ଖାଓ ଗଳି ଫାଙ୍କା, ରାସ୍ତା ଜାମ୍‌

Advertisment
ଖାଓ ଗଳି ଫାଙ୍କା, ରାସ୍ତା ଜାମ୍‌

ଭୁବନେଶ୍ୱର : ‌ରାମ ମନ୍ଦିର ଛକରୁ ହାଉସିଂ ବୋର୍ଡ ଛକ ପର୍ଯ୍ୟନ୍ତ ରାସ୍ତା (ମଧୁସୂଦନ ମାର୍ଗ) ଏବେ ଖାଦ୍ୟ ବ୍ୟବସାୟୀଙ୍କ କବ୍‌ଜାରେ। ରାଜଧାନୀର ଏହି ପ୍ରମୁଖ ରାସ୍ତାରେ ଏବେ ବହୁ ଦୋକାନ ଖୋଲିଥିବାରୁ ସବୁବେଳେ ରାସ୍ତା ଜାମ୍‌ ରହୁଛି। ଲୋକମାନେ ରାସ୍ତାରେ ଗାଡ଼ି ପାର୍କିଂ କରି ଖାଉଛନ୍ତି। ଫଳରେ ଅଧା ରାସ୍ତା ବନ୍ଦ ହୋଇଯାଉଛି। ସଂଧ୍ୟା ପରେ ଏହି ରାସ୍ତାରେ ଅସମ୍ଭାଳ ଭିଡ଼ ହେଉଥିଲେ ହେଁ ନା ପୁଲିସ ନା ବିଏମ୍‌ସି କିଛି ପଦକ୍ଷେପ ଗ୍ରହଣ କରୁଛନ୍ତି।

ଏନେଇ ଖାଓ ଗଳିର କିଛି ବ୍ୟବସାୟୀ କହିଛନ୍ତି ଯେ, ଏହି ଗଳିର ଉନ୍ନତୀକରଣ ପାଇଁ ବିଏମ୍‌ସି ସେମାନଙ୍କୁ ଉଠାଇ ଦେଇଛି। ଗଳିର ନବୀକରଣ କାମ ସରିଥିଲେ ମଧ୍ୟ ସେମାନଙ୍କୁ ଦୋକାନ ପାଇଁ ସ୍ଥାନ ଆବଣ୍ଟନ ହୋଇନାହିଁ। ତେଣୁ ବାଧ୍ୟ ହୋଇ ସେମାନେ ରାସ୍ତା ଉପରେ ଦୋକାନ ଖୋଲିଛନ୍ତି। ଏନେଇ ବିଏମ୍‌ସିର ଅତିରିକ୍ତ କମିସନର ସୁରଥଚନ୍ଦ୍ର ମଲ୍ଲିକ କହିଛନ୍ତି, ରାଜଧାନୀବାସୀ ଯେପରି ସ୍ବାସ୍ଥ୍ୟକର ପରିବେଶରେ ଏବଂ ବ୍ୟବସ୍ଥିତ ଢଙ୍ଗରେ ଖାଇବେ ସେଥିପାଇଁ ଖାଓ ଗଳିର ଉନ୍ନତୀକରଣ କରାଯାଇଛି। କାମ ସରିଯାଇଛି। ଖୁବ୍‌ ଶୀଘ୍ର ଜାଗା ଆବଣ୍ଟନ ହେବ। ଏହା ପରେ ଆଉ ସମସ୍ୟା ରହିବନି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe