ଓଡ଼ିଶାର ସବୁ ସହରରେ ଷ୍ଟୁଡେଣ୍ଟ୍‌ ଆପାର୍ଟମେଣ୍ଟ ତିଆରି ହେଉ

Advertisment

କନକ ନ୍ୟୁଜ୍‌ ପକ୍ଷରୁ ଓଡ଼ିଶା ଆଞ୍ଚଳିକ ବ୍ୟବସାୟ ସପ୍ତାହ-୨୦୨୨

କନକ ନ୍ୟୁଜ୍‌ ପକ୍ଷରୁ ଓଡ଼ିଶା ଆଞ୍ଚଳିକ ବ୍ୟବସାୟ ସପ୍ତାହ-୨୦୨୨

ଓଡ଼ିଶାର ସବୁ ସହରରେ ଷ୍ଟୁଡେଣ୍ଟ୍‌ ଆପାର୍ଟମେଣ୍ଟ ତିଆରି ହେଉ

ଭୁବନେଶ୍ବର: ପୁରୀ ଏକ ଆନ୍ତର୍ଜାତିକ ପର୍ଯ୍ୟଟନ କ୍ଷେତ୍ର। ଆଗାମୀ ଦିନରେ ସେଠାରେ ତାଜ୍‌, ସ୍ବସ୍ତି ଭଳି ଅନେକ ସଂସ୍ଥା ନିଜର ବ୍ୟବସାୟ ଆରମ୍ଭ କରିବାକୁ ଯାଉଛନ୍ତି। ତାହା ଅନେକଙ୍କ ପାଇଁ ବ୍ୟବସାୟର ଏକ ମାଧ୍ୟମ ହେବ।‘ଛୋଟ ସହରରେ ସପିଂ ମଲ’ ଶୀର୍ଷକ ଅଧିବେଶନରେ ଭାଗ ନେଇ ଇଭିଓସ୍‌ ବିଲଡ୍‌କନ୍‌ ପ୍ରାଇଭେଟ୍ ଲିମିଟେଡ୍‌ର ମ୍ୟାନେଜିଂ ଡାଇରେକ୍ଟର କଳିଙ୍ଗ କେଶରୀ ରଥ ଏପରି ମତ ରଖିଛନ୍ତି। ସେ ଆହୁରି କହିଥିଲେ, ଖାଲି ପୁରୀ କିମ୍ବା ଭୁବନେଶ୍ବର ନୁହେଁ, ଓଡ଼ିଶାର ସବୁ ସହରରେ ଷ୍ଟୁଡେଣ୍ଟ୍ ଆପାର୍ଟମେଣ୍ଟ ତିଆରି ହେବା ଦରକାର।

ଗାୟତ୍ରୀ ସୋଲାର୍‌ର ପରିଚାଳନା ନିର୍ଦ୍ଦେଶକ ପ୍ରଶାନ୍ତ ପାଣିଗ୍ରାହୀ କହିଥିଲେ, ୨୮ ବର୍ଷ ତଳେ ଓ ଏବେର ସମୟ ଭିତରେ ଖୁବ୍ ଅନ୍ତର ରହିଛି। ବର୍ତ୍ତମାନ ସୌର ପ୍ୟାନେଲ ଓ ସୋଲାର ସେଟ୍‌ଅପ୍‌ କମ୍‌ ଟଙ୍କାରେ, କମ୍‌ ସ୍ଥାନ ବ୍ୟବହାର କରି ଲଗାଇ ହେଉଛି। ତେଣୁ ବଡ଼ ବଡ଼ ହୋଟେଲ ଓ ମଲ୍‌ଗୁଡ଼ିକରେ ଏ ବ୍ୟବସ୍ଥାକୁ ଆପଣାଯାଉ। ଏସଜିବିଏଲ୍ ପ୍ରାଇଭେଟ୍ ଲିମିଟେଡର ଡାଇରେକ୍ଟର ନିଖିଲ ଗୁପ୍ତା କମ୍‌, ସ୍ଥାନରେ କିପରି ମଲ୍‌ ତିଆରି କରି ଭିଡ଼ କମ୍‌ କରିବା ସହିତ ଲୋକଙ୍କ ଆବଶ୍ୟକତା ପୂରଣ କରି ହେଉଛି, ସେ ସଂପର୍କରେ କହିଥିଲେ। କନକ ନ୍ୟୁଜ୍‌ ଚିଫ୍‌ ନ୍ୟୁଜ୍‌ ପ୍ରଡ୍ୟୁସର୍‌ ସଂଗ୍ରାମ ଷଡ଼ଙ୍ଗୀ ଏହି ଅଧିବେଶନକୁ ପରିଚାଳନା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe