ବିଏମ୍‌ସିର ଅଜବ ନିୟମ: ଗରିବଙ୍କ ଘର ଭାଙ୍ଗିଲା, ରାଜନେତାଙ୍କର ଛାଡ଼ିଲା

Advertisment
ବିଏମ୍‌ସିର ଅଜବ ନିୟମ: ଗରିବଙ୍କ ଘର ଭାଙ୍ଗିଲା, ରାଜନେତାଙ୍କର ଛାଡ଼ିଲା

ଚନ୍ଦ୍ରଶେଖରପୁର: ଈଶାନେଶ୍ବର ବସ୍ତିରେ ଲୋକଙ୍କ ଘର ଭଙ୍ଗାକୁ ନେଇ ଆଜି ଉତ୍ତେଜନା ଦେଖାଦେଇଛି। କରୋନା ସମୟରେ ବିନା ସୂଚନାରେ ବିଏମ୍‌ସିର ଅଧିକାରୀମାନେ ପହଞ୍ଚି ଘର ଭାଙ୍ଗିଦେଇଥିବା ସେମାନେ ଅଭିଯୋଗ କହିଛନ୍ତି। ବସ୍ତିବାସିନ୍ଦାଙ୍କ କହିବାନୁଯାୟୀ ୨୫ରୁ ୩୦ ବର୍ଷ ହେଲା ଆମେ ଏଠାରେ ରହି ଆସୁଛୁ। ତେବେ ଆଜି ପୂର୍ବାହ୍ନ ୧୦ଟାରୁ ୧୧ଟା ମଧ୍ୟ‌ରେ କୌଣସି କାରଣ ନ ଦର୍ଶାଇ ବିଏମ୍‌ସିର ଏକ ଟିମ୍‌ ହଠାତ୍‌ ପହଞ୍ଚି ଘରଗୁଡ଼ିକୁ ଜେସିବି ଲଗାଇ ‌ଭାଙ୍ଗି ଦେଇଥିଲେ। ଆମ୍ଭେମାନେ ସେଠାରେ ଉପସ୍ଥିତ ନ ଥିଲୁ। ଖବର ପାଇଁ ପହଞ୍ଚିବା ପୂର୍ବରୁ ଘରଗୁଡ଼ିକ ମାଟିରେ ମିଶିଯାଇଥିଲା। ଯେତେ‌ ବ୍ୟାକୁଳ ହୋଇ କାକୁତିମିନତି ହୋଇଥିଲେ ମଧ୍ୟ କେହି ଶୁଣି ନ ଥିଲେ।

ତେବେ ସେହି ପାଖରେ ଜଣେ ରାଜନେତାଙ୍କର ଦୁଇଟି ଘର ରହିଥିଲେ ମଧ୍ୟ ତାହାକୁ ଭାଙ୍ଗି ନ ଥିଲେ। ବିଏମ୍‌ସି ଅଧିକାରୀ ଓ ସମ୍ପୃକ୍ତ ରାଜନେତାଙ୍କ ମଧ୍ୟରେ ସଲାସୁତୁରା‌ ଯୋଗୁଁ ଘରଗୁଡ଼ିକୁ ନ ଭାଙ୍ଗି ପଳାଇ ଯାଇଥିଲେ। ସାହି ମଝିରେ ଥିବା ରାସ୍ତା ଦିନକୁ ଦିନ ଜବରଦଖଲ ହେବାରେ ଲାଗିଛି। କାନ୍ଥ ଉଠାଯାଉଥିବାରୁ ରାସ୍ତାରେ ଆମ୍ବୁଲାନ୍ସ କିମ୍ବା ସେପ୍‌ଟିକ୍‌ ଟ୍ୟାଙ୍କ୍‌ ସଫା କରିବା ଲାଗି ଯାଇପାରୁ ନାହିଁ। ସେଗୁଡ଼ିକୁ ଭଙ୍ଗା ଯାଉ ନ ଥିବା ବେଳେ ଆମ ଭଳି ଗରିବ, ଖଟିଖିଆଙ୍କ ଘରକୁ ମାଟିରେ ମିଶାଇ ‌ଦିଆଯାଉଛି। ପ୍ରଶାସନ ଆମ ସମସ୍ୟା ସମ୍ପର୍କରେ ନ ଶୁଣିଲେ ଚରମ ପନ୍ଥା ଆପଣାଇବେ ବୋଲି ସେମାନେ ଚେତାବନୀ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe