ରାତି ଅଧିଆ ରାସ୍ତାରୋକ

Advertisment
ରାତି ଅଧିଆ ରାସ୍ତାରୋକ

ଚନ୍ଦ୍ରଶେଖରପୁର: ସକାଳେ ବିଦ୍ୟୁତ୍‌ ସଂଯୋଗ କରି ମଧ୍ୟାହ୍ନରେ କାଟିଦେଲେ, ଆଉ ଦେଲେନି। ବିଦ୍ୟୁତ୍‌ ସେବାରୁ ବଞ୍ଚିତ ଶହଶହ ଧୈର୍ଯ୍ୟହରା ଉପଭୋକ୍ତା ଏମିତି ଅଭିଯୋଗ କରି ଆଜି ବିଳମ୍ବିତ ରାତିରେ ରାଜରାସ୍ତାକୁ ଓହ୍ଲାଇଛନ୍ତି। କିଟ୍ ଓ ଆଖପାଖ ଆପାର୍ଟମେଣ୍ଟ୍, ପ୍ରଶାନ୍ତି ବିହାର, ଶିଖରଚଣ୍ଡୀ ନଗର ଅଞ୍ଚଳ ବାସିନ୍ଦା କିଟ୍ ମୁଖ୍ୟ ରସ୍ତାକୁ ଅବରୋଧ କରି ବିକ୍ଷୋଭ କରିଛନ୍ତି। ଫଳରେ କିଟ୍‌ ରାସ୍ତାରେ ଯାତାୟାତ ବାଧାପ୍ରାପ୍ତ ହେବା ସହ ଉତ୍ତେଜନା ପ୍ରକାଶ ପାଇଥିଲା। ଖବର ପାଇ ଇନ୍‌ଫୋସିଟି ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା। ତେବେ ବିଳମ୍ବିତ ରାତିରେ ପୁନରୁଦ୍ଧାର କାର୍ଯ୍ୟ ଚାଲୁଥିବାରୁ ବିଦ୍ୟୁତ୍‌ କାଟ କରାଯାଇଛି ବୋଲି ବିଦ୍ୟୁତ୍‌ ବିଭାଗ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe