ବିଏମ୍‌ସି ହସ୍‌ପିଟାଲ ଆଗରେ ଧାରଣା

ବିଏମ୍‌ସି ହସ୍‌ପିଟାଲ ଆଗରେ ଧାରଣା

ପୁରୁଣା ଭୁବନେଶ୍ୱର: ସ୍ଥାନୀୟ ବିଏମ୍‌ସି ହସ୍ପିଟାଲର ସମସ୍ୟା ନେଇ ଆଜି ଏକାମ୍ର ଜନ ଜାଗରଣ ମଞ୍ଚ ପକ୍ଷରୁ ହସ୍‌ପିଟାଲ ସମ୍ମୁଖରେ ଧାରଣା ଦିଆଯାଇଥିଲା। ସ୍ୱାୟତ୍ତ ଶାସନ ଦିବସ ଅବସରରେ ସେଠାକୁ ଫଳ ବଣ୍ଟିବାକୁ ଆସିଥିବା ମେୟର ଅନନ୍ତ ନାରାୟଣ ଜେନା, ବିଏମ୍‌ସି କର୍ମଚାରୀ, ଦଳୀୟ କର୍ମୀ ଓ କର୍ପୋରେଟର୍‌ ଧାରଣାକାରୀଙ୍କୁ ଆଡ଼ ଆଖିରେ ଚାହିଁ ନଥିଲେ ବୋଲି ସାଧାରଣରେ ଚର୍ଚା ହେଉଛି। ତେବେ ସମସ୍ୟା ସୁଧାରିବା ପରିବର୍ତେ ମେୟର ସେଠାରୁ ଲୁଚି ପଳାଇ ଯାଇଥିବା ମଞ୍ଚର କର୍ମକର୍ତା କହିଛନ୍ତି। ପ୍ରକାଶ ଯେ, ବିଏମ୍‌ସି ହସ୍ପିଟାଲର ବନ୍ଦ ପଡ଼ିଥିବା ବିଭିନ୍ନ ବିଭାଗ ଖୋଲିବା ଓ ଲାଗି ରହିଥିବା ସମସ୍ୟାଗୁଡ଼ିକର ସମାଧାନ ପାଇଁ ଗତବର୍ଷ ମଞ୍ଚର ସଭାପତି ଭୀଷ୍ମ ନାରାୟଣ ନାୟକଙ୍କ ଅଧ୍ୟକ୍ଷତାରେ ଲୋକମାନେ ସ୍ଥାନୀୟ ବିଧାୟକ ତଥା ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡାଙ୍କ ବାସଭବନ ଘେରାଉ କରିଥିଲେ। ଗତ ସ୍ୱାୟତ୍ତ ଶାସନ ଦିବସରେ ମେୟର ଶ୍ରୀ ଜେନା ବିଭିନ୍ନ ବିଭାଗକୁ ଲେଖିଥିବା ଚିଠିକୁ ଆନ୍ଦୋଳନକାରୀଙ୍କୁ ଦେଖାଇ ପ୍ରତିଶ୍ରୁତି ଦେଇଥିଲେ। ୬ମାସ ମଧ୍ୟରେ ସମସ୍ୟା ସମାଧାନ ହେବା ସହ ୧୦ ଦିନ ମଧ୍ୟରେ କାର୍ଯ୍ୟ ଆରମ୍ଭ କରିବାକୁ ମେୟର କହିଥିଲେ। ତେବେ ଏହା ଭିତରେ କେବଳ ଗୋଟିଏ ବିଲ୍‌ଡିଂକୁ ମରାମତି କରି ବିଏମ୍‌ସି ଚୁପ୍‌ ବସି ପଡ଼ିଛି ବୋଲି ମଞ୍ଚ ପକ୍ଷରୁ ଅଭିଯୋଗ କରାଯାଇଛି। ଅନ୍ୟପକ୍ଷରେ ଜଣେ ଲୋକ ପ୍ରତିନିଧି ଭାବେ ଆନ୍ଦୋଳନକାରୀଙ୍କୁ ଏପରି ହେୟ ମନେ କରିବା ଘଟଣାକୁ ସାଧାରଣରେ ନାପସନ୍ଦ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe