କାଳ ବୈଶାଖୀ: ନନ୍ଦନକାନନରେ ଉପୁଡ଼ିଲା ଗଛ

କାଳ ବୈଶାଖୀ: ନନ୍ଦନକାନନରେ ଉପୁଡ଼ିଲା ଗଛ

ବାରଙ୍ଗ: ଆଜି ନନ୍ଦନକାନନ ପ୍ରାଣୀ ଉଦ୍ୟାନ ଓ ବାରଙ୍ଗ ଅଞ୍ଚଳରେ କାଳ ବୈଶାଖୀର ପ୍ରଭାବ ଦେଖିବାକୁ ମିଳିଥିଲା। ଅପରାହ୍ନ ୫ଟାରେ ପ୍ରବଳ ବେଗରେ ପବନ ବହିବା ସହିତ ଘଡ଼ଘଡ଼ି ଓ ବର୍ଷା ହୋଇଥିଲା। ଫଳରେ ନନ୍ଦନକାନନ ବୁଲି ଫେରୁଥିବା ପର୍ଯ୍ୟଟକମାନେ ହଇରାଣ ହୋଇଥିଲେ। ପବନ ଯୋଗୁ ନନ୍ଦନକାନନ ପରିସରରେ ଥିବା ଅନେକ ଗଛର ଡାଳ ଭାଙ୍ଗି ପଡ଼ିଥିଲା। ଏପରିକି ବଜାରରେ ବିଭିନ୍ନ ଦୋକାନରେ ପଡ଼ିଥିବା ପ୍ଲାଷ୍ଟିକ୍‌ ଚେୟାର୍‌ ମଧ୍ୟ ଉଡ଼ି ଯାଇଥିଲା। ପ୍ରାୟ ଘଣ୍ଟାଏ ପରେ ବର୍ଷା ଓ ପବନ ଥମିଥିଲା। ପବନ ପ୍ରଭାବରେ ନନ୍ଦନକାନନ ପରିସରର ପଛପାଖ ୧୦ନମ୍ବର କ୍ୟାଟଲ ବ୍ରିଜ୍‌ଠାରୁ ମୁଖ୍ୟ ପ୍ରବେଶ ଫାଟକ ପର୍ଯ୍ୟନ୍ତ ଅନେକ ଜାଗାରେ ଗଛ ଡାଳ ପଡ଼ିଥିଲା। ବିଦ୍ୟୁତ ତାର ଉପରେ ଡାଳ ପଡ଼ିଯିବାରୁ ବିଦ୍ୟୁତ ସେବା ବାଧାପ୍ରାପ୍ତ ହୋଇଥିଲା। ସେହିପରି ବାରଙ୍ଗ ପୁରୀ ମୁଖ୍ୟ କେନାଲ ବନ୍ଧ ରାସ୍ତା ଓ ଆଖ ପାଖ ରଘୁନାଥପୁର, କେନ୍ଦୁପାଟଣା, ପଦାସାହି ରାସ୍ତା, ପଞ୍ଚୁପାଳ, ଶ୍ରୀବନ୍ତପୁର, ଫୁଲପୋଖରୀ, ବଛିପୁର, କଣ୍ଟାପାଟଣା, କାନପୁର, ମଧୁପୁର, ବେଲଗଛିଆ, ଜୟପୁର ଗାଁ ରାସ୍ତାରେ ପାଣି ଜମିଥିବା ଦେଖିବାକୁ ମିଳିଛି। ତେବେ ଆଜିର ବର୍ଷା ନନ୍ଦନକାନନ ଜୀବଜନ୍ତୁଙ୍କୁ ସାମାନ୍ୟ ଆଶ୍ୱସ୍ତି ଦେଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe