ଲୋକସେବା ଭବନକୁ ଘେରାଉ ପାଇଁ ଯାଉଥିବା ବେଳେ ଛାତ୍ର କଂଗ୍ରେସ କର୍ମୀ ଓ ପୁଲିସ ଧସ୍ତାଧସ୍ତି

Advertisment
ଲୋକସେବା ଭବନକୁ ଘେରାଉ ପାଇଁ ଯାଉଥିବା ବେଳେ ଛାତ୍ର କଂଗ୍ରେସ କର୍ମୀ ଓ ପୁଲିସ ଧସ୍ତାଧସ୍ତି

ଭୁବନେଶ୍ବର: ଲୋକସେବା ଭବନକୁ ଘେରାଉ ପାଇଁ ଯାଉଥିବା ବେଳେ ଛାତ୍ର କଂଗ୍ରେସ କର୍ମୀ ଓ ପୁଲିସ ଧସ୍ତାଧସ୍ତି। ପୁଲିସ ବ୍ୟାରିକେଡ କରି ଅଟକାଇବାକୁ ଉଦ୍ୟମ କରିଥିବା ବେଳେ ଧସ୍ତାଧସ୍ତି ପରିସ୍ଥିତି ସୃଷ୍ଟି ହୋଇଥିଲା। ଛାତ୍ର କଂଗ୍ରେସ ସଭାପତିଙ୍କ ନେତୃତ୍ୱରେ କଂଗ୍ରେସ ଭବନରୁ ଏକ ପଦଯାତ୍ରା ବାହାରି ଲୋକସେବା ଭବନ ଘେରାଉ ପାଇଁ ଯାଉଥିବା ବେଳେ ପୁଲିସ ଗାନ୍ଧୀ ମାର୍ଗରେ ଏମାନଙ୍କୁ ଅଟକାଇଥିଲା। ଘଟଣାସ୍ଥଳରେ ଉତ୍ତେଜନା ଦେଖାଦେଇଥିଲା।
ଆନ୍ଦୋଳନକାରୀମାନଙ୍କୁ ପୁଲିସ ଉଠାଇ ନେଇଛି। ଯଥାଶୀଘ୍ର ପେଟ୍ରୋଲ ଓ ଡିଜେଲ ଦର କମାଇବାକୁ କଂଗ୍ରେସ ଦାବି କରିଛି। ଯେବେ ଯାଏ ତୈଳ ଦର କମ୍ ନ କରାଯାଇଛି, ସେତେବେଳ ପର୍ଯ୍ୟନ୍ତ ପ୍ରତିବାଦ ଜାରି ରହିବ ବୋଲି ଛାତ୍ର କଂଗ୍ରେସ ପକ୍ଷରୁ କୁହଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe