ଟ୍ରାଫିକ୍‌ ସୁଧୁରୁନି, ଜଳୁନି ଷ୍ଟ୍ରିଟ୍‌ ଲାଇନ୍‌

Advertisment
ଟ୍ରାଫିକ୍‌ ସୁଧୁରୁନି, ଜଳୁନି ଷ୍ଟ୍ରିଟ୍‌ ଲାଇନ୍‌

ଚନ୍ଦ୍ରଶେଖରପୁର: ରାଜଧାନୀର ପ୍ରମୁଖ ରାସ୍ତା କୁହାଯାଉଥିବା ଜୟଦେବ ବିହାରରୁ ନନ୍ଦନକାନନ ରାସ୍ତାରେ ଏପର୍ଯ୍ୟନ୍ତ ଟ୍ରାଫିକ୍‌ରେ ସୁଧାର ଆସିପାରିନି। ବାତ୍ୟାର ମାସେ ପରେ ବି ଟ୍ରାଫିକ୍‌ ସଗନାଲ୍‌ ସେମିତି ଅଚଳ ହୋଇପଡ଼ିଛି। କେଉଁ ଛକରେ ଗୋଟିଏ ପାର୍ଶ୍ବର ଲାଇଟ୍‌ ନାହିଁ ତ ଆଉ କେଉଁ ଛକରେ ଲାଇଟ୍‌ ଜଳୁନି। ସବୁଠି ଅବ୍ୟବସ୍ଥା। ଟ୍ରାଫିକ୍‌ ‌ପୁଲିସ ଅଧିକାରୀଙ୍କୁ ବି କାଁ ଭାଁ ଦେଖିବାକୁ ମିଳୁଛି। କେବଳ ଏତିକି ହୋଇଛି ଯେ ମାସେ ଭିତରେ ରାସ୍ତା ଉପରେ ପଡ଼ି ରହିଥିବା ଗଛଗୁଡ଼ିକୁ ହଟାଯାଇଛି। ଅଳିଆ ସଫା ହୋଇଛି। ଖୁସିର ବିଷୟ ହେଉଛି ଯେ ବିଳମ୍ବ ହେଲେ ମଧ୍ୟ ଅଞ୍ଚଳରେ ଥିବା ତିନୋଟି ପ୍ରମୁଖ ପାର୍କ ଖୋଲି ଯାଇଛି। ପୁଣିଥରେ ଲୋକଙ୍କ ଗହଳିଚହଳି ଜମୁଛି। ସବୁ ଅଞ୍ଚଳକୁ ବିଦ୍ୟୁତ୍‌ ସଂଯୋଗ ହୋଇଥିଲେ ମଧ୍ୟ ଲୋକଙ୍କ ଘରେ କିନ୍ତୁ ବଲ୍‌ବ ଜଳିପାରିନି। ଏବେ ବି ଅନେକ ଲୋକଙ୍କ ଘରକୁ ଟଣାଯାଇଥିବା ବିଦ୍ୟୁତ୍‌ ତାର ମରାମତି ହୋଇପାରିନି। ଉପକଣ୍ଠ ଅଞ୍ଚଳରେ ବି ପୂର୍ବ ସ୍ଥିତି ଫେରିନି। ବିଜୁଳି ସଂଯୋଗ ହୋଇଥିଲେ ମଧ୍ୟ ଉପକଣ୍ଠରେ ଦିନକୁ ୮ରୁ ୧୦ ଥର ବିଦ୍ୟୁତ୍‌ କାଟ୍‌ ହେଉଛି। ଚନ୍ଦ୍ରଶେଖରପୁର ଅଞ୍ଚ‌ଳର ଅଧିକାଂଶ ରାସ୍ତାରେ ଏପର୍ଯ୍ୟନ୍ତ ଷ୍ଟ୍ରିଟ୍‌ ଲାଇଟ୍‌ ଜଳିପାରିନି। ଯେଉଁ ଅଞ୍ଚଳରେ ବି ଜଳିଛି ଅଧା। ଭିଏସ୍‌ଏସ୍‌ ନଗର, ମଞ୍ଚେଶ୍ବର, ସ୍ବସ୍ତି ପ୍ରିମିୟମ୍‌ ହୋଟେଲ ସମ୍ମୁଖ, ଡମଣା ଛକ ନିକଟ ରାସ୍ତା, ଓମ୍‌‌ଫେଡ୍‌ ଛକରୁ ରେଳ ମରାମତି କାରଖାନା ପର୍ଯ୍ୟନ୍ତ ରାସ୍ତାରେ ଏଯାଏ ଲାଇଟ୍‌ ସଠିକ୍‌ ଭାବେ ଜଳିପାରିନି। ଦୟାୱେଷ୍ଟ କେନାଲରେ ଏବେ ବି ବଡ଼ ବଡ଼ ଗଛ ଭାଙ୍ଗି ପଡ଼ିଥିଲେ ମଧ୍ୟ ତାହାକୁ କଟାଯାଇ ନାହିଁ। ପୂର୍ବଭଳି ପଡ଼ି ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe