ଦାବି ପୂରଣ ନହେଲେ ୧୬ରୁ ସମୂହ ଗଣଧାରଣା

Advertisment

ଧାରଣାରେ ବସିଲେ ଜଳଯୋଗାଣ କର୍ମଚାରୀ

ଧାରଣାରେ ବସିଲେ ଜଳଯୋଗାଣ କର୍ମଚାରୀ

ଦାବି ପୂରଣ ନହେଲେ ୧୬ରୁ ସମୂହ ଗଣଧାରଣା

ଭୁବନେଶ୍ୱର: ଜଳଯୋଗାଣ ବିଭାଗରେ କାର୍ଯ୍ୟରତ ଅସ୍ଥାୟୀ କର୍ମଚାରୀଙ୍କୁ ସ୍ଥାୟୀ ନିଯୁକ୍ତି, ଓ୍ଵାର୍କଚାର୍ଜ କର୍ମଚାରୀଙ୍କୁ ରେଗୁଲାର କରି ସ୍ଥିରୀକୃତ ପେନ୍‌ସନ୍‌ ପ୍ରଦାନ, ଏଜେନ୍ସି ଓ ଏସ୍‌ଇଏମ୍‌ଙ୍କ ମଜୁରୀ ବୃଦ୍ଧି, ଦରମାରେ ଥିବା ଅସଙ୍ଗତି ଦୂର କରିବା, ଅନୁକମ୍ପାମୂଳକ ନିଯୁକ୍ତିର ଉଚ୍ଛେଦ ଓ ଗ୍ରାମ୍ୟ ଜଳଯୋଗାଣ କର୍ମଚାରୀଙ୍କୁ ପୁନର୍ବାର ବ୍ଲକ ଅଧୀନରେ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ମାଧ୍ୟମରେ କାର୍ଯ୍ୟ କରିବାକୁ ଦିଆଯିବାକୁ ବନ୍ଦ କରିବା ଦାବି ନେଇ ଆଜିଠାରୁ ରାଜ୍ୟର ବ୍ଲକ୍‌ ପ୍ରତିନିଧି ଓ ଜିଲ୍ଲା ପ୍ରତିନିଧିମାନଙ୍କ ଦ୍ୱାରା ଏକ ଗଣଧାରଣା କରାଯାଇ ଗୃହ ଓ ନଗର ଉନ୍ନୟନ ବିଭାଗୀୟ ମନ୍ତ୍ରୀଙ୍କୁ ଦାବ ପତ୍ର ପ୍ରଦାନ କରାଯାଇଛି। ଦାବି ପୂରଣ ନହେଲେ ୧୬ ତାରିଖରୁ ଅନିର୍ଦିଷ୍ଟ କାଳ ପର୍ଯ୍ୟନ୍ତ ଲୋୟର ପିଏମ୍‌ଜିଠାରେ ସମୂହ ଗଣଧାରଣା କରାଯିବାକୁ ନିଷ୍ପତ୍ତି ନିଆଯାଇଛି। ଏହା ସହ ରାଜଧାନୀଠାରୁ ୩୦୦ କିଲୋମିଟର ଦୂରରେ ଥିବା ଜିଲ୍ଲା ଓ ଖଣ୍ଡସ୍ତରରେ କାର୍ଯ୍ୟବନ୍ଦ ଆନ୍ଦୋଳନ କରାଯିବାକୁ ଚେତାବନୀ ଦିଆଯାଇଛି। ଗଣଧାରଣାରେ ଓଡ଼ିଶା ପାଇପ ଜଳ କର୍ମଚାରୀ ସଂଘର ରାଜ୍ୟ ସଭାପତି ଉମାକାନ୍ତ ନନ୍ଦ, ସାଧାରଣ ସମ୍ପାଦକ ମନୋଜ କୁମାର ମହାନ୍ତି, କାର୍ଯ୍ୟକାରୀ ସଭାପତି ମଥୁରୀ ବିଶ୍ୱାଳ, କାର୍ଯ୍ୟକାରୀ ସାଧାରଣ ସମ୍ପାଦକ ହୃଷିକେଷ ସେଠୀ, ଜଟାଧାରୀ ଦାସ, ଶ୍ରୀଧର ନାୟକ, ଯଦୁମଣି ପ୍ରଧାନ, ପ୍ରଦୋଷ କୁମାର ସାହୁ, ଡମ୍ବରୁଧର ସାହୁ, ସୁରେନ୍ଦ୍ର ରାଉତ, ଅମ୍ବରୀ ଜେନା, ନରସିଂହ ପ୍ରସାଦ ବେହେରା, ଦୀନବନ୍ଧୁ ପ୍ରଦାନ ଓ ବିମ୍ବାଧର ନାୟକ ପ୍ରମୁଖ ଉପସ୍ଥିତ ରହି ଆଗାମୀ ଜଳଯୋଗାଣ ଜନିତ ସମସ୍ୟା ପାଇଁ ସରକାର ଦାୟୀ ରହିବେ ବୋଲି ମତ ରଖିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe