହସ୍ପିଟାଲ ପକ୍ଷରୁ ମଧ୍ୟ ଆବଶ୍ୟକ ପ୍ରସ୍ତୁତି କରାଯାଇଛି। ସର୍ଜରି ଓ ଅସ୍ଥିଶଲ୍ୟ ୱାର୍ଡରେ ୧୦ଟି ଲେଖାଏଁ ଶଯ୍ୟା ସଂରକ୍ଷିତ ରଖାଯାଇଛି। ଫଳରେ ‌ରୋଗୀଙ୍କ ସବୁ ପ୍ରକାର ଚିକିତ୍ସା ଦିଆଯାଇ ପାରିବ।

ହସ୍ପିଟାଲର ନିର୍ଦ୍ଦେଶକ ଡା. ଲକ୍ଷ୍ମୀଧର ସାହୁ କହିଛନ୍ତି, ହସ୍ପିଟାଲରେ ବିଦ୍ୟୁତ୍‌ ସରବରାହକୁ ବଜାୟ ରଖିବା ଲାଗି ୨ଟି ଡିଜି‌ ସେଟ୍‌ ରଖାଯାଇଛି। ସଂରକ୍ଷିତ ରହିଥିବା ୨୦ଟି ଶଯ୍ୟା ଭିତରୁ ୨ଟି ଶଯ୍ୟା ସାପ କାମୁଡ଼ା ରୋଗୀଙ୍କ ପାଇଁ ରହିଛି। ସାପ କାମୁଡ଼ା ରୋଗୀଙ୍କ ପାଇଁ ଇ‌ଞ୍ଜେକସନ୍ ମଧ୍ୟ ମହଜୁଦ ରଖାଯାଇଛି। ଏହାସହ ଗୋଟିଏ ଜେସିବି, ଜିଇଡି ଓ ଅନ୍ୟ ବିଭାଗ ସତର୍କ ରହିଛନ୍ତି। ହସ୍ପିଟାଲରେ କାର୍ଯ୍ୟରତ କର୍ମଚାରୀଙ୍କୁ ଆସନ୍ତା ୩୧ତାରିଖ ପର୍ଯ୍ୟନ୍ତ ଛୁଟି ବାତିଲ କରି ଦିଆଯାଇଛି।

୨ ବର୍ଷ ତଳେ ‘ଫନି’ ବାତ୍ୟାରେ ଶିଶୁୱାର୍ଡରେ ଥିବା ଏସ୍‌ଏନ୍‌ସିୟୁରେ ସିଲିଂ ଖସି ପଡ଼ିଥିଲା। ହେଲେ ‌ସେଠାରେ ଉପସ୍ଥିତ ଥିବା ଷ୍ଟାଫନର୍ସ ଓ ଅନ୍ୟମାନେ ଉପସ୍ଥିତ ବୁଦ୍ଧି ଖଟାଇ ନବଜାତକଙ୍କୁ ଉଦ୍ଧାର କରିଥି‌ଲେ। ଫଳରେ ଏକ ବଡ଼ଧରଣର ଅଘଟଣକୁ ଏଡ଼ାଇ ଦିଆଯାଇଥିଲା। ହେଲେ ଚଳିତ ବର୍ଷ ଏସବୁ ଉପରେ ନଜର ସ୍ବତନ୍ତ୍ର ନଜର ରଖାଯାଇଥିବା ଡା. ସାହୁ ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe