Story of an Odia student's startup: ଓଡ଼ିଆ ଛାତ୍ରଙ୍କ ଷ୍ଟାଟ୍‌ଅପ୍‌ର କାହାଣୀ: ଓୟୁଟିଆରରୁ ଦକ୍ଷିଣ କୋରିଆ

Advertisment

ଓୟୁଟିଆରରେ ଆରମ୍ଭ ହୋଇଥିବା ଷ୍ଟାର୍ଟଅପ୍‌ ଏବେ ଦକ୍ଷିଣ କୋରିଆରେ ପ୍ରଦର୍ଶିତ ହେବାକୁ ଯାଉଛି। ରିଟେଲ୍‌ରଙ୍କ ନିକଟରେ ଗ୍ରାହକକୁ ବାନ୍ଧି ରଖିବାକୁ ଓଡ଼ିଆ ଛାତ୍ରଙ୍କ ଦ୍ବାରା ପ୍ରସ୍ତୁତ ହୋଇଥିବା ‘ଫିଡୋ’ ଆପ୍‌ ଆସନ୍ତା ୧୦ ତାରିଖରେ ଦକ୍ଷିଣ କୋରିଆରେ....

ଓୟୁଟିଆରରେ ଆରମ୍ଭ ହୋଇଥିବା ଷ୍ଟାର୍ଟଅପ୍‌ ଏବେ ଦକ୍ଷିଣ କୋରିଆରେ ପ୍ରଦର୍ଶିତ ହେବାକୁ ଯାଉଛି। ରିଟେଲ୍‌ରଙ୍କ ନିକଟରେ ଗ୍ରାହକକୁ ବାନ୍ଧି ରଖିବାକୁ ଓଡ଼ିଆ ଛାତ୍ରଙ୍କ ଦ୍ବାରା ପ୍ରସ୍ତୁତ ହୋଇଥିବା ‘ଫିଡୋ’ ଆପ୍‌ ଆସନ୍ତା ୧୦ ତାରିଖରେ ଦକ୍ଷିଣ କୋରିଆରେ....

fshfhxbvb

ଖଣ୍ଡଗିରି: ଓୟୁଟିଆରରେ ଆରମ୍ଭ ହୋଇଥିବା ଷ୍ଟାର୍ଟଅପ୍‌ ଏବେ ଦକ୍ଷିଣ କୋରିଆରେ ପ୍ରଦର୍ଶିତ ହେବାକୁ ଯାଉଛି। ରିଟେଲ୍‌ରଙ୍କ ନିକଟରେ ଗ୍ରାହକକୁ ବାନ୍ଧି ରଖିବାକୁ ଓଡ଼ିଆ ଛାତ୍ରଙ୍କ ଦ୍ବାରା ପ୍ରସ୍ତୁତ ହୋଇଥିବା ‘ଫିଡୋ’ ଆପ୍‌ ଆସନ୍ତା ୧୦ ତାରିଖରେ ଦକ୍ଷିଣ କୋରିଆରେ ହେବାକୁ ଥିବା ‘କମ୍‌ ଅପ୍‌ ଗ୍ଲୋବାଲ୍‌ ଷ୍ଟାର୍ଟଅପ୍ ଫେଷ୍ଟିଭାଲ୍ ୨୦୨୫’ରେ ପ୍ରଦର୍ଶିତ ହେବ। ଭାରତ ପକ୍ଷରୁ ପ୍ରତିନିଧିତ୍ୱ କରିବାକୁ କେନ୍ଦ୍ର ସରକାରଙ୍କ ଶିଳ୍ପ ଓ ଆଭ୍ୟନ୍ତରୀଣ ବାଣିଜ୍ୟ ପ୍ରୋତ୍ସାହନ ବିଭାଗ ଦ୍ୱାରା ଆନୁଷ୍ଠାନିକ ଭାବେ ଷ୍ଟାର୍ଟଅପ୍ ଇଣ୍ଡିଆ ପକ୍ଷରୁ ଚୟନ କରାଯାଇଛି। ଷ୍ଟାର୍ଟଅପ୍ ଇଣ୍ଡିଆ ଓ ଡିପିଆଇଆଇଆଇଟିର ବରିଷ୍ଠ ଅଧିକାରୀଙ୍କ ନେତୃତ୍ୱରେ ଏକ ପ୍ରତିନିଧିମଣ୍ଡଳୀ ମନୋନୀତ ଷ୍ଟାର୍ଟଅପ୍‌କୁ ଆନ୍ତର୍ଜାତୀୟ ନିବେଶକ, ଉଦ୍ୟୋଗ ପୁଞ୍ଜିପତି, ସରକାରୀ ସଂସ୍ଥା ଓ ବିଶ୍ୱ କର୍ପୋରେଟ୍‌ଙ୍କ ଆଗରେ ଉପସ୍ଥାପନ କରିବେ। ବିଶ୍ବର ସବୁଠାରୁ ବଡ଼ ନବସୃଜନ ମଞ୍ଚରେ ଭାରତ ପକ୍ଷରୁ ପ୍ରତିନିଧିତ୍ବ କରିବାକୁ ବଛାଯାଇଥିବା ଏହି ଷ୍ଟାର୍ଟଅପ୍‌କୁ ନେଇ ବିଶ୍ବବିଦ୍ୟାଳୟ କୁଳପତି ପ୍ରଫେସର ବିଭୂତି ଭୂଷଣ ବିଶ୍ବାଳଙ୍କ ସମେତ ଅନ୍ୟାନ୍ୟ ପ୍ରଫେସର ଓ ଛାତ୍ରଛାତ୍ରୀ ଖୁସିବ୍ୟକ୍ତ କରିଛନ୍ତି।

Vladimir Putin : ଶେଷ ହେଲା ପୁଟିନଙ୍କ ଚର୍ଚ୍ଚିତ ଭାରତ ଗସ୍ତ

ବିଶ୍ବସ୍ତରୀୟ ଦର୍ଶକଙ୍କ ନିକଟ‌ରେ ନବସୃଜନତାକୁ ପ୍ରଦର୍ଶନ କରିବା ‘ଫିଡୋ’ ପାଇଁ ଏକ ମାଇଲ୍‌ଖୁଣ୍ଟ। ଆନ୍ତର୍ଜାତୀୟ ଅଂଶୀଦାରମାନଙ୍କୁ ଏହାର ପ୍ଲାଟଫର୍ମ ପ୍ରଦର୍ଶନ କରିବାକୁ ଇଣ୍ଡିଆ ପାଭିଲିଅନ୍‌ର ଏକ ଅଂଶ ଭାବରେ ‘ଫିଡୋ’ ମାଗଣା ପ୍ରଦର୍ଶନୀ ବୁଥ୍ ପାଇଛି। ‘ଫିଡୋ’ର ସହ ପ୍ରତିଷ୍ଠାତା ସତ୍ୟଜିତ୍‌ ପଟ୍ଟନାୟକ କହିଛନ୍ତି ଯେ ‘କମ୍‌ଅପ୍‌ ୨୦୨୫’ରେ ଭାରତକୁ ପ୍ରତିନିଧିତ୍ୱ କରିବା ଆମ ପାଇଁ ଗୌରବର ବିଷୟ। ଏଠାରେ ୬୦ରୁ ଅଧିକ ଦେଶର ପ୍ରତିନିଧି, ଇନ୍‌ଭେଷ୍ଟର ଓ ପ୍ରତିଷ୍ଠାତାମାନେ ଅଂଶଗ୍ରହଣ କରିବେ। ଇ-କମର୍ସ ଆସିବା ଦ୍ବାରା ଆଜିକାଲି ପାରମ୍ପାରିକ ଦୋକାନଗୁଡ଼ିକ ପ୍ରଭାବିତ ହେଉଛି। ତେଣୁ ରିଟେଲ୍‌ରଙ୍କୁ ଆମେ ସହାୟତା ଯୋଗାଉଛୁ। ଏହି ଆପ୍‌ ବ୍ୟବହାର କରି ସେମାନେ ନିଜ ଗ୍ରାହକଙ୍କୁ ବାନ୍ଧି ରଖିପାରିବେ। ‘ଫିଡୋ’ ଏପରି ଏକ ପ୍ଲାଟଫର୍ମ, ଯାହାକି ଛୋଟ ଦୋକାନରୁ ଆରମ୍ଭ ହୋଇ ସୁପରମାର୍କେଟ୍‌, ବୁଟିକ୍ୟୁ, ରେଷ୍ଟ୍ରୁରାଣ୍ଟ ଓ ଗ୍ଲୋବାଲ ବ୍ରାଣ୍ଡ୍‌କୁ ସଂଯୋଗ କରୁଛି। ଓଡ଼ିଶା ସମେତ ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, ଝାଡ଼ଖଣ୍ଡ, ପଶ୍ଚିମବଙ୍ଗର ୧୫ଟି ସହରରେ ରହିଛି। ଏହି ଷ୍ଟାର୍ଟଅପ୍‌ ନିର୍ମାଣରେ ଓୟୁଟିଆର ପକ୍ଷରୁ ଇନ୍‌କ୍ୟୁବେସନ, ଅଫିସ୍‌ ଆଦି ଯୋଗାଇ ଦିଆଯାଇଥିଲା। ସେଠାରୁ ଆରମ୍ଭ ହୋଇଥିବା ଅଭିଯାନ ଦ୍ବାରା ଆଜି ବାଙ୍ଗାଲୁରୁରେ ଅଫିସ୍‌ କରିପାରିଛୁ। ସଫଳତା ପାଇଁ ଓୟୁଟିଆର ଓ ଷ୍ଟାର୍ଟଅପ୍‌ ଓଡ଼ିଶା ବେଶ ସହାୟତା ଯୋଗାଇ ଦେଇଛନ୍ତି।

Robbery: ମାରଣାସ୍ତ୍ର ଦେଖାଇ ବ୍ୟବସାୟୀଙ୍କ ଘରୁ ମୁଖା ପିନ୍ଧା ଦୃର୍ବୁତ୍ତ ଲୁଟିଲେ ୪ ଲକ୍ଷ ଟଙ୍କା

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe