୫୦ ଦେଶର ୫୦ ଷ୍ଟୋରି ଟେଲର୍‌ କହିବେ ଗପ

Advertisment
୫୦ ଦେଶର ୫୦ ଷ୍ଟୋରି ଟେଲର୍‌ କହିବେ ଗପ

Storytelling

ଭୁବନେଶ୍ୱର : କରୋନା ମହାମାରୀ ମାନସିକ ଅବସାଦ ବଢ଼ାଇବାରେ ଲାଗିଥିବା ବେଳେ ମନକୁ ହାଲ୍‌କା କରିବ ବକୁଲ ଫାଉଣ୍ଡେସନ୍‌ର ‘ଗପ ପେଡ଼ି’ କାର୍ଯ୍ୟକ୍ରମ। ଗପକୁହା ପରମ୍ପରାକୁ ଉଜ୍ଜୀବିତ ରଖିବାରେ ପ୍ରମୁଖ ଭୂମିକା ନେଇଥିବା ବକୁଲ ଫାଉଣ୍ଡେସନ୍‌ ‘ଭୂ-ଫେଷ୍ଟୋ’ କାର୍ଯ୍ୟକ୍ରମରେ ଗପର ପେଡ଼ି ଖୋଲି ଦୃଷ୍ଟି ଆକର୍ଷଣ କରିଥିବା ବେଳେ ଏ ମହାମାରୀ ସମୟରେ ଏହାକୁ ଡିଜିଟାଲ୍‌ ମାଧ୍ୟମରେ ଭେଟିଦେବ।

ଆସନ୍ତାକାଲି ତଥା ଅଗଷ୍ଟ ୧ରୁ ଏହା ଆରମ୍ଭ ହେବ। ପ୍ରଥମ ଦିନ ଗପ କହିବେ ଇଂଲଣ୍ଡର ଗେରାଲ୍‌ଡାଇନ୍‌ ଗାର୍‌ଉଡ୍‌। ୫୦ ସପ୍ତାହ ଧରି ଏହା ଚାଲିବ। ପ୍ରତ୍ୟେକ ଶନିବାର ରାତି ୯ଟାରେ ଗପ ଶୁଣିବାର ଅବକାଶ ମିଳିବ। ୫୦ଟି ଭିନ୍ନଭିନ୍ନ ଦେଶର ଷ୍ଟୋରି ଟେଲର ଗପ ପରିବେଷଣ କରିବେ। ବକୁଲ୍‌ ଫାଉଣ୍ଡେସନ୍‌ର ମୁଖ୍ୟ ସୁଜିତ ମହାପାତ୍ର କହିଛନ୍ତି, ଏହା କେବଳ ଇଂରାଜୀ ଭାଷାରେ ଶୁଣିବାକୁ ମିଳିବ। ସଂପ୍ରତି ପରିବାରରେ ଗପ କହିବାର ପରମ୍ପରା ପ୍ରାୟତଃ ନାହିଁ। ତେବେ ପୁଣି ସେଇ ପରମ୍ପରା ଆଧାରରେ ପିଲାମାନଙ୍କୁ ଏକ ସୃଜନ ଦୁନିଆରେ ନିମଜ୍ଜିତ କରିବା ପାଇଁ ବକୁଲ୍‌ ପକ୍ଷରୁ ଏହି ପ୍ରୟାସ ଆରମ୍ଭ ହୋଇଛି। ପ୍ରତିଟି ଗପକୁହା ଅଧିବେଶନରେ ପ୍ରତ୍ୟେକ ଦେଶର ଷ୍ଟୋରି ଟେଲର ନିଜର ଗପ ଆରମ୍ଭ ପୂର୍ବରୁ ତାଙ୍କ ଦେଶ ଓ ସେଠାକାର ନିଆରା ସଂସ୍କୃତି ବାବଦରେ କଥା ଛଳରେ ସୂଚନା ଦେବେ। ତେଣୁ ଏହା କେବଳ ପିଲାମାନଙ୍କୁ ସେଠାକାର ଲୋକ କାହାଣୀ ମଧ୍ୟରେ ବାନ୍ଧି ରଖିବ ନାହିଁ, ବରଂ ପିଲାମାନଙ୍କ ବୌଦ୍ଧିକ ସ୍ତରକୁ ବିସ୍ତୃତ କରିବାରେ ସହାୟକ ହେବ। ବକୁଲ୍‌ ଫାଉଣ୍ଡେସନ୍‌ ଫେସ୍‌ବୁକ୍‌ ପେଜ୍‌, ଟ୍ବିଟର୍‌ ଓ ୟୁ-ଟ୍ୟୁବ୍‌ରେ ରୋମାଞ୍ଚଭରା କାହାଣୀ ଶୁଣି ହେବ। କେବଳ ପିଲା ନୁହେଁ, ବଡ଼ମାନେ ମଧ୍ୟ ଏହି ଧାରାରେ ସାମିଲ୍‌ ହୋଇପାରିବେ ବୋଲି ଶ୍ରୀ ମହାପାତ୍ର କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe