ଲିଙ୍ଗରାଜ ଷ୍ଟେସନ ନିକଟରେ ଧାରଣା

Advertisment
ଲିଙ୍ଗରାଜ ଷ୍ଟେସନ ନିକଟରେ ଧାରଣା

ଭୁବନେଶ୍ୱର: ସେବା ପ୍ରତିନିଧି, ଭୀମଟାଙ୍ଗି ବିକାଶ ପରିଷଦ, ଲିଙ୍ଗରାଜ ବିହାର ପୋଖରୀପୁଟ ତଥା ବିଡିଏ ୱେଲଫେୟାର ଆସୋସିଏସନ ପକ୍ଷରୁ ଲିଙ୍ଗରାଜ ଷ୍ଟେସନଠାରେ ମିଳିତ ଗଣଧାରଣା ଦିଆଯାଇଥିଲା। ଶ୍ରୀଲିଙ୍ଗରାଜଙ୍କ ନାମରେ ଏକ ଟ୍ରେନକୁ ନାମିତ କରିବା, ଷ୍ଟେସନ ପରିସରରେ ଶ୍ରୀଲିଙ୍ଗରାଜଙ୍କ ନାମରେ ଏକ ହୁଣ୍ଡି ସ୍ଥାପନ କରିବା, ଦୂରଗାମୀ ତଥା ପାସେଞ୍ଜର ଟ୍ରେନକୁ ସ୍ଥାନୀୟ ଷ୍ଟେସନରେ ରହଣି, ରିଜର୍ଭେସନ ଟିକଟ କାଉଣ୍ଟର ପ୍ରତିଷ୍ଠା କରିବା ଓ ପଦାଚଲା ଓଭର ବ୍ରିଜ ସହ ବରିଷ୍ଠ ନାଗରିକ ଓ ଭିନ୍ନକ୍ଷମମାନଙ୍କ ପାଇଁ ଲିଫ୍ଟ ବ୍ୟବସ୍ଥା ଆଦି ଦାବିରେ ଏହି ଧାରଣା ଦିଆ ଯାଇଥିବା କହିଛନ୍ତି ସେବା ପ୍ରତିନିଧିର ନୀଳମଣି ମିଶ୍ର।

ଶ୍ରୀ ମିଶ୍ର କହିଥିଲେ ଦାବି ବିଷୟରେ ୨୦୧୬ ମସିହାରୁ ବହୁ ଉଚ୍ଚପଦସ୍ଥ ଅଧିକାରୀଙ୍କୁ ବାରମ୍ବାର ଅନୁରୋଧ ସତ୍ତ୍ୱେ କୌଣସି ସୁଫଳ ମିଳୁନାହିଁ। ତେଣୁ ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ପ୍ରତ୍ୟେକ ମାସ ପ୍ରଥମ ରବିବାର ଦିନ ଲିଙ୍ଗରାଜ ଷ୍ଟେସନରେ ଧାରଣା ଦିଆଯିବ। ଯଦି ଦାବି ପୂରଣ ନ ହୁଏ ତେବେ ରେଳ ରୋକ ସହିତ ଆନ୍ଦୋଳନ ତୀବ୍ର ରୂପ ନେବ ବୋଲି ସେ ଚେତାବନୀ ଦେଇଛନ୍ତି। ଏହି ଅବସରରେ ଦାମୋଦର ସାମନ୍ତରାୟ, ବଂଶୀଧର ପଣ୍ଡା, କେ.ସି ପାଣିଗ୍ରାହୀ, କୃପାସିନ୍ଧୁ ବିଶ୍ୱାଳ, ଏମ. ପି ସିଂହ, ଏନ. ନାୟକ, ସୂର୍ଯ୍ୟ ପାଣିଗ୍ରାହୀ, ପି. କେ ଶତପଥୀ, ଡି. ଏନ ତ୍ରିପାଠୀ, ସନ୍ତୋଷ କୁମାର ମହାପାତ୍ର, ସୁସ୍ମିତା ପାହାଡ଼ ସିଂ ପ୍ରମୁଖ ଯୋଗ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe